ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ରେଲୱେକୁ ୪୫ ପଇସାର ଇନ୍ୟୁରାନ୍ସରୁ ମଧ୍ୟ ମିଳିଥାଏ କୋଟି କୋଟି ଟଙ୍କା , ଜାଣନ୍ତୁ କେମିତି ?

ନୂଆଦିଲ୍ଲୀ – ପଶ୍ଚିମବଙ୍ଗରେ ହୋଇଥିବା ଟ୍ରେନ୍‌ ଦୁର୍ଘଟଣା ପରେ ଏବେ ପୁଣି ଥରେ ରେଲୱେର ସେହି ଟ୍ରାଭେଲ ଇନ୍ୟୁରାନ୍ସର କଥା ଉଠିଛି, ଯାହା ଯାତ୍ରୀଙ୍କ ପ୍ରତି ଟିକେଟ୍‌ରେ କରାଯାଏ। ଆପଣ ଦେଖିଥିବେ କି ଯେବେ ବି ଆପଣ ଟ୍ରେନ୍‌ର ଟିକେଟ୍ କରିଥାନ୍ତି ତ ଏଥିରେ କିଛି ପଇସାରେ ଏକ ଇନ୍ୟୁରାନ୍ସ କରାଯାଏ , ଯାହା ଆପଣଙ୍କ ଯାତ୍ରାକୁ ସୁରକ୍ଷିତ କରିଥାଏ । କିଛି ବି ଅଘଟଣ ହେବା ସ୍ଥିତିରେ ଏହି ଇନ୍ୟୁରାନ୍ସ ମାଧ୍ୟମରେ ପୀଡ଼ିତ ବା ତାଙ୍କର ପରିବାରକୁ ଆର୍ଥିକ ସାହାଯ୍ୟ ଦିଆଯାଏ। କିନ୍ତୁ ଆପଣ କଣ ଜାଣନ୍ତି କି , ଏହି ଇନ୍ୟୁରାନ୍ସରୁ ରେଲୱେକୁ କେତେ ପରିମାଣର ରେଭେନ୍ୟୁ ଆସିଥାଏ ଏବଂ କେତେ ଟଙ୍କା ଏଥିରେ ଫେରସ୍ତ କରାଯାଏ ?

କହି ରଖୁଛୁ କି, ଆଇଆରସିଟିସି ପକ୍ଷରୁ ପ୍ରତି ଟିକେଟ୍‌ରେ ଗୋଟିଏ ଟଙ୍କାରୁ କମ୍‌ର ଏକ ପ୍ରିମିୟମ ଆଦାୟ କରାଯାଏ । ଏହି ପ୍ରିମିୟମ ମାଧ୍ୟମରେ ୧୦ଲକ୍ଷ ଟଙ୍କାର ଇନ୍ୟୁରାନ୍ସ କରାଯାଏ । ଆଇଆରସିଟିସି ଅନ୍ୟ ପ୍ରାଇଭେଟ୍‌ ଇନ୍ୟୁରାନ୍ସ କମ୍ପାନୀରୁ ଇନ୍ୟୁରାନ୍ସ କରାଇ ଥାଏ ଏବଂ ଦୁର୍ଭାଗ୍ୟବଶତଃ କୌଣସି ଦୁର୍ଘଟଣା ଘଟିଲେ ଇନ୍ୟୁରାନ୍ସ କମ୍ପାନୀ ତାଙ୍କର କ୍ଲେମ୍‌ରେ ପେମେଣ୍ଟ କରିଥାଏ । 

 – ଯଦି ୨୦୧୬-୧୭ ମସିହା କଥା କହିବା ତ ଏହି ବର୍ଷ ଇନ୍ୟୁରାନ୍ସ କମ୍ପାନୀଙ୍କୁ ପାସେଞ୍ଜର ଇନ୍ୟୁରାନ୍ସରୁ ୧୧ କୋଟି ଟଙ୍କା ମିଳିଥିଲା , ଯେଉଁଥିରୁ କେବଳ ୦.୭୬ କୋଟି ଟଙ୍କା ପେମେଣ୍ଟ କରାଯାଇଛି।

- ୨୦୧୭-୧୮ ମସିହାରେ ୩୮.୫୪ କୋଟି ଟଙ୍କା ଇନ୍ୟୁରାନ୍ସ ପ୍ରିମିୟମରୁ ମିଳିଛି , ଯେଉଁଥିରେ ୩,୫୯ କୋଟି ଟଙ୍କା କ୍ଲେମ୍‌  ଭାବେ ଦିଆଯାଇଛି। ଏହି ସମୟରେ  ଇନ୍ୟୁରାନ୍ସର ଟଙ୍କା ଯାତ୍ରୀଙ୍କ ଠାରୁ ନିଆ ଯାଇ ନଥିଲା , ଆଇଆରସିଟିସି ଇନ୍ୟୁରାନ୍ସ କମ୍ପାନୀକୁ ଏହି ପେମେଣ୍ଟ କରିଥିଲା। 

- ଏହାପରେ ୨୦୧୮-୧୯ ରେ ୮.୫୩ କୋଟି ଟଙ୍କା ଇନ୍ସୁରାନ୍ସ ପ୍ରିମିୟମରୁ ସଂଗ୍ରହ ହୋଇଥିଲା ଏବଂ ଏଥିରୁ ୬.୧୨ କୋଟି ଟଙ୍କା ଦିଆ ଯାଇଥିଲା। 

ଏହି ଇନ୍ୟୁରାନ୍ସରେ କୌଣସି ଦୁର୍ଘଟଣାରେ ମୃତ୍ୟୁ ହେଲେ ଓ ପରମାନେଣ୍ଟ ଅକ୍ଷମ (ଡିସାବିଲିଟି) ହେବା ସ୍ଥିତିରେ ୧୦ ଲକ୍ଷ ଟଙ୍କାର ପେମେଣ୍ଟ କରାଯାଏ। ଏହା ବ୍ୟତୀତ ଆଂଶିକ ଡିସାବିଲିଟି ସ୍ଥିତିରେ ୭.୫ ଲକ୍ଷ ଟଙ୍କାର ପେମେଣ୍ଟ ଦିଆଯାଏ । ଏହା ବ୍ୟତୀତ ଆହତ ହେଲେ ହସ୍ପିଟାଲ ଖର୍ଚ୍ଚ ପାଇଁ ୨ଲକ୍ଷ ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଏ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.