ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

IPL 2024: ଆଜି ଟାଇଟନ୍ସ- କିଙ୍ଗ୍‌ସ ମୁକାବିଲା, ବିଜୟ ଧାରାକୁ ଫେରିବାକୁ ସବୁ ଶକ୍ତି ଖଟାଇବ ଧାୱନ ବାହିନୀ

ଅହମ୍ମଦାବାଦ,୦୪/୦୪: ଚଳିତ  ଆଇପିଏଲ୍‌ର ୧୭ତମ ଲିଗ୍‌ ମ୍ୟାଚ୍‌ରେ ଗୁରୁବାର ଘରୋଇ ଗୁଜରାଟ ଟାଇଟନ୍ସ ଓ ପଞ୍ଜାବ କିଙ୍ଗ୍‌ସ ପରସ୍ପରକୁ ଭେଟିବେ। ଘରୋଇ ଗ୍ରାଉଣ୍ଡରେ ବିଜୟ ଜାରି ରଖିବାକୁ ଟାଇଟନ୍ସ ଦଳ ପ୍ରସ୍ତୁତ ରହିଛି । କ୍ରମାନ୍ୱୟରେ ୨ଟି ମ୍ୟାଚ୍‌ ହାରି ସାରିଥିବା ପଞ୍ଜାବ କିଙ୍ଗ୍‌ସ ସବୁ ଶକ୍ତି ଖଟାଇ ପୁଣି ଥରେ ବିଜୟ ଧାରାକୁ ଫେରିବାକୁ ଲକ୍ଷ୍ୟ ରଖିଛି ।  

ଉଭୟ ଦଳ ପରସ୍ପରକୁ ୩ଥର ଭେଟିଛନ୍ତି । ଏଥିରୁ ଟାଇଟନ୍ସ ୨ଥର ବିଜୟୀ ହୋଇଛି । ଗତସିଜନରେ  ଉଭୟ ମଧ୍ୟରେ ଥରେ ମାତ୍ର ସାମ୍ନା ସାମ୍ନି ହୋଇଥିଲା । ଟାଇଟନ୍ସ ୬ ୱିକେଟ୍‌ରେ ଉକ୍ତ  ମ୍ୟାଚ୍‌ ଜିତିଥିଲା । ଏଥର ପଞ୍ଜାବ କିଙ୍ଗ୍‌ସ  ପ୍ରତିଶୋଧ ନେବାକୁ ପ୍ରୟାସ କରିବ । 

ପଞ୍ଜାବ କିଙ୍ଗ୍‌ସ ସମ୍ପ୍ରତି ବୋଲିଂ ବିଭାଗର ପ୍ରଦର୍ଶନକୁ ନେଇ ଚିନ୍ତାରେ  ରହିଛି । ଗତ ନିଲାମରେ୧୧.୭୫କୋଟି  ଟଙ୍କା ମୂଲ୍ୟରେ ହର୍ଷଲ ପଟେଲଙ୍କୁ କିଣିଥିଲା ପଞ୍ଜାବ କିଙ୍ଗ୍‌ସ । ମାତ୍ର ସେ ଏପର୍ଯ୍ୟନ୍ତ ଦକ୍ଷତା ମୁତାବକ ପ୍ରଦର୍ଶନ କରିପାରି ନାହାନ୍ତି । ୧୧.୪୧ ହାରରେ ରନ୍‌ ପ୍ରଦାନ କରିଛନ୍ତି ହର୍ଷଲ । ସେହିପରି ଲେଗ ସ୍ପିନର ରାହୁଲ ଚହର ବ୍ୟୟ  ବହୁଳ ସାବ୍ୟସ୍ତ ହୋଇଛନ୍ତି ।  

ଟାଇଟନ୍ସର ବ୍ୟାଟିଂ ବିଭାଗ ସାମାନ୍ୟ ଦୁର୍ବଳ ମନେ ହେଉଛି । ଶୁଭମନ ଗିଲ୍‌ ଗତ ସିଜନର  ପ୍ରଦର୍ଶନ ଦୋହରାଇବାରେ ବିଫଳ ହୋଇଛନ୍ତି। ମଧ୍ୟ କ୍ରମ ବ୍ୟାଟରମାନେ  ମନ୍ଥର ହୋଇଯାଇଛନ୍ତି । ମହମ୍ମଦ ସାମିଙ୍କ ଅନୁପସ୍ଥିତିରେ  ଦଳର ବୋଲିଂ ବିଭାଗ ଧିରେ ଧିରେ ସନ୍ତୁଳିତ  ହେବାରେ ଲାଗିଛି । ଅଜମତୁଲ୍ଲା ଓମାରଜାଇ  ନୂଆ ବଲ୍‌ରେ ଯଥେଷ୍ଟ ସୁଇଂ କରିବାରେ ସଫଳ ହୋଇଛନ୍ତି । ଇମ୍ପାକ୍ଟ ପ୍ଲେୟାର ଭାବେ ମୋହିତ ଶର୍ମାଙ୍କ ପ୍ରଦର୍ଶନ ସବୁଠୁ ଉନ୍ନତ ରହିଛି ।  

ଗୁରୁବାର ଟାଇଟନ୍ସ ଏକାଦଶରେ  ପରିବର୍ତ୍ତନ କରିପାରେ । ଫର୍ମ ହରାଇଥିବା  ବିଜୟ ଶଙ୍କରଙ୍କ ସ୍ଥାନରେ ଶାହରୁଖ  ଖାନଙ୍କୁ ଖେଳିବାକୁ ସୁଯୋଗ ମିଳିପାରେ ।  ଶାହରୁଖ ଗତ ସିଜନରେ ପଞ୍ଜାବ  କିଙ୍ଗ୍‌ସ ପକ୍ଷରୁ ଖେଳିଥିଲେ । ପଞ୍ଜାବ  କିଙ୍ଗ୍‌ସ ଦଳ ଅପରିବର୍ତ୍ତିତ ରଖିବ । 

ଗୁରୁବାର ଗିଲଙ୍କ ଉପରେ ନଜର ରହିବ । ପଞ୍ଜାବ କିଙ୍ଗ୍‌ସ ବିପକ୍ଷରେ ତାଙ୍କ  ପ୍ରଦର୍ଶନ ବେଶ୍‌ ଆକର୍ଷଣୀୟ ରହିଛି ।  ସେ ୧୦ଟି ଇନିଂସରୁ ୫୭.୭୧ ହାରରେ  ୩୯୭ ରନ୍‌ ସଂଗ୍ରହ କରିଛନ୍ତି । ସେହିପରି  ଶିଖର ଧାୱନ ଅର୍ଦ୍ଧଶତକ ଅର୍ଜନ କଲେ ବିରାଟ କୋହଲିଙ୍କ ରେକର୍ଡ ସହ ସମକକ୍ଷ ହେବେ । କୋହଲି ଆଇପିଏଲ୍‌ରେ  ୫୨ଟି ଓ ଧାୱନ ୫୧ଟି ଅର୍ଦ୍ଧଶତକ  ଅର୍ଜନ କରିସାରିଛନ୍ତି । ଆଇପିଏଲରେ ସର୍ବାଧିକ ଅର୍ଦ୍ଧଶତକ ରେକର୍ଡ ଡେଭିଡ୍‌  ୱାର୍ଣ୍ଣରଙ୍କ ନାମରେ ରହିଛି । ସେ ୬୨ଟି ଅର୍ଦ୍ଧଶତକ ଅର୍ଜନ କରିଛନ୍ତି ।  

ଅହମ୍ମଦାବାଦ ପିଚ୍‌ ବ୍ୟାଟିଂ ପାଇଁ  ଅନୁକୂଳ ରହିବ । ଗୁରୁବାର ନାଲି  ମାଟିରେ ପ୍ରସ୍ତୁତ ପିଚ୍‌ରେ ଖେଳ ଆୟୋଜନ  କରାଯିବ । ଏହି ପିଚରେ ବିଶାଳ  ସ୍କୋର ସଂଗୃହୀତ ହୋଇପାରିବ । ମାତ୍ର  ଦ୍ୱିତୀୟ ଭାଗରେ ବ୍ୟାଟିଂ ସହଜ ହେବ । ଫଳରେ ଟସ ବିଜୟୀ ଦଳ ଫିଲ୍ଡିଂ  ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।  

ସମ୍ଭାବ୍ୟ ଏକାଦଶ

ଗୁଜରାଟ ଟାଇଟନ୍ସ :  ଶୁଭମନ ଗିଲ୍‌(ଅଧିନାୟକ), ରିଦ୍ଧିମାନ  ଶାହା, ବି ସାଇ ସୁଦର୍ଶନ, ଅଜମତୁଲ୍ଲା  ଓମାରଜାଇ, ଡେଭିଡ୍‌ ମିଲର, ଶାହରୁଖ  ଖାନ/ବିଜୟ ଶଙ୍କର, ରାହୁଲ ତେୱାତିଆ,  ରସିଦ ଖାନ, ନୂର ଅହମ୍ମଦ, ଉମେଶ  ଯାଦବ, ଦର୍ଶନ ନାଲକନ୍ଦେ, ମୋହିତ ଶର୍ମା । 

ପଞ୍ଜାବ କିଙ୍ଗ୍‌ସ:  ଶିଖର ଧାୱନ(ଅଧିନାୟକ), ଜନି  ବେୟାରଷ୍ଟୋ, ପ୍ରଭସିମରନ ସିଂହ,  ଜିତେଶ ଶର୍ମା, ସାମ କରନ, ଲାଏମ  ଲିଭିଙ୍ଗଷ୍ଟୋନ, ଶଶାଙ୍କ ସିଂହ, ହର୍ଷଲ  ପଟେଲ, ହରପ୍ରୀତ ବ୍ରାର, କାଗିସୋ  ରାବାଡା, ରାହୁଲ ଚହର, ଅର୍ଶଦୀପ ସିଂହ ।

  • prameyanews
  • PrameyaOdia
  • prameya
  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.