ଦୁବାଇ,୨୯/୦୮: ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ମାନ୍ୟତାରେ ଭାରତୀୟ ଖେଳାଳିଙ୍କ ଆଧିପତ୍ୟ ଜାରି ରହିଛି । ୬ ଜଣ ଖେଳାଳି ଶ୍ରେଷ୍ଠ ୧୦ ମଧ୍ୟରେ ସ୍ଥାନ ବଜାୟ ରଖିଛନ୍ତି । ବ୍ୟାଟିଂ ମାନ୍ୟତାରେ ରୋହିତ ଶର୍ମା ଷଷ୍ଠ, ଯଶସ୍ୱୀ ଜୈସ୍ୱାଲ ସପ୍ତମ ଓ ବିରାଟ କୋହଲି ଅଷ୍ଟମ ସ୍ଥାନରେ ରହିଛନ୍ତି । ସେହିପରି ବୋଲିଂ ମାନ୍ୟତାରେ ରବି ଚନ୍ଦ୍ରନ ଅଶ୍ୱିନ ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ଯଶପ୍ରୀତ ବୁମରା ଦ୍ୱିତୀୟ ଓ ରବିନ୍ଦ୍ର ଜାଡେଜା ସପ୍ତମ ସ୍ଥାନରେ ରହିଛନ୍ତି ।
Numerous changes in the top 10 of the Test Player Rankings 📈
— ICC (@ICC) August 29, 2024
More 👉 https://t.co/K7jQBzfYP0 pic.twitter.com/7OwjwFhBwq
ପାକିସ୍ତାନ-ବାଂଲାଦେଶ ଓ ଇଂଲଣ୍ଡ-ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ମ୍ୟାଚ୍ ପରେ ମାନ୍ୟତା ତାଲିକାରେ ଅନେକ ପରିବର୍ତ୍ତନ ହୋଇଛି । ଇଂଲଣ୍ଡ ବ୍ୟାଟର ହ୍ୟାରୀ ବ୍ରୁକ୍ ଚତୁର୍ଥକୁ ଉନ୍ନୀତ ହୋଇଥିବାବେଳେ ପାକିସ୍ତାନର ବାବର ଆଜମ ନବମକୁ ଖସିଛନ୍ତି । ପ୍ରଥମ ଟେଷ୍ଟର ଉଭୟ ଇନିଂସରେ ବ୍ରୁକ୍ ଯଥାକ୍ରମେ ୫୬ ଓ ୩୨ ରନ୍ ସଂଗ୍ରହ କରିଥିଲେ । ଏହି ପ୍ରଦର୍ଶନ ବଳରେ ତାଙ୍କ ମାନ୍ୟତାରେ ୩ଟି ସ୍ଥାନ ଉନ୍ନତି ହୋଇଥିଲା । ବାବର ପ୍ରଥମ ଟେଷ୍ଟର ଉଭୟ ଇନିଂସରେ ୨୨ ରନ୍ ସଂଗ୍ରହ କରିଥିଲେ ।
ବ୍ୟାଟିଂ ମାନ୍ୟତାରେ ଜୋ ରୁଟ୍ ପୂର୍ବବତ୍ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । କେନ ୱିଲିୟମସନ ଦ୍ୱିତୀୟ, ଡାରିଲ ମିଚେଲ ତୃତୀୟ ଓ ଷ୍ଟିଭେନ ସ୍ମିଥ୍ ପଞ୍ଚମ ସ୍ଥାନରେ ରହିଛନ୍ତି । ମହମ୍ମଦ ରିଜୱାନଙ୍କ ମାନ୍ୟତାରେ ୭ଟି ସ୍ଥାନ ଉନ୍ନତି ହୋଇଛି ଓ ସେ ଦଶମ ସ୍ଥାନ ଦଖଲ କରିଛନ୍ତି । ପ୍ରଥମ ଟେଷ୍ଟରେ ସେ ଅପରାଜିତ ୧୭୧ ଓ ୫୧ ରନ୍ର ଇନିଂସ ଖେଳିଥିଲେ ।