ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

IPL 2024: ଚିପକ୍‌ରେ ସୁପର କିଙ୍ଗ୍‌ସ - ସୁପର ଜାଏଣ୍ଟ୍‌ସ ମୁକାବିଲା, ପୂର୍ବ ପରାଜୟର ପ୍ରତିଶୋଧ ଲକ୍ଷ୍ୟରେ ଚେନ୍ନାଇ

ଚେନ୍ନାଇ,୨୩/୦୪: ଚଳିତ ଆଇପିଏଲ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍‌ ଚେନ୍ନାଇ ସୁପରକିଙ୍ଗ୍‌ସ ଓ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ପରସ୍ପରକୁ ଭେଟିବେ। ଚିପକ୍‌ ଷ୍ଟାଡ଼ିୟମ୍‌ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ସୁପରକିଙ୍ଗ୍‌ସ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି । ମାତ୍ର ସୁପରଜାଏଣ୍ଟ୍‌ସ ଆଉ ଏକ ବିଜୟ ପାଇଁ ପ୍ରସ୍ତୁତ ରହିଛି । ୧୯ ତାରିଖରେ ଉଭୟ ଦଳ ଏକାନ୍ନା ଷ୍ଟାଡ଼ିୟମ୍‌ରେ ପରସ୍ପରକୁ  ଭେଟିଥିଲେ। ସୁପରଜାଏଣ୍ଟ୍‌ସ ଉକ୍ତ ମ୍ୟାଚ୍‌କୁ ୮ ୱିକେଟ୍‌ରେ ଜିତିଥିଲା ।  

ସୁପରକିଙ୍ଗ୍‌ସକୁ ସମର୍ଥନ କରିବା ପାଇଁ ୟେଲୋ ଆର୍ମି ଷ୍ଟାଡ଼ିୟମ୍‌ ପୂର୍ଣ୍ଣ କରିଦେବ । ମାତ୍ର ସୁପରଜାଏଣ୍ଟ୍‌ସ କେବଳ ପ୍ରଦର୍ଶନକୁ ପ୍ରାଥମିକତା ଦେବ । ଚଳିତ ସିଜନରେ ସୁପରକିଙ୍ଗ୍‌ସ  ଘରୋଇ ଗ୍ରାଉଣ୍ଡ୍‌ରେ ୩ଟି ମ୍ୟାଚ୍‌ ଖେଳିସାରିଛି  ଓ ସମସ୍ତ ମ୍ୟାଚ୍‌ ଜିତିଛି । ମଙ୍ଗଳବାର ମଧ୍ୟ ଘରୋଇ ଦଳ ଆଧିପତ୍ୟ ଜାହିର କରିବ । ମଙ୍ଗଳବାର ଉଭୟ ଦଳର ବ୍ୟାଟରଙ୍କ ମଧ୍ୟରେ ଅସଲ ଲଢେଇ ଦେଖିବାକୁ ମିଳିବ । ଗତ ୨ଟି ମ୍ୟାଚ୍‌ରେ ଓପନ୍‌  କରିଥିବା ଅଜିଙ୍କ୍ୟ ରାହାଣେ ପୂର୍ବଭଳି ୩ନଂ ସ୍ଥାନରେ ବ୍ୟାଟିଂ କରିବେ ଓ ଋତୁରାଜ ଗାଏକୱାଡ୍‌ ଓପନ୍‌ ସ୍ଥାନକୁ ଫେରିବେ। ଶିଭମ ଦୁବେଙ୍କୁ  ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳିବାକୁ ସୁଯୋଗ ମିଳିବ ।  

ସୁପରକିଙ୍ଗ୍‌ସ ଦଳରେ ପରିବର୍ତ୍ତନ ସମ୍ଭାବନା ରହିଛି । ୨ଟି ମ୍ୟାଚ୍‌  ଖେଳିନଥିବା ଦେବଦତ୍ତ ପାଡ଼ିକଲ ଆସନ୍ତା କାଲି ଏକାଦଶକୁ ଫେରିବା ଏକ ପ୍ରକାର ନିଶ୍ଚିତ । ଦର୍ଶକ ପେସ୍‌ ବିସ୍ମୟ ମୟଙ୍କ ଯାଦବଙ୍କୁ ଦେଖିବାକୁ  ଅପେକ୍ଷା କରି ରହିଛନ୍ତି । ମାତ୍ର ସେ ମଙ୍ଗଳବାର ଖେଳିବେ ନାହିଁ। ସେ ଇତି ମଧ୍ୟରେ ଫିଟ୍‌ ହୋଇ ଅଭ୍ୟାସ ଚଳାଇଛନ୍ତି । ତଥାପି ତାଙ୍କୁ  ଆଉ ଗୋଟିଏ କିମ୍ବା ୨ଟି ମ୍ୟାଚ୍‌ ଅପେକ୍ଷା କରିବାକୁ ପଡ଼ିବ । ଟିମ ମ୍ୟାନେଜମେଣ୍ଟ ତାଙ୍କ କାର୍ଯ୍ୟଭାର ତଦାରଖ କରୁଛି ।  

ଚିପକ୍‌ ପିଚ୍‌ ସାମାନ୍ୟ ମନ୍ଥର ରହିବ ଓ ସ୍ପିନରମାନଙ୍କୁ ସହାୟତା କରିବ । ଫଳରେ ଉଭୟ ଦଳର ସ୍ପିନରଙ୍କ ମଧ୍ୟରେ ଏକ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ। ରାତିରେ କାକର ପଡ଼ିବ । ତେଣୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ନିଶ୍ଚିତ ।

ସମ୍ଭାବ୍ୟ ଏକାଦଶ

ସୁପରକିଙ୍ଗ୍‌ସ: ରଚିନ ରବିନ୍ଦ୍ର, ଋତୁରାଜ  ଗାଏକୱାଡ୍‌(ଅଧିନାୟକ), ଅଜିଙ୍କ୍ୟ ରାହାଣେ, ଶିବମ ଦୁବେ,  ମୋଇନ ଅଲି, ରବିନ୍ଦ୍ର ଜାଡେଜା, ସମୀର ରିଜଭୀ, ମହେନ୍ଦ୍ର  ସିଂହ ଧୋନି, ଦୀପକ ଚହର, ତୁଷାର ଦେଶପାଣ୍ଡେ, ମୁସ୍ତାଫିଜୁର  ରେହମାନ । (ଇମ୍ପାକ୍ଟ ପ୍ଲେୟାର: ମଥିଶା ପତିରଣା) । 

 ସୁପରଜାଏଣ୍ଟ୍‌ସ: କ୍ୱିଣ୍ଟନ ଡି କକ୍‌, କେ ଏଲ  ରାହୁଲ(ଅଧିନାୟକ), ଦେବଦତ୍ତ ପାଡ଼ିକଲ, ନିକୋଲାସ ପୂରନ,  ମାର୍କସ ଷ୍ଟଇନିସ୍‌, ଦୀପକ ହୁଡ଼ା, ଆୟୁଷ ବାଦୋନି, କୃନାଲ୍‌  ପାଣ୍ଡ୍ୟା, ମାଟ୍‌ ହେନରୀ, ରବି ବିଷ୍ଣୋଇ, ମହସିନ ଖାନ,(ଇମ୍ପାକ୍ଟ  ପ୍ଳେୟାର: ୟଶ ଠାକୁର)

  • PrameyaOdia
  • prameya
  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.