ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪ରେ ପ୍ରଥମ ସୁପର ଓଭର, ଓମାନକୁ ପରାସ୍ତ କଲା ନାମିବିୟା

ବାର୍ବାଡସ୍‌,୦୩/୦୬: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪ । ସୋମବାର ବାର୍ବାଡୋସରେ ଓମାନ- ନାମିବିୟା । ଶେଷ ବଲ୍‌ ଯାଏଁ ଦେଖିବାକୁ ମିଳିଥିଲା ଟକ୍କର। ସୁପର ଓଭରରେ ପହଞ୍ଚିଥିଲା ମ୍ୟାଚ୍‌। ଯେଉଁଥିରେ ୬ ବଲ୍ ୨୧ ରନ୍ କରି ମ୍ୟାଚ୍‌କୁ କବଜା କରି ନେଇଥିଲା ନାମିବିୟା । ସୁପର ଓଭରରେ ଓମାନକୁ କରିଥିଲା ଧୂଳିସାତ୍ । ଡେଭିଡ୍‌ ଓ୍ୱାଇସ୍‌ଙ୍କୁ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ର ପୁରସ୍କାର ଦିଆଯାଇଛି ।  

ଜୁନ୍‌ ୩ ତାରିଖରେ ଥିଲା ଟୁର୍ଣ୍ଣାମେଣ୍ଟର ୩ୟ ମ୍ୟାଚ୍‌ । ଯେଉଁଥିରେ ମୁହାଁମୁହିଁ ହୋଇଥିଲେ ଓମାନ ଏବଂ ମାନିବିୟା । ପ୍ରଥମେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ନାମିବିୟା । ତେବେ ପ୍ରଥମେ ବ୍ୟାଟିଂ କରି ଓମାନ ଟିମ୍‌ ୧୦୯ ରନ୍‌ କରିବାରେ ସକ୍ଷମ ହୋଇଥିଲା । ଓମାନ ବ୍ୟାଟର ମାନେ  ୨୦ ଓଭର ବି ଖେଳିପାରନିଥିଲେ । ନାମିବିୟା ବୋଲରଙ୍କ ଆଗେ ମୁଣ୍ଡ ନୁଆଁଇଥିଲେ ଓମାନ ବ୍ୟାଟର । ଓମାନ ପକ୍ଷରୁ ଖଲିଦ କାଇଲ ସର୍ବାଧିକ ୩୪ ରନ୍‌ କରିଥିଲେ । ଏହାପଛକୁ ଜାସେନ୍‌ ମସୁଦ୍‌ ୨୨ ରନ୍‌, ଆୟନ ଖାନ୍‌ ୧୫ ରନ୍‌ କରିଥିଲେ । ଆଉ କୌଣସି ବ୍ୟାଟର ଆଖିଦୃଶିଆ ସ୍କୋର କରିପାରିନଥିଲେ । 

ଶେଷରେ ୧୧୦ ରନ୍‌ର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିଲେ ନାମିବିୟା । ଦଳ ନିର୍ଦ୍ଧାରିତ ଓଭରରେ ୧୦୯ ରନ୍‌ କରିବାରେ ସକ୍ଷମ ହୋଇଥିଲା । ଯାହାଫଳରେ ମ୍ୟାଚ୍‌ ଟାଇ ହୋଇଥିଲା । ଦଳ ପକ୍ଷରୁ ଜାନ୍‌ ଫ୍ରାଏଲିଙ୍କ ସର୍ବାଧିକ ୪୫ ରନ୍‌ କରିଥିଲେ । ତେବେ ମ୍ୟାଚ୍‌ ଟାଇ ହେବା ପରେ ସୁପର ଓଭର ଖେଳାଯାଇଥିଲା । ସୁପର ଓଭରରେ ପ୍ରଥମେ ବ୍ୟାଟିଂ କରି ନାମିବିୟା ୨୧ ରନ କରିଥିଲା । ଯାହାଫଳରେ ଓମାନକୁ ୨୨ରନ୍‌ର ଟାର୍ଗେଟ ଦେଇଥିଲେ । ଯାହାଫଳରେ ସୁପର ଓଭରରେ ଗୋଟିଏ ଓ୍ୱିକେଟ୍‌ ହରାଇ ୧୦ ରନ୍‌ କରିବାରେ ସକ୍ଷମ ହୋଇଥିଲା । ନାମିବିୟା ପକ୍ଷରୁ ସୁପର ଓଭରରେ ହିରୋ ଥିଲେ ଡେଭିଡ୍‌ ଓ୍ୱାଇସ୍‌ । ବ୍ୟାଟିଂ ଏବଂ ବୋଲିଂରେ କମାଲ କରିଥିଲେ ଡେଭିଡ୍‌ ।


  • PrameyaOdia
  • prameya
  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.