ପ୍ରମୂଖ ଖବର
  • ଗୁଳି ମାଡ଼ରେ ଏନସିପି ନେତା ବାବା ସିଦ୍ଦିକି ମୃତ
  • ||
  • ସମ୍ମାନ ବଞ୍ଚାଇ ପାରିଲା ନାହିଁ ବାଂଲାଦେଶ, ୧୩୩ ରନ୍‌ରେ ହରାଇଲା ଭାରତ
  • ||
  • ସୁଭଦ୍ରାରେ ତ୍ରୁଟି ଥିଲେ ଯିବ ଫୋନ୍‌ କଲ୍‌, ଶେଷ ହିତାଧିକାରୀ ପର୍ଯ୍ୟନ୍ତ ମିଳିବ ଟଙ୍କା
  • ||
  • ଶ୍ରୀମନ୍ଦିରରେ ପଡିଲା ରକ୍ତଛିଟା, ମହାସ୍ନାନ କରିଲେ ମହାପ୍ରଭୁ
  • ||
  • ଦରମଗାଡ ନଦୀରେ ଭାସି ନିଖୋଜ ହୋଇଥିଲେ ମହିଳା, ଉଦ୍ଧାର ହେଲା ମୃତଦେହ
  • ||
  • ପିଆଜ ଦର ବୃଦ୍ଧିକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା, ଖୁବ୍‌ ଶୀଘ୍ର କମିବ ଦର
  • ||
  • ଭୁବନେଶ୍ୱର : ପାର୍ବଣରେ ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସର ‘ଅପରେସନ ତ୍ରିଭୁଜ’
  • ||
  • ବଣାଇ : ପରିବା ବ୍ୟବସାୟୀଙ୍କ ଉପରେ ଚଢିଗଲା କାର୍‌, ବ୍ୟକ୍ତି ମୃତ
  • ||
  • କଟକରେ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କ ପାଇଁ କଲେ ସୁଖ ଏବଂ ସମୃଦ୍ଧି କାମନା
  • ||
  • ସମ୍ୱଲପୁର : ମହାନଦୀରେ ଦୁଇ ନାବାଳକ ଭାସିଯିବା ଘଟଣା: ୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ଯାଜପୁର : ବଙ୍ଗାଳୀ ସାହି ଦୁର୍ଗା ମଣ୍ଡପରୁ ଚୋରି, ମା'ଙ୍କ ରୁପା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ମଣ୍ଡପରେ ମା’ଙ୍କ ମହାନବମୀ, ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼
  • ||

ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀଙ୍କ ଦାବି; ସୈନ୍ୟ ସଂଗଠନ ଭାବେ ହମାସର କିଛି ଅସ୍ତିତ୍ବ ନାହିଁ

ନୂଆଦିଲ୍ଲୀ: ଗାଜା ଯୁଦ୍ଧକୁ ବର୍ଷେ ପୂରଣ ହେବାକୁ ଯାଉଥିବା ବେଳେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟଙ୍କ ମନ୍ତବ୍ୟ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଇସ୍ରାଏଲ ଆକ୍ରମଣରେ ହମାସ ସଂଗଠନର ଭିତ୍ତିଭୂମି ଧ୍ବଂସ ପାଇଛି । ଗାଜାରେ ହମାସ ଆଉ ଏକ ସୈନ୍ୟ ସଂଗଠନ ହୋଇ ରହିନାହିଁ । ହମାସ ଲୁଚିଛପି ଆକ୍ରମଣ କରୁଥିବା ବେଳେ ଏହାର ଜବାବ ଦେଉଛି ଇସ୍ରାଏଲ । ଏହା ସହ ହମାସର ଶୀର୍ଷ ନେତୃତ୍ବଙ୍କୁ ଇସ୍ରାଏଲ ସେନା ଖୋଜିବା ଜାରି ରଖିଛି ବୋଲି ୟୋଭ ଗାଲାଣ୍ଟ ଦାବି କରିଛନ୍ତି । 

ଏହା ସହ ସେ ଗାଜା ଯୁଦ୍ଧ ବିରାମର ପ୍ରଥମ ପର୍ଯ୍ୟାୟରେ ବନ୍ଧକଙ୍କୁ ମୁକ୍ତ ଲାଗି ଚୁକ୍ତିନାମାର ସମର୍ଥନ କରିଛନ୍ତି । ଏଥିଯୋଗୁଁ ଇସ୍ରାଏଲକୁ ଅନ୍ୟ ସୁରକ୍ଷା ସମ୍ବନ୍ଧୀୟ ଚ୍ୟାଲେଞ୍ଜର ମୁକାବିଲା କରିବାକୁ ରଣନୈତିକ ଅବସର ମିଳିପାରିବ ବୋଲି ଆଶା ପ୍ରକଟ କରିଛନ୍ତି ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ । ବନ୍ଧକଙ୍କୁ ମକ୍ତ କରି ଘରକୁ ଫେରାଇ ଆଣିବା ଏକ ଭଲ କାର୍ଯ୍ୟ ହେବ ବୋଲି ସେ କହିଛନ୍ତି । ଏହା ପୂର୍ବରୁ ଯୁଦ୍ଧ ବନ୍ଦ କରି ପାଲେଷ୍ଟାଇନ କଏଦୀଙ୍କ ବଦଳରେ ନିଜର ବନ୍ଧକଙ୍କୁ ମୁକ୍ତ କରିବା ଲାଗି ପ୍ରଚେଷ୍ଟା କରିବାକୁ  ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଉପରେ ଚାପ ପକାଇଥିଲେ ୟୋଭ ଗାଲାଣ୍ଟ । ବନ୍ଧକଙ୍କୁ ମୁକ୍ତ କରିବା ଲାଗି ଶାନ୍ତି ଆଲୋଚନା କରିବାକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଉପରେ ଚାପ ବୃଦ୍ଧି ପାଇବା ପରେ ଏବେ ଶାନ୍ତି ଆଲୋଚନା ଲାଗି ଚେଷ୍ଟା ଜାରି ରହିଛି । 

ଅନ୍ୟପଟେ ଗତ ଜୁଲାଇରେ ହମାସର ଅଧାରୁ ଅଧିକ ନେତାଙ୍କୁ ହତ୍ୟା କରାଯାଇଛି ବୋଲି ଦାବି କରିଛନ୍ତି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ । ଏହା ବ୍ୟତୀତ ୪୦ ହଜାର ହମାସ ଫାଇଟରଙ୍କ ମଧ୍ୟରୁ ୧୪ ହଜାରଙ୍କୁ ମାରିଦିଆଯାଇଛି କିମ୍ବା ବନ୍ଦୀ କରାଯାଇଛି । କିନ୍ତୁ ଏଭଳି ଦାବିକୁ ଖଣ୍ଡନ କରିଛି ହମାସ ସଂଗଠନ ।  ଅକ୍ଟୋବର ୭, ୨୦୨୩ରେ ଇସ୍ରାଏଲ ଉପରେ ଆକ୍ରମଣ କରି ୧୨୦୦ ଲୋକଙ୍କୁ ହତ୍ୟା କରିବା ସହ ୨୫୦ ଜଣଙ୍କୁ ବନ୍ଧକ କରିନେଇଥିଲା ହମାସ । ଏହା ପୂର୍ବରୁ ଆଜି ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ ଯୁଦ୍ଧ ବନ୍ଦ କରିବା ଉପରେ ଜୋର ଦେଇଛନ୍ତି । ଯୁଦ୍ଧ ବିରାମ ଉପରେ ଜାତିସଂଘ ହସ୍ତକ୍ଷେପ କରିପାରେ ବୋଲି ମଧ୍ୟ କହିଛନ୍ତି ଗୁଟେରସ । 

  • Israel Hamas war
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.