ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

IPL 2024: ସୁପରଜାଏଣ୍ଟ୍‌ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ, ଶେଷ ମ୍ୟାଚ୍‌, ଶେଷ ସୁଯୋଗ

ନୂଆଦିଲ୍ଲୀ,୧୪/୦୫: ମଙ୍ଗଳବାର ୬୪ତମ ଲିଗ୍‌ ମ୍ୟାଚ୍‌ ଦିଲ୍ଲୀ କ୍ୟାପିଟାଲ୍ସ  ଘରୋଇ ଗ୍ରାଉଣ୍ଡ୍‌ରେ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସକୁ ଭେଟିବ । ଏହି ମ୍ୟାଚ୍‌ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ମାତ୍ର ଦିଲ୍ଲୀ କ୍ୟାପିଟାଲ୍ସକୁ ଫୁରସତ ମିଳିନାହିଁ । ଦିନକ ତଳେ ଘରୋଇ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଠାରୁ ପରାଜିତ ହେବା ପରେ ଦଳ ସୋମବାର ଦିଲ୍ଲୀରେ ପହଞ୍ଚି ବିଶ୍ରାମ ନେଇଛି । ଅଭ୍ୟାସ କରିବା ପାଇଁ ସମୟ ପାଇ  ନାହିଁ । ସୁପରଜାଏଣ୍ଟ୍‌ସ ୫ଦିନର ବିଶ୍ରାମ ସମୟ ପାଇଥିଲେ ହେଁ କିଛି ବିବାଦୀୟ ପରିସ୍ଥିତିକୁ ନେଇ ଗଣମାଧ୍ୟମଠୁ ଦୂରେଇ ରହିଛି ।  

ମଙ୍ଗଳବାର ଘରୋଇ ଗ୍ରାଉଣ୍ଡ୍‌ରେ ଖେଳୁଥିବା କ୍ୟାପିଟାଲ୍ସର ପଲା ଭାରି ରହିବ। ଗତ ମାସ ୧୨ ତାରିଖରେ ଉଭୟ ଦଳ ମଧ୍ୟରେ ପ୍ରଥମ ଭେଟ ହୋଇଥିଲା । କ୍ୟାପିଟାଲ୍ସ ଉକ୍ତ  ମ୍ୟାଚ୍‌କୁ ୬ୱିକେଟ୍‌ରେ ଜିତିଥିଲା । ମାତ୍ର ଏହା ପୂର୍ବରୁ ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ୩ଟି ଯାକ ମ୍ୟାଚ୍‌ରେ ସୁପରଜାଏଣ୍ଟ୍‌ସ ବିଜୟୀ ହୋଇଥିଲା ।  

କ୍ୟାପିଟାଲ୍ସ ଦଳ ୧୩ଟି ମ୍ୟାଚ୍‌ ଖେଳି ୧୨ ପଏଣ୍ଟ ହାସଲ କରିଛି । ପ୍ଲେ-ଅଫ୍‌ରେ  ପ୍ରବେଶ କରିବା ପାଇଁ ଆଉ ଗୋଟିଏ ବିଜୟ ଆବଶ୍ୟକ ହେଉଛି । ବିଶାଳ ବିଜୟ ସହ  ରନ୍‌ ରେଟ୍‌କୁ ମଧ୍ୟ ଉନ୍ନତ କରିବାକୁ ହେବ । ସୁପରଜାଏଣ୍ଟସ ୧୨ଟି ମ୍ୟାଚ୍‌ ଖେଳି ୧୨  ପଏଣ୍ଟ ଅର୍ଜନ କରିଛି । କ୍ୟାପିଟାଲ୍ସ ତୁଳନାରେ  ସୁପରଜାଏଣ୍ଟ୍‌ସ ନିକଟରେ ପ୍ଲେ-ଅଫ୍‌ରେ  ପ୍ରବେଶ କରିବା ପାଇଁ ଯଥେଷ୍ଟ ଅଧିକ ସୁଯୋଗ  ରହିଛି । ଶେଷ୨ଟି ଯାକ ମ୍ୟାଚ୍‌ ଜିତିଲେ  ସୁପରଜାଏଣ୍ଟ୍‌ସର ପଏଣ୍ଟ ୧୬ରେ ପହଞ୍ଚି ପାରିବ ।  

ରୟାଲ୍‌ ଚ୍ୟାଲେଞ୍ଜର୍ସ ବିପକ୍ଷରେ ଖେଳିପାରି  ନଥିବା ରିଷଭ ପନ୍ତ ମଙ୍ଗଳବାର ଏକାଦଶର ନେତୃତ୍ୱ ନେବେ । ତାଙ୍କ ଉପସ୍ଥିତି ଦଳକୁ ସନ୍ତୁଳିତ କରିବ। ବାକି ସବୁ ବିଭାଗରେ ଦଳର  ପ୍ରଦର୍ଶନ ଉନ୍ନତ ରହିଛି । ମାତ୍ର ଫିଲ୍ଡିଂରେ ଉନ୍ନତି ଆଣିବା ନିତାନ୍ତ ଜରୁରି । ସୁପରଜାଏଣ୍ଟ୍‌ସ ପାଇଁ ବ୍ୟାଟିଂ ବିଭାଗର ଦୁର୍ବଳତା କାଳ ହୋଇଛି । ନୈରାଶ୍ୟଜନକ ବ୍ୟାଟିଂ କରି ଦଳ ଯଥାକ୍ରମେ  କୋଲକାତା ନାଇଟ୍‌ ରାଇଡର୍ସ ଓ ସନରାଇଜର୍ସ  ହାଇଦ୍ରାବାଦ ଠାରୁ ପରାଜିତ ହୋଇଥିଲା। ମଙ୍ଗଳବାର ବ୍ୟାଟିଂ ବିଭାଗରେ ଉନ୍ନତି ଆଣିବାକୁ ପଡ଼ିବ । 

କୋଟଲା ଗ୍ରାଉଣ୍ଡ୍‌ର ପିଚ୍‌ ବ୍ୟାଟିଂ ପାଇଁ  ବେଶ୍‌ ଅନୁକୂଳ ଥିବାରୁ ମଙ୍ଗଳବାର ବିଶାଳ ସ୍କୋର ସମ୍ଭାବନା ରହିଛି । ଦ୍ୱିତୀୟ ଭାଗରେ  ବ୍ୟାଟିଂ ସହଜ ହେବ । ଟସ୍‌ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ । 

ସମ୍ଭାବ୍ୟ ଏକାଦଶ

ଦିଲ୍ଲୀ କ୍ୟାପିଟାଲ୍ସ : ଜେକ  ଫ୍ରେଜର-ମ୍ୟାକଗର୍କ, ଅଭିଷେକ ପୋରେଲ,  ସାଇ ହୋପ, ରିଷଭ ପନ୍ତ(ଅଧିନାୟକ),  ଟ୍ରିଷ୍ଟନ ଷ୍ଟବ୍ସ, ଅକ୍ଷର ପଟେଲ, ସୁମିତ  କୁମାର, ରସିକ ସଲାମ, କୁଲଦୀପ ଯାଦବ,  ମୁକେଶ କୁମାର, ଝେୟ ରିଚାର୍ଡସନ ।  (ଇମ୍ପାକ୍ଟ ପ୍ଲେୟାର: ଖଲିଲ ଅହମ୍ମଦ)। 

ସୁପରଜାଏଣ୍ଟ୍‌ସ : କ୍ୱିଣ୍ଟନ ଡି  କକ୍‌, କେଏଲ ରାହୁଲ(ଅଧିନାୟକ), ମାର୍କସ  ଷ୍ଟଇନିସ, କୃନାଲ୍‌ ପାଣ୍ଡ୍ୟା, ନିକୋଲାସ ପୂରନ,  ଆୟୂଷ ବାଦୋନି, ଦୀପକ ହୁଡ଼ା, କେ ଗୋଥମ,  ୟଶ ଠାକୁର, ରବି ବିଷ୍ଣୋଇ, ନବୀନ ଉଲ୍‌ହକ୍‌ । (ଇମ୍ପାକ୍ଟ ପ୍ଲେୟାର: ମହସିନ ଖାନ)

  • PrameyaOdia
  • prameya
  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.