ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିହାରରେ ଜେଡିୟୁ-ବିଜେପି ଦୋସ୍ତି ! ୨୮ରେ ନବମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ , ସୁଶୀଲ ମୋଦି ହେବେ ଉପ-ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୬।୧:  ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ଏହା ପୂର୍ବରୁ ବିରୋଧୀ ମେଣ୍ଟକୁ ବଡ ଝଟକା । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ୟୁ-ଟର୍ଣ୍ଣ । ଏବେ ଇଣ୍ଡିଆ ଛାଡି ଏନଡିଏ ମେଣ୍ଟରେ  ଜେଡିୟୁ ସାମିଲ ହେବାର ଚର୍ଚ୍ଚା ଜୋର ଧରିଛି । ସୁତ୍ରରୁ ଜଣାପଡିଛି ଯେ, ବିହାରରେ  ଜେଡିୟୁ- ଏନଡିଏ ମେଣ୍ଟ ଭିତରେ ସୃଷ୍ଟି ହୋଇଛି ଫାଟ।  ନୀତୀଶ କୁମାର ଏନ୍‌ଡିଏନ୍ ସହିତ  ସରକାର ଗଠନ କରିବାକୁ ଯାଉଛନ୍ତି। ୨୮ ଜାନୁଆରୀରେ ନବମ ଥର ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇପାରନ୍ତି।

ଜେଡିୟୁ ନିଜର ସବୁ ବିଧାୟକଙ୍କୁ ତୁରନ୍ତା ପାଟନା ଆସିବାକୁ କହିଛି। ଦଳ ନିଜର ସବୁ କାର୍ଯ୍ୟକ୍ରମକୁ ମଧ୍ୟ ରଦ୍ଦ କରିଦେଇଛି। ୨୮ ଜାନୁଆରୀରେ ପାଟନାର ମହାରାଣା ପ୍ରତାପ ରାଲି ଥିଲା, ତାକୁ ସେ ରଦ୍ଦ କରି ଦେଇଛନ୍ତି। ବିଜେପିର ସବୁ ନେତା ଦିଲ୍ଲୀ ହାଇକମାଣ୍ଡଙ୍କ ସହିତ ଲଗାତାର ମିଟିଂ କରୁଛନ୍ତି। ଏନ୍‌ଡିଏର ସହଯୋଗୀ ଦଳର ନେତାଙ୍କ ସହ ମଧ୍ୟ ଆଲୋଚନା କରାଯାଉଛି। ଅନ୍ୟପଟେ ଆରଜେଡି ଶିବିରରେ ହଇଚଇ ଦେଖାଦେଇଛି । ଜେଡିୟୁ-‌  ଆରଜେଡି ଭିତରେ ଫାଟ କାରଣ ହେଉଛି ବୁଧବାର ଏକ କାର୍ଯ୍ୟକ୍ରମରେ ନୀତୀଶ ପରୋକ୍ଷରେ ଆରଜେଡିକୁ ଟାର୍ଗେଟ କରିଥିଲେ । କାହା ନା ନେଇ ବଂଶବାଦ ପ୍ରସଙ୍ଗ ଉଠାଇଥିଲେ । ଏହା ପରେ ଉଭୟ ଦଳ ମଧ୍ୟରେ ଯେଉଁ ବିବାଦ ଥିଲା ତାହା ବଢ଼ିବାରେ ଲାଗିଛି । ଶୁକ୍ରବାର ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ନୀତୀଶ କୁମାର ଓତେଜସ୍ବୀ ଯାଦବଙ୍କୁ ମଞ୍ଚ ଉପରେ ଦୂରେଇ ଦୂରେଇ ବସିଥିବାର ଦେଖିବାକୁ ମିଳିଛି। ଏଥିରୁ ଅନୁମାନ କରାଯାଉଛି ଜେଡିୟୁ-ଆରଜେଡି ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି।

ଏଥର ସହିତ ସୁଶୀଲ ମୋଦି ଉପ-ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ଦଳର ବରିଷ୍ଠ ନେତାଙ୍କ ସହ ରୁଦ୍ଧଦ୍ୱାର ବୈଠକ ପରେ ଚର୍ଚ୍ଚା ବଢିଯାଇଛି । ଆସନ୍ତା ୪ ତାରିଖରେ ବିହାରର ବେଟିଆରେ ଗୋଟିଏ ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ନୀତୀଶ କୁମାର ଏକାଠି ହୋଇପାରନ୍ତି ।ବିହାରରେ ଜାରି ରାଜନୈତିକ ସ୍ଥିତିକୁ ନେଇ ସୁଶୀଲ ମୋଦି ଦେଇଛନ୍ତି ବଡ଼ ବୟାନ। ସେ କହିଛନ୍ତି, ରାଜନୀତିରେ କାହା ପାଇଁ ସବୁଦିନ ପାଇଁ ଦ୍ବାର ବନ୍ଦ ହୋଇଯାଏନୀ,ଦରକାର ପଡିଲେ ତାକୁ ଖୋଲିବାକୁ ପଡେ। ରାଜନୀତି ସମ୍ଭାବନାର ଖେଳ, କିଛି ବି ହୋଇପାରେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.