ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

IPL 2024: ସୁପର ଜାଏଣ୍ଟସ୍-ପଞ୍ଜାବ କିଙ୍ଗସ୍ ଟକ୍କର, ବିଜୟ ଲକ୍ଷ୍ୟରେ ଖେଳିବ ଲକ୍ଷ୍ନୌ

ଲକ୍ଷ୍ନୌ ୩୦/୦୩: ଚଳିତ ଆଇପିଏଲ୍‌ର  ଏକାଦଶତମ ଲିଗ୍‌ ମୁକାବିଲାରେ ଶନିବାର ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଓ ପଞ୍ଜାବ କିଙ୍ଗ୍‌ସ ପରସ୍ପରକୁ ଭେଟିବାକୁ  ଯାଉଛନ୍ତି । ସୁପରଜାଏଣ୍ଟ୍‌ସ ଘରୋଇ ଗ୍ରାଉଣ୍ଡ୍‌ରେ ଖେଳିବାକୁ ଯାଉଥିବାରୁ ବିଜୟ ଖାତା ଖୋଲିବାକୁ ତତ୍ପର । ମାତ୍ର ପଞ୍ଜାବ କିଙ୍ଗ୍‌ସ କଡ଼ା ଟକ୍କର ଦେବାକୁ ଅପେକ୍ଷା କରି ରହିଛି ।  

ସୁପରଜାଏଣ୍ଟ୍‌ସ ପ୍ରଥମ ମ୍ୟାଚ୍‌ରେ ରାଜସ୍ଥାନ  ରୟାଲ୍ସ ଠାରୁ ପରାଜିତ ହୋଇଥିଲା । ଇତି ମଧ୍ୟରେ ଦଳକୁ ୫ଦିନର ବିଶ୍ରାମ ସମୟ ମିଳିଛି । ଅଭ୍ୟାସ  ପାଇଁ ଯଥେଷ୍ଟ ସମୟ ମିଳିଛି । ଦଳର ପ୍ରସ୍ତୁତିକୁ ନେଇ  କୋଚ୍‌ ଜଷ୍ଟିନ ଲାଙ୍ଗର ମଧ୍ୟ ସନ୍ତୁଷ୍ଟ ରହିଛନ୍ତି । କେବଳ ପ୍ରମୁଖ ଖେଳାଳିମାନଙ୍କ ଠାରୁ ଉନ୍ନତ ପ୍ରଦର୍ଶନ ଆଶା  କରାଯାଉଛି । ପଞ୍ଜାବ କିଙ୍ଗ୍‌ସ ପ୍ରଥମ ମ୍ୟାଚ୍‌ରେ ଦିଲ୍ଲୀ  କ୍ୟାପିଟାଲ୍ସକୁ ପରାସ୍ତ କରିଥିଲା ଓ ଦ୍ୱିତୀୟ ମ୍ୟାଚ୍‌ରେ  ରୟାଲ୍‌ ଚ୍ୟାଲେଞ୍ଜର୍ସ ଠାରୁ ପରାଜିତ ହୋଇଥିଲା ।  

ଗତ ସିଜନ ଭଳି ଶନିବାର ବିସ୍ଫୋରକ  ବ୍ୟାଟିଂ ଦେଖିବାକୁ ମିଳିପାରେ । ମୋହାଲିରେ ଉଭୟ  ଦଳ ଶେଷ ଥର ପାଇଁ ଭେଟିଥିଲେ । ଉକ୍ତ ମ୍ୟାଚ୍‌ରେ  ପ୍ରଥମେ ବ୍ୟାଟିଂ କରି ସୁପରଜାଏଣ୍ଟ୍‌ସ ୨୫୭ ରନ୍‌  କରିଥିଲା । ଜବାବରେ ପଞ୍ଜାବ କିଙ୍ଗ୍‌ସ ଲଢୁଆ ବ୍ୟାଟିଂ  କରିଥିଲେ ହେଁ ୨୦୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା ।  

ଉଭୟ ଦଳରେ ଭରପୂର ଦୁର୍ଦ୍ଧର୍ଷ ବ୍ୟାଟର  ରହିଛନ୍ତି । ଶିଖର ଧାୱନ, ଜନି ବେୟାରଷ୍ଟୋ, ଲାଏମ ଲିଭିଙ୍ଗଷ୍ଟୋନ ଓ ପ୍ରଭସିମରନ ସିଂହ ପଞ୍ଜାବ କିଙ୍ଗ୍‌ସର  ବ୍ୟାଟିଂ ବିଭାଗ ସମ୍ଭାଳୁଛନ୍ତି । ସେହିପରି ସୁପର ଜାଏଣ୍ଟ୍‌ସ ଦଳରେ କେଏଲ ରାହୁଲ, କ୍ୱିଣ୍ଟନ ଡି କକ୍‌, ନିକୋଲାସ ପୂରନ ଓ ମାର୍କସ ଷ୍ଟଇନିସ୍‌ ରହିଛନ୍ତି । ଦର୍ଶକ ୱେଷ୍ଟ ଇଣ୍ଡିଜର ପେସ୍‌ ବିସ୍ମୟ ସମର  ଜୋଶେଫଙ୍କ ଖେଳ ଦେଖିବାକୁ ଅପେକ୍ଷା କରିଛନ୍ତି । ମାତ୍ର  ସେ ଶନିବାର ଖେଳିବା ସମ୍ଭାବନା ନାହିଁ । ତାଙ୍କୁ ଭାରତୀୟ ପିଚ୍‌ ପାଇଁ ପ୍ରସ୍ତୁତ କରାଯାଉଥିବା ଲାଙ୍ଗର ପ୍ରକାଶ କରିଛନ୍ତି ।  

ଏକାନ୍ନା ଷ୍ଟାଡ଼ିୟମ୍‌ର ପିଚ୍‌କୁ ନେଇ ଗତ ବର୍ଷ  ବେଶ୍‌ ଅସନ୍ତୋଷ ପ୍ରକାଶ ପାଇଥିଲା । ସୁପରଜାଏଣ୍ଟ୍‌ସର  ସମସ୍ତ ଘରୋଇ ମ୍ୟାଚ୍‌ ରୋମାଞ୍ଚ ହରାଇଥିଲା । ମନ୍ଥର  ପିଚ୍‌ ଯୋଗୁଁ ବ୍ୟାଟରମାନେ ନିରାଶ  କରିଥିଲେ । ଆଇପିଏଲ୍‌ ଶେଷ ହେବା  ପରେ ପିଚ୍‌ କ୍ୟୁରେଟର ମଧ୍ୟ ବିତାଡିତ ହୋଇଥିଲେ । ଅବଶ୍ୟ ଦିନିକିଆ  ବିଶ୍ୱକପ୍‌ ପୂର୍ବରୁ ସମ୍ପୂର୍ଣ୍ଣ ରୂପେ ନୂଆ ପିଚ୍‌ ନିର୍ମାଣ  କରାଯାଇଛି । ତଥାପି ଆସନ୍ତା କାଲିର ମ୍ୟାଚ୍‌କୁ ନେଇ ପୂର୍ବାନୁମାନ କରିବା କଷ୍ଟକର । କଳା ମାଟିରେ ପିଚ୍‌ ପ୍ରସ୍ତୁତ  ହୋଇଥିବାରୁ ମନ୍ଥର ରହିବ ବୋଲି ଅନୁମାନ କରାଯାଉଛି ।  ଟସ୍‌ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ । 

ସମ୍ଭାବ୍ୟ ଦଳ

ସୁପରଜାଏଣ୍ଟ୍‌ସ ଏକାଦଶ: କ୍ୱିଣ୍ଟନ ଡି କକ୍‌, କେଏଲ ରାହୁଲ(ଅଧିନାୟକ), ଦେବଦତ୍ତ ପାଡ଼ିକଲ,  ଆୟୂଷ ବାଦୋନି, ଦୀପକ ହୁଡ଼ା, ନିକୋଲାସ ପୂରନ,  ମାର୍କସ ଷ୍ଟଇନିସ, କୃନାଲ ପାଣ୍ଡ୍ୟା, ରବି ବିଷ୍ଣୋଇ, ମହସିନ  ଖାନ, ନବୀନ ଉଲ-ହକ୍‌, ୟଶ ଠାକୁର/ଶିବମ ମାଭି । 

ପଞ୍ଜାବ କିଙ୍ଗ୍‌ସ ଏକାଦଶ: ଶିଖର  ଧାୱନ(ଅଧିନାୟକ), ଜନି ବେୟାରଷ୍ଟୋ, ପ୍ରଭସିମରନ  ସିଂହ, ଲାଏମ ଲିଭିଙ୍ଗଷ୍ଟୋନ, ସାମ କରନ, ଜିତେଶ  ଶର୍ମା, ଶଶାଙ୍କ ସିଂହ, ହରପ୍ରୀତ ବ୍ରାର, ହର୍ଷଲ ପଟେଲ,  କାଗିସୋ ରାବାଡା, ରାହୁଲ ଚହର, ଅର୍ଶଦୀପ ସିଂହ ।

  • prameyanews
  • PrameyaOdia
  • prameya
  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.