ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦେଶର ଅର୍ଥନୀତି ପାଇଁ ଖୁସି ଖବର, ତୃତୀୟ ତ୍ରୈମାସିକରେ ୮.୪ ପତିଶତ ରହିଲା GDP

indian Economy Grows By More Than 8 Percent In Q3 2023

ନୂଆଦିଲ୍ଲୀ, ୨୯/୦୨: ଆଗକୁ ବଢ଼ୁଛି ଭାରତର ଅର୍ଥନୀତି । ଗୁରୁବାର ସରକାରଙ୍କ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ଡିସେମ୍ବିର ତ୍ରୈମାସିକର ବିକାଶ ଅଭିବୃଦ୍ଧି ହାର ଜାରି କରାଯାଇଛି । ତୃତୀୟ ତ୍ରୈମାସିକରେ ଦେଶରେ ଜିଡିପି ଅଭିବୃଦ୍ଧି ୮.୪ ପ୍ରତିଶତ ରହିଛି । ଯାହାକି ପୂର୍ବରୁ କରା ଯାଇଥିବା ଅନୁମାନ ଠାରୁ ବେଶ୍ ଅଧିକ । ଦେଶରେ ଉତ୍ପାଦନ ଶିଳ୍ପ ଓ ସରକାରୀ ଖର୍ଚ୍ଚ ବଢ଼ିବା ଯୋଗୁଁ ଜିଡିପି ଅଭିବୃଦ୍ଧି ଆହୁରି ବଢ଼ିଛି । ଏହା ପୂର୍ବରୁ ଗତ ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି ୭.୬ ପ୍ରତିଶତ ରହିଥିଲା ।

ଭାରତୀୟ ଅର୍ଥନୀତି ଦୌଡ଼ୁଥିବା ବେଳେ ବିଶ୍ୱ ବ୍ୟାଙ୍କ ଓ ଆଇଏମ୍ଏଫ୍ ପ୍ରଶଂସା କରିଛନ୍ତି । ୨୦୨୨ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ପରେ ଜିଡିପିରେ ଏହା ସବୁଠୁ ଅଧିକ ବୃଦ୍ଧି । ଯେତେବେଳେ କି ବିକାଶ ଅଭିବୃଦ୍ଧି ହାର ୬.୬ ପ୍ରତିଶତ ରହିବା ନେଇ ପୂର୍ବରୁ ଆକଳନ କରା ଯାଇଥିଲା ।

୨୦୨୩-୨୪ ଆର୍ଥିକ ବର୍ଷରେ ଭାରତର ବିକାଶ ଅଭିବୃଦ୍ଧି ହାର ୭.୬ ପ୍ରତିଶତ ରହିବା ନେଇ ଏନ୍ଏସ୍ଓ ଆକଳନ କରିଛି । ଏହା ପୂର୍ବରୁ ୨୦୨୪ ଜାନୁଆରୀରେ ପ୍ରଥମ ପୂର୍ବାନୁମାନରେ ଜିଡିପି ୭.୩ ପ୍ରତିଶତ ରହିବା ନେଇ ଏନ୍ଏସଓ ପୂର୍ବାନୁମାନ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.