ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସ୍ତ୍ରୀକୁ ହତ୍ୟା ପରେ ମୃତଦେହକୁ ବସ୍ତା ଭିତରେ ସିଲେଇ କରି ରଖିଥିଲା ସ୍ବାମୀ

ପାଟଣା, ୧୪।୫ : ସ୍ତ୍ରୀକୁ ମାରି ମୃତଦେହ କୁ ବସ୍ତାରେ ସିଲେଇ  କରି ଘର ଭିତରେ ଚାବି ପକାଇ ରଖିଥିଲା ସ୍ୱାମୀ  । ଏହା ଜାଣିବା ପରେ ସ୍ୱାମୀ କୁ ହାତଗୋଡ଼ ବାନ୍ଧି ଅଟକ ରଖିଛନ୍ତି ଗ୍ରାମବାସୀ। ଏହିପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ବାରିଆ ଥାନା ଷଡ଼ଙ୍ଗୀ ଗ୍ରାମରେ  ।

ବାରିଆ ଥାନା ଷଡ଼ଙ୍ଗୀ ଗ୍ରାମରେ ପ୍ରଦୀପ ବେଣ୍ଟକାର ଓ ସ୍ତ୍ରୀ  ବର୍ଷାଲି ବେଣ୍ଟକାର ମଧ୍ୟରେ ଗତକାଲି ରାତିରେ କୌଣସି କାରଣକୁ ନେଇ ଝଗଡା ହୋଇଥିଲା। ଏହା ପରେ ପ୍ରଦୀପ ସ୍ତ୍ରୀ ବର୍ଷାଲିଙ୍କୁ ମାଡ ମାରି ହତ୍ୟା କରିଥିଲା। ଏହି  ଘଟଣା କୁ ଲୁଚାଇବା ପାଇଁ  ପ୍ରଦୀପ ବସ୍ତା ରେ ମୃତଦେହ କୁ ପୁରାଇ ସିଲେଇ କରି ଘର ଭିତରେ ଚାବି ପକାଇ ରଖିଥିଲା । ତେବେ ଏହା ଗ୍ରାମବାସୀ ଜାଣିବା ପରେ ପ୍ରଦୀପଙ୍କୁ ହାତ ଗୋଡ ବାନ୍ଧି ଅଟକ ରଖିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି  ଘଟଣାର ତଦନ୍ତ କରୁଛି। 

ଆହୁରି ପଢନ୍ତୁ : ସୋରରେ ବଦଳିଲା ବିଜେପି ପ୍ରାର୍ଥୀ, ରାଜେନ୍ଦ୍ରଙ୍କ ସ୍ଥାନରେ ପର୍ଶୁରାମ ହେଲେ ପ୍ରାର୍ଥୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.