ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମେ’୧୫ରୁ ଇଣ୍ଡିଗୋର ଝାରସୁଗୁଡା-ନୂଆଦିଲ୍ଲୀ ଦୈନିକ ଫ୍ଲାଇଟ୍

ଭୁବନେଶ୍ୱର,୧୬/୦୪: ମେ’ ୧୫ରୁ ଝାରସୁଗୁଡା ଏବଂ ନୂଆଦିଲ୍ଲୀ ମଧ୍ୟରେ  ଦୈନିକ ଡାଇରେକ୍ଟ ବିମାନ ସେବା ଯୋଗାଣ  କରିବ ଇଣ୍ଡିଗୋ। ଏହା ଦ୍ୱାରା ଦେଶର ପ୍ରମୁଖ  ଅଭିବୃଦ୍ଧିଶୀଳ ଶିଳ୍ପ କେନ୍ଦ୍ରକୁ ଜାତୀୟ ରାଜଧାନୀ ସହ ଯୋଡ଼ାଯାଇପାରିବ । 

ଏ ଅବସରରେ  କମ୍ପାନିର ଗ୍ଲୋବାଲ ସେଲ୍‌ ମୁଖ୍ୟ ବିନୟ  ମାଲହୋତ୍ରା କହିଛନ୍ତି, ଝାରସୁଗୁଡା-ନୂଆଦିଲ୍ଲୀ ସିଧାସଳଖ  ବିମାନ ସେବା ଶୁଭାରମ୍ଭ ଘୋଷଣା କରି ଅତ୍ୟନ୍ତ ଖୁସି । ନୂଆ ବିମାନ ସେବା ଏହି ଅଞ୍ଚଳରେ  ସୁଯୋଗକୁ ଆହୁରି ବ୍ୟାପକ କରିବ । ଲୋକଙ୍କୁ  ନିରନ୍ତର ବିମାନ ସେବା ଯୋଗାଣ ଦିଗରେ  ଉଦ୍ୟମ ଜାରି ରହିବ । ପ୍ରତିଦିନ ନୂଆଦିଲ୍ଲୀରୁ  ୩.୨୦ରୁ ବିମାନ ବାହାରି ୫.୧୦ରେ ଝାରସୁଗୁଡା  ପହଞ୍ଚିବ । ସେହିଭଳି ଝାରସୁଗୁଡାରୁ ସଂଧ୍ୟା  ୫.୪୦ରୁ ବିମାନ ବାହାରି ଦିଲ୍ଲୀରେ ୭.୪୦ରେ ପହଞ୍ଚିବ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.