ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମିଗ୍-୨୧ର ସ୍ଥାନ ନେବ ଏଲସିଏ ମାର୍କ-୧ଏ ବିମାନ, ୧୦୦ଟି କିଣିବ ଭାରତୀୟ ବାୟୁସେନା

ସେଭିଲ୍‌(ସ୍ପେନ୍‌),୧୭/୦୯: ଭାରତୀୟ ବାୟୁସେନା ୧୦୦ ମେଡ୍‌-ଇନ୍‌-ଇଣ୍ଡିଆ ଏଲ୍‌ସିଏ ମାର୍କ-୧ଏ ଯୁଦ୍ଧ ବିମାନ କିଣିବ । ବର୍ତ୍ତମାନ ସ୍ପେନ୍‌ ଗସ୍ତରେ ଥିବା ବାୟୁସେନାର ପ୍ରମୁଖ ଏୟାର ଚିଫ୍‌ ମାର୍ଶଲ୍‌ ଭି ଆର ଚୌଧୁରୀ ଶନିବାର ଏହି ଘୋଷଣା କରିଛନ୍ତି । ଏଲ୍‌ସିଏ ମାର୍କ-୧ଏ ହେଉଛି ତେଜସ୍‌ ବିମାନର ବିକଶିତ ଭର୍ସନ । ଏଥିରେ ବିକଶିତ ଏଭିଓନିକ୍ସ ଏବଂ ରାଡାର ବ୍ୟବସ୍ଥା ରହିଛି । ବାୟୁସେନା ପୂର୍ବରୁ ମଧ୍ୟ ୮୩ଟି ଏଲ୍‌ସିଏ ମାର୍କ-୧ଏ ବିମାନ କିଣିବା ଲାଗି ଅର୍ଡର୍‌ ରଖିଥିଲା । ବାୟୁସେନା ପୁରୁଣା ମିଗ୍‌-୨୧ ବିମାନଗୁଡ଼ିକୁ ସେବାରୁ ନିବୃତ୍ତ କରିବାକୁ ଲକ୍ଷ୍ୟ ରଖିଛି । ତେଣୁ ମିଗ୍‌-୨୧ ସ୍ଥାନରେ ଏହିସବୁ ବିକଶିତ ବିମାନକୁ ନିଆଯିବ । ଚୁକ୍ତି ପାଇଁ ଉଦ୍ଦିଷ୍ଟ ସରକାରୀ ପ୍ରସ୍ତାବ ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ଜାତୀୟ ସୁରକ୍ଷା ଅଂଶୀଦାରମାନଙ୍କ ନିକଟକୁ ପଠାଇ ଦିଆଯାଇଛି ।

ସୂଚନାଯୋଗ୍ୟ, ଆଉ ୧୦୦ ଏଲ୍‌ସିଏ ମାର୍କ-୧ଏ ଯୁଦ୍ଧ ବିମାନ କିଣିବା ନେଇ ବାୟୁସେନା ମୁଖ୍ୟଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)ର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ଚୁକ୍ତି ସମ୍ପନ୍ନ ହେବା ପରେ ଭାରତ ନିକଟରେ ଆଗାମୀ ୧୫ ବର୍ଷ ମଧ୍ୟରେ ୪୦ ଏଲ୍‌ସିଏ ତେଜସ୍‌, ୧୮୦ରୁ ଅଧିକ ଏଲ୍‌ସିଏ ମାର୍କ-୧ଏ ଏବଂ ଅତିକମ୍‌ରେ ୧୨୦ ଏଲ୍‌ସିଏ ମାର୍କ-୨ ବିମାନ ହେବା ନେଇ ଆଶା କରାଯାଉଛି । ଏହା ପୂର୍ବରୁ ଭାରତ ୮୩ ଏଲ୍‌ସିଏ ମାର୍କ ୧ଏ ବିମାନ ଅର୍ଡର ଦେଇଥିଲା, ଯାହାର ଡେଲିଭରି ୨୦୨୪ ଫେବ୍ରୁଆରୀରେ ହୋଇପାରେ । ଏଲ୍‌ସିଏ ମାର୍କ-୧ଏର ୬୫% ଅଧିକ ଉପକରଣ ଭାରତରେ ନିର୍ମାଣ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.