ନୂଆଦିଲ୍ଲୀ, ୪/୯ : ଭାରତୀୟ କ୍ରିକେଟ ଟିମ୍ ୧୯ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଥିବା ଦୁଇ ମ୍ୟାଚର ଟେଷ୍ଟ ସିରିଜରେ ବାଂଗଲାଦେଶର ସାମ୍ନା କରିବ । ରୋହିତ ଶର୍ମାଙ୍କ ଟିମ୍ ମାର୍ଚ୍ଚ ୨୦୨୪ ପରେ ପ୍ରଥମ ଥର ଟେଷ୍ଟ ମ୍ୟାଚ୍ ଖେଳିବା ଲାଗି ଓହ୍ଲାଇବ । ଫେବୃଆରୀ- ମାର୍ଚ୍ଚରେ ଟିମ୍ ଇଣ୍ଡିଆ ଇଂଲଣ୍ଡକୁ ନିଜ ଘରୋଇ ପିଚରେ ୪-୧ରେ ସିରିଜରେ ହରାଇଥିଲା । ଅନ୍ୟପଟେ ବାଂଗଲାଦେଶର ଟିମ୍ ପାକିସ୍ତାନ ବିପକ୍ଷ ଐତିହାସିକ ସିରିଜ ବିଜୟ ପରେ ଭାରତ ଆସୁଛି । ସେ ପାକିସ୍ତାନ ଟିମକୁ ତା’ର ଘରୋଇ ମୈଦାନରେ ୨-୦ରେ ହରାଇଛି ।
ବିସିସିଆ ଆଗାମୀ ସପ୍ତାହ ଭାରତୀୟ ଟିମର ଘୋଷଣା କରିବ ଏବଂ ଟିମରେ କେତେକ ବଡ଼ ପରିବର୍ତ୍ତନ ହେବ ନାହିଁ । ନୂଆ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ରହିବା ସମୟରେ ଭାରତୀୟ ଟିମ୍ ପ୍ରଥମ ଥର କୌଣସି ଟେଷ୍ଟ ସିରିଜ ଖେଳିବ । ସ୍ପୋର୍ଟ୍ସ ତକର ରିପୋର୍ଟ ଅନୁସାରେ ୫ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଥିବା ଦିଲ୍ଲୀପ ଟ୍ରଫିର ଫାଷ୍ଟ ରାଉଣ୍ଡର ପ୍ରଦର୍ଶନ ଟିମ୍ ସିଲେକ୍ଶନରେ ଅଧିକ ଗୁରୁତ୍ବ ରଖିବ ନାହିଁ । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଖେଳିଥିବା ଅଧିକ ଖେଳାଳୀଙ୍କୁ ପୁଣି ଥରେ ସୁଯୋଗ ମିଳିବ ।
ବିରାଟ କୋହଲୀ ଜାନୁଆରୀ ପରେ ପ୍ରଥମ ଥର ଟେଷ୍ଟ ଖେଳିବା ଲାଗି ଓହ୍ଲାଇବେ। ଓପନିଂ ଦାୟିତ୍ବ ଅଧିନାୟକ ରୋହିତ ଶର୍ମା ଏବଂ ୟଶସ୍ବୀ ଜୟସଓ୍ବାଲଙ୍କ ଯୋଡ଼ି ଉପରେ ହିଁ ରହିବ । ଇଂଲଣ୍ଡ ବିପକ୍ଷ ଖେଳିଥିବା ସରଫରାଜ ଖାନଙ୍କୁ ପୁଣି ଥରେ ସୁଯୋଗ ମିଳିପାରେ । ସ୍ପିନ ବିଭାଗର ଦାୟିତ୍ବ ରବିଚନ୍ଦ୍ରନ ଅଶ୍ବିନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ ଏବଂ କୂଲଦୀପ ଯାଦବଙ୍କ ଉପରେ ହିଁ ରହିବ । ଭାରତର ପିଚରେ ଅଶ୍ବିନ, ଜାଡେଜା ଏବଂ ଅକ୍ଷରଙ୍କୁ ପ୍ଲେଇଂ-୧୧ରେ ସୁଯୋଗ ବି ମିଳିପାରେ ।
ଭାରତର ସମ୍ଭାବିତ ୧୫ ସଦସ୍ୟ ଟିମ୍
ରୋହିତ ଶର୍ମା(ଅଧିନାୟକ), ୟଶସ୍ବୀ ଜୟସଓ୍ବାଲ, ଶୁଭମନ ଗିଲ୍, ବିରାଟ କୋହଲୀ, ସରଫରାଜ ଖାନ, ଦେବଦତ୍ତ ପଡିକ୍କଲ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଆର ଅଶ୍ବିନ, ଋଷଭ ପନ୍ତ, ଧ୍ରୁବ ଜୁରେଲ, କୂଲଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର, ଆକାଶ ଦୀପ/ ଅର୍ଶଦୀପ ସିଂହ ।