ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପାଇଁ ପ୍ରବୀଣଙ୍କ ନିଆରା ପ୍ରୟାସ, ପ୍ଲାଷ୍ଟିକ ବର୍ଯ୍ୟବସ୍ତୁରେ ତିଆରି କଲେ ୨୦ ଦେଶର ପତାକା

ନୂଆଦିଲ୍ଲୀ,୧୦/୦୬: ଟି-ଟ୍ୱେଣ୍ଟି ବିଶ୍ୱକପ୍‌  ପାଇଁ ଜଣେ ଭାରତୀୟ ବ୍ୟବସାୟୀଙ୍କ ଅଭିନବ  ପ୍ରୟାସ ସମ୍ପ୍ରତ୍ତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ପ୍ଲାଷ୍ଟିକ  ବର୍ଯ୍ୟବସ୍ତୁରେ ୨୦ଟି ଦେଶର ଜାତୀୟ ପତାକା ତିଆରି  କରି ବିଶ୍ୱକୁ ଏକ ବହୁମୂଲ୍ୟ ବାର୍ତ୍ତା ଦେଇଛନ୍ତି । ଉକ୍ତ  ବ୍ୟବସାୟୀଙ୍କ ନାମ ହେଉଛି ପ୍ରବୀଣ ଗୁପ୍ତା । ସୁରଟ ଠାରେ ତାଙ୍କର ଏକ କମ୍ପାନୀ ରହିଛି । 

ପ୍ରବୀଣ କହିଛନ୍ତି, ବିଶ୍ୱକପ୍‌ ପାଇଁ ଆମେ  ସ୍ୱତନ୍ତ୍ର ଭାବେ ପତାକା ତିଆରି କରିଛୁ । ପ୍ଲାଷ୍ଟିକ୍‌  ବର୍ଯ୍ୟବସ୍ତୁରେ ଏହି ପତାକା ତିଆରି ହୋଇଛି ।  ଯେଉଁଥିରେ ପଲିଷ୍ଟର କପଡ଼ା ଏବଂ ପ୍ଲାଷ୍ଟିକ୍‌  ବଟଲରୁ ନିର୍ମିତ ସୂତା ରହିଛି । ଗଣେଶ ଗ୍ରୁପ୍‌  ପକ୍ଷରୁ ସୂତା ପ୍ରସ୍ତୁତ କରାଯାଇଥିଲା । ଆମର ଏହି ଅଭିନବ ପତାକା ଭାରତର ପ୍ରତିବଦ୍ଧତାକୁ  ଦର୍ଶାଉଛି ।ବର୍ଯ୍ୟବସ୍ତୁକୁ କିପରି ପୁନର୍ବ୍ୟବହାର  କରାଯାଇ ପାରିବ ତାହା ଆମେ ଏହି ପ୍ରୟାସ  ମାଧ୍ୟମରେ ବିଶ୍ୱକୁ ବାର୍ତ୍ତା ଦେବାକୁ ଚେଷ୍ଟା କରିଛୁ ।’ ପାଷ୍ଟିକ୍‌ ବର୍ଯ୍ୟବସ୍ତୁରେ ପ୍ରସ୍ତୁତ ୨୦ଟି  ପତାକା ବେଶ ଆକର୍ଷଣୀୟ ହୋଇଛି । ପ୍ରତି  ପତାକାରେ ୫୦୦ମିଟର କପଡ଼ା ଲାଗିଛି ଏବଂ  ଏହାର ଓଜନ ୧୫୦କିଲୋ ରହିଛି । ସେହି  ଅନୁସାରେ ୨୦ଟି ପତାକାର ଓଜନ ୩,୫୦୦  କିଲୋ । ଏହି ନିଆରା ପତାକା ତିଆରି ପାଇଁ  ୬୦୦ ଜଣ କର୍ମଚାରୀ ଲାଗିଥିଲେ । ଗୋଟିଏ  ପତାକା ପାଇଁ ସେମାନଙ୍କୁ ୨୪ଘଣ୍ଟା ଲାଗିଥିଲା ।

  • PrameyaOdia
  • prameya
  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.