ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଚିନ୍ତା ବଢ଼ାଉଛି କି ଫଙ୍ଗଲ ଇଂଫେକ୍ସନ୍ ? ଆପଣାନ୍ତୁ ଏହି ଘରୋଇ ଉପଚାର...

ଭୁବନେଶ୍ୱର, ୩।୬: ଆଜିକାଲି ଚର୍ମ ସମ୍ୱନ୍ଧୀୟ ସମସ୍ୟା ସାଧାରଣ କଥା । ଅନେକ ଲୋକ ଏଥିପାଇଁ ଚିନ୍ତିତ । ଏହି ଫଙ୍ଗଲ ଇଂଫେକ୍ସନ୍ ବେଳେବେଳେ ଏତେ ବଢ଼ିଯାଏ ଯେ, ଏହା ସମ୍ପୂର୍ଣ ଶରୀରରେ ବ୍ୟାପିଯାଏ । ଏହାଦ୍ୱାରା ଶରୀର ଲାଲ୍ ପଡ଼ି କୁଣ୍ଡାଇ ହେବା ସହ ଜଳାପୋଡ଼ା ମଧ୍ୟ ହୋଇଥାଏ । ଏହାକୁ କମାଇବାକୁ ଲୋକ ଅନେକ ପ୍ରୟାସ କରିଥାନ୍ତି, କିନ୍ତୁ ଏହା ସହଜରେ କମିନଥାଏ । ଆଜି ଆମେ କିଛି ଘରୋଇ ଉପାୟ ବିଷୟରେ ଜାଣିବା । ଯାହାଦ୍ୱାରା ଫଙ୍ଗଲ ଇଂଫେକ୍ସନ୍‌ରୁ ଆରାମ ମିଳିପାରିବ । 

ଫଙ୍ଗଲ ଇଂଫେକ୍ସନ୍ ପାଇଁ ଘରୋଇ ଉପାୟ :

ପ୍ରଥମେ ଆପଣଙ୍କୁ ନଡ଼ିଆ ତେଲର ବ୍ୟବହାର କରିବାକୁ ହେବ । ଏଥିରେ ଆଣ୍ଟିଫଙ୍ଗଲ ଏବଂ ଏଣ୍ଟିଇନଫ୍ଲାମେଟାରୀ ଗୁଣ ରହିଥାଏ । ଯାହା ଫଙ୍ଗଲ ଇଂଫେକ୍ସନ୍ ସହ ଲଢ଼ିଥାଏ । ପ୍ରଥମେ ସଂକ୍ରମିତ ଜାଗାକୁ ସଫା କରିନିଅନ୍ତୁ । ପରେ ନଡ଼ିଆ ତେଲ ନେଇ ଉକ୍ତ ସଂକ୍ରମଣ ଜାଗାରେ ଲଗାଇ ମାଲିସ କରିନିଅନ୍ତୁ । ଦିନକୁ ୨ରୁ ୩ଥର ଏପରି କରନ୍ତୁ ।

ଫଙ୍ଗଲ ଇନଫେକ୍ସନର ଚିକିତ୍ସା :

ଆପଣ ଫଙ୍ଗଲ ଇନଫେକ୍ସନରୁ ମୁକ୍ତି ପାଇବା ପାଇଁ ହଳଦୀର ବ୍ୟବହାର ମଧ୍ୟ କରିପାରିବେ । ଏଥିରେ ଆଣ୍ଟିଇନଫ୍ଲାମେଟାରୀ ଗୁଣ ରହିଥାଏ, ଯାହା ଚର୍ମ ସମ୍ୱନ୍ଧୀୟ ସମସ୍ୟାରୁ ଆରାମ ଦେଇଥାଏ । ହଳଦୀରେ ପ୍ରୋବାୟୋଟିକ ରହିଥାଏ । ଆପଣ ଏହାକୁ ସଂକ୍ରମଣ ହୋଇଥିବା ଯାଗାରେ ଲଗାଇପାରିବେ । ଏହାଛଡ଼ା ରସୁଣରେ ଆଣ୍ଟିଫଙ୍ଗଲ ଏବଂ ଆଣ୍ଟିମାଇକ୍ରୋବିୟଲ ଗୁଣ ରହିଥାଏ, ଯାହା ଫଙ୍ଗଲ ଇନଫେକ୍ସନର ଉପଚାର ପାଇଁ ବହୁମାତ୍ରାରେ ଲାଭଦାୟକ । ଏଥିପାଇଁ ଆପଣ ୨ରୁ ୩ଟି ରସୁଣକୁ ବାଟି ନିଅନ୍ତୁ । ଏହାକୁ ସଂକ୍ରମିତ ସ୍ଥାନରେ ଲଗାଇ ୧୫ରୁ ୨୦ ମିନିଟ୍ ଛାଡ଼ିଦିଅନ୍ତୁ । ପରେ ଏହାକୁ ଧୋଇ ନିଅନ୍ତୁ । ଦିନକୁ ୨ରୁ ୩ଥର ଏପରି କରନ୍ତୁ ।

ଏଲୋବେରା ଜେଲ୍‌ର ବ୍ୟବହାର :

ଏହି ରୋଗର ଚିକିତ୍ସା ପାଇଁ ଏଲୋବେରାର ବ୍ୟବହାର ମଧ୍ୟ କରିପାରିବେ । ଏଥିରେ ଆଣ୍ଟିଇନଫ୍ଲାମେଟାରୀ ଗୁଣ ରହିଥାଏ । ଯାହା ଫଙ୍ଗଲ ଇନଫେକ୍ସନ ସହ ଲଢ଼ିଥାଏ ଏବଂ ଚର୍ମକୁ ସୁସ୍ଥ ରଖିଥାଏ । ସର୍ବ ପ୍ରଥମେ ଏଲୋବେରାର ପତ୍ରରୁ ଜେଲ୍ କାଢ଼ିନିଅନ୍ତୁ । ଏହି ଜେଲ୍କୁ ସଂକ୍ରମିତ ସ୍ଥାନରେ ଲଗାନ୍ତୁ । ଏହାକୁ କିଛି ସମୟ ଶୁଖିବାକୁ ଦିଅନ୍ତୁ ଏବଂ ପରେ ଏହାକୁ ଧୋଇ ନିଅନ୍ତୁ । ଦିନକୁ ୨ରୁ ୩ ଥର ଏହାର ବ୍ୟବହାର କରନ୍ତୁ । ଏଥିରେ ଆଣ୍ଟିଫଙ୍ଗଲ ଏବଂ ଆଣ୍ଟିମାଇକ୍ରୋବିୟଲ ଗୁଣ ରହିଥାଏ, ଯାହା ଫଙ୍ଗଲ ଇନଫେକ୍ସନର ଉପଚାରରେ ସହାୟକ ହୁଏ । ଏହିସବୁ ଘରୋଇ ଉପଚାରକୁ ବ୍ୟବହାର କରି ଆପଣ ଫଙ୍ଗଲ ଇନଫେକ୍ସନରୁ ମୁକ୍ତି ପାଇପାରିବେ ।

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.