ପ୍ରମୂଖ ଖବର
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ଉପରେ ବାଜିଲା ମୋହର
  • ||
  • ବାଂଲାଦେଶକକୁ ୮ରନ୍‌ରେ ପରାସ୍ତ କଲା ଆଫଗାନିସ୍ତାନ, ସେମିରେ ଦକ୍ଷିଣ ଆଫ୍ରିକାକୁ ଭେଟିବ
  • ||
  • ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଦଂଶନ କଲା ସାପ, ଚାଲିଗଲା ଜୀବନ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ହାର୍ଡକୋର ମାଓବାଦୀ ନିହତ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ: ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ମଧ୍ୟାହ୍ନ ୧୨ଟାରେ ସୁଦ୍ଧା ନାମାଙ୍କନ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ,ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ୧୨ଟାରେ ନାମାଙ୍କନ
  • ||
  • ରାଜ୍ୟରେ ଜୁଲାଇ ୧୫ ଯାଏ ନିଅଣ୍ଟିଆ ବର୍ଷା: ଦୁର୍ବଳ ହେବ ଘୂର୍ଣ୍ଣିବଳୟ, ସକ୍ରିୟ ହେଉନି ମୌସୁମୀ
  • ||

ଗାଜାରେ ଇସ୍ରାଏଲର ଜୋରଦାର୍ ଆକ୍ରମଣ, ୨୭୪ ପାଲେଷ୍ଟାଇନୀୟଙ୍କର ମୃତ୍ୟୁ, ଅନେକ ଆହତ…

ନୂଆଦିଲ୍ଲୀ: ଗାଜା ଉପରେ ଇସ୍ରାଏଲ୍ ସେନା ଆକ୍ରମଣ କରିଛି । ଏହି ଆକ୍ରମଣରେ ଅତି କମରେ ୨୭୪ ପାଲେଷ୍ଟାଇନୀୟଙ୍କର ମୃତ୍ୟୁ ଘଟିଛି । ଏଥିସହ ଶହ ଶହ ଲୋକ ଆହତ ହୋଇଛନ୍ତି । ଇସ୍ରାଏଲ ଦାବି କରିଛି ଯେ, ଏହି ଆକ୍ରମଣରେ ହାମାସ ଦ୍ୱାରା ବନ୍ଧକ ଥିବା ୪ ଜଣଙ୍କୁ ଉଦ୍ଧାର କରାଯାଇଛି । ଇସ୍ରାଏଲ ସୈନ୍ୟ କହିଛନ୍ତି ଯେ, ଦିନ ସମୟରେ ଏହି ଅଂଚଳରେ ଚାଲିଥିବା ଏକ ଜଟିଳ ଅପରେସନ୍ ସମୟରେ ଏହାର ସୈନ୍ୟବାହିନୀ ଉପରକୁ ପ୍ରବଳ ଗୁଳିବିନିମୟ ହୋଇଥିଲା । ହାମାସ ଦ୍ବାରା ଅକ୍ଟୋବର ୭ ରେ ଆରମ୍ଭ ହୋଇଥିବା ଆଠ ମାସର ଯୁଦ୍ଧରେ ଏହା ପାଲେଷ୍ଟାଇନ ପାଇଁ ଏକ ପ୍ରମୁଖ କ୍ଷତି ବୋଲି ବିବେଚନା କରାଯାଏ । 

ଇସ୍ରାଏଲ୍ ସେନା କହିଛି ଯେ, ବହୁ ବନ୍ଧକଙ୍କୁ ଜନବହୁଳ ଅଞ୍ଚଳରେ କିମ୍ବା ହାମାସ ସୁଡଙ୍ଗ ଭିତରେ ରଖାଯାଇଛି । ଫେବୃଆରୀରେ ହୋଇଥିବା ସମାନ ଆକ୍ରମଣରେ ଦୁଇଜଣ ବନ୍ଧକଙ୍କୁ ଉଦ୍ଧାର କରାଯାଇଥିଲା, ଯେଉଁଥିରେ ୭୪ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଥିଲା।

ମନ୍ତ୍ରଣାଳୟ ଅନୁଯାୟୀ, ଏପର୍ଯ୍ୟନ୍ତ ଇସ୍ରାଏଲର ଆକ୍ରମଣରେ ୩୬,୭୦୦ରୁ ଅଧିକ ପାଲେଷ୍ଟାଇନୀୟଙ୍କର ମୃତ୍ୟୁ ଘଟିଛି । ଶନିବାର ହୋଇଥିବା ଆକ୍ରମଣରେ ପ୍ରାୟ ୭ ଶହ ଲୋକ ଆହତ ହୋଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.