ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ସ୍ୱାମୀ ଉପହାର ଦେଇଥିବା ଟଙ୍କାରେ କୋଟିପତି ହେଲେ ପତ୍ନୀ, ଦୁବାଇରେ ଜିତିଲେ ୮.୨୨ କୋଟିର ଲଟେରି

ନୂଆଦିଲ୍ଲୀ ୨୧/୦୫: ବିବାହ ବାର୍ଷିକୀରେ ଲଟେରି ଜିତିଛନ୍ତି ପଞ୍ଜାବ ବାସିନ୍ଦା ପାୟଲ । ବିବାହ ବାର୍ଷିକୀ ଅବସରରେ ସ୍ୱାମୀଙ୍କଠୁ ପାଇଥିବା ଉପହାର ଟଙ୍କା ତାଙ୍କ ପାଇଁ ପ୍ରକୃତ ଲଟେରି ହୋଇଛି । ଦୁବାଇ-ଫ୍ରି ମଲେନିୟମ୍‌ ଟିକେଟ୍‌ରେ ସେ ୧ ମିଲିଅନ୍‌ ଡଲାର ଅର୍ଥାତ୍‌ ୮.୨୨ କୋଟି ଟଙ୍କା ଉପହାର ଜିତିଛନ୍ତି । ଦମ୍ପତିଙ୍କ ୧୬ତମ ବିବାହ ବାର୍ଷିକୀରେ ସ୍ୱାମୀ ପାୟଲଙ୍କୁ ଉପହାର ବାବଦକୁ ଟଙ୍କା ଦେଇଥିଲେ । ସେହି ଟଙ୍କାରେ ପାୟଲ ଚଳିତ ମାସ ୩ ତାରିଖରେ ଏହି ଭାଗ୍ୟ ପରିବର୍ତ୍ତନକାରୀ ଟିକେଟ୍‌ କିଣିଥିଲେ । ସେ କିଣିଥିବା ଟିକେଟ୍‌ର ସଂଖ୍ୟା ଥିଲା ୩୩୩୭ ।

ପାୟଲ କହିଛନ୍ତି ‘ମୋ ସ୍ୱାମୀ ହାର୍ନେକ ସିଂହ ଆମର ୧୬ତମ ବିବାହ ବାର୍ଷିକୀ ଉପଲକ୍ଷେ ଗତ ଏପ୍ରିଲ ୨୦ ତାରିଖରେ ମୋତେ ୧୦୦୦ ଧିରାମ ଉପହାର ଦେଇଥିଲେ । ଏହି ଟଙ୍କାରେ ଏକ ଡିଡିଏଫ୍‌ (ଦୁବାଇ ଡ୍ୟୁଟି-ଫ୍ରି) ଟିକେଟ୍‌ ଅନ୍‌ଲାଇନ୍‌ କିଣିବା କଥା ମୁଁ ଚିନ୍ତାକଲି । ଅଧିକାଂଶ ୩ ସଂଖ୍ୟାବିଶିଷ୍ଟ ଟିକେଟ୍‌ ମୁଁ କିଣିଲି ।’ ଗତ ୧୨ ବର୍ଷ ହେଲା ପାୟଲ ଦୁବାଇ ଡ୍ୟୁଟି-ଫ୍ରି ଟିକେଟ୍‌ କିଣି ଆସୁଛନ୍ତି । ପ୍ରଥମେ ସେ ଭ୍ରମଣ ସମୟରେ ଟିକେଟ୍‌ କିଣୁଥିଲେ । ସ୍ୱାମୀ ଓ ପିଲାଙ୍କ ନାଁକୁ ସଂଖ୍ୟାରେ ବଦଳାଇ ସେହି ସଂଖ୍ୟାବିଶିଷ୍ଟ ଟିକେଟ୍‌ କିଣୁଥିଲେ । ବିମାନବନ୍ଦରରେ ବର୍ଷକୁ ଥରେ କିମ୍ବା ଦୁଇଥର ସେ ଡିଡିଏଫ୍‌ ଲଟେରି ଟିକେଟ୍‌ କିଣୁଥିଲେ । କିନ୍ତୁ ନିକଟରେ ସେ ପ୍ରଥମ ଥର ଅନ୍‌ଲାଇନ୍‌ ଟିକେଟ୍‌ କିଣିବାକୁ ଇଚ୍ଛା କଲେ । ଏହି ଟିକେଟ୍‌ ତାଙ୍କୁ କୋଟିପତି କରିଛି ବୋଲି ପାୟଲ କହିଛନ୍ତି । 

ଜିତିଥିବା ଅର୍ଥକୁ ଦମ୍ପତି ସେମାନଙ୍କ ପିଲାଙ୍କ ଶିକ୍ଷାରେ ଖର୍ଚ୍ଚ କରିବେ । ଅଷ୍ଟ୍ରେଲିଆରେ ଥିବା ନିଜ ଭାଇଙ୍କୁ ସାହାଯ୍ୟ କରିବା ସହିତ ପଞ୍ଜାବରେ ଦାତବ୍ୟ କାର୍ଯ୍ୟରେ ମଧ୍ୟ ଅର୍ଥ ଖର୍ଚ୍ଚ କରିବେ ବୋଲି ପାୟଲ କହିଛନ୍ତି । ଏହି ଉପଲବ୍ଧି ସହିତ ମିଲେନିୟମ୍‌ ମିଲେନିୟର ପ୍ରମୋସନ୍‌ ଜିତିଥିବା ୨୨୯ତମ ଭାରତୀୟ ହୋଇଛନ୍ତି ପାୟଲ । ୧୯୯୯ ମସିହାରେ ଆରମ୍ଭ ହୋଇଥିବା ଦୁବାଇ ଡ୍ୟୁଟି-ଫ୍ରି ମିଲେନିୟମ୍‌ ମିଲେନିୟର ପ୍ରମୋସନ୍‌ ୫୦୦୦ ଲଟେରି ଟିକେଟ୍‌ କ୍ରେତାଙ୍କୁ ୧ ମିଲିଅନ୍‌ ଡଲାର ଜିତିବାର ସୁଯୋଗ ଦିଏ । ଡିଡିଏଫ୍‌ ଆୟୋଜକଙ୍କ ଅନୁସାରେ, ଦୁବାଇ ଡ୍ୟୁଟି-ଫ୍ରି ମିଲେନିୟମ୍‌ ମିଲେନିୟର ଟିକେଟ୍‌ କ୍ରେତାଙ୍କ ମଧ୍ୟରେ ସର୍ବାଧିକ କ୍ରେତା ହେଉଛନ୍ତି ଭାରତୀୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.