ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇସ୍ରାଏଲ ସେନା ପକ୍ଷରୁ ଗାଜାରେ ପ୍ରଚଣ୍ଡ ଆକ୍ରମଣ, ୨୧୦ ମୃତ, ଶତାଧିକ ଆହତ

ଗାଜାସିଟି,୦୯/୦୬: ଇସ୍ରାଏଲ ସେନା ଗାଜା  ସିଟିର ଡେର-ଏଲ୍‌-ବଲାହ ଓ ନୁସେରତ୍‌ ଅଞ୍ଚଳର ୧୨ରୁ  ଅଧିକ ସ୍ଥାନରେ ଜଳ, ସ୍ଥଳ ଓ ସମୁଦ୍ରରୁ ପ୍ରଚଣ୍ଡ ଆକ୍ରମଣ କରିଛି । ଏଥିରେ ୨୧୦ ଜଣ ପ୍ରାଣ ହରାଇଥିଲା ବେଳେ ଶତାଧିକ ଆହତ ହୋଇଛନ୍ତି । ମୃତାହତଙ୍କ ମଧ୍ୟରେ ଅଧିକାଂଶ  ମହିଳା ଓ ପିଲା ଥିବା ଜଣାପଡିଛି । ଆହତଙ୍କୁ ଅଲ୍‌-ଅକ୍ସା  ମାର୍ଟିୟାର୍ସ ହସ୍ପିଟଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ  ସ୍ଥାନର ଅଭାବ ଯୋଗୁ ରାସ୍ତା କଡରେ ମଧ୍ୟ ଅନେକ ଆହତ  ପଡିରହିଛନ୍ତି । ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନେ ସେମାନଙ୍କୁ  ବଞ୍ଚାଇବା ଲାଗି ଯଥାସମ୍ଭବ ଉଦ୍ୟମ କରୁଛନ୍ତି । ଖାଦ୍ୟ ଓ ଔଷଧର ଅଭାବ ରହିଥିଲା ବେଳେ ଜେନେରେଟର ଚଳାଇବାକୁ ଇନ୍ଧନ ମଧ୍ୟ ନାହିଁ । ତୁହାକୁ ତୁହା ବୋମା ମାଡ଼ ଯୋଗୁ ଯୋଗାଯୋଗ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ  ହୋଇଯାଇଛି । ଆଉ କେଉଁ ଅଞ୍ଚଳରେ କ’ଣ ସବୁ କ୍ଷତି  ଘଟିଛି ତାର ରିପୋର୍ଟ ସାମ୍‌ନାକୁ ଆସିପାରୁ ନାହିଁ । 

ହସ୍ପିଟାଲ ଠାରୁ ଆରମ୍ଭ କରି ରିଲିଫ ଶିବିର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଇସ୍ରାଏଲ ସେନା ବୋମାମାଡ଼ କରୁଥିବାରୁ ଲୋକମାନେ  କୁଆଡେ ଯିବେ ସ୍ଥିର କରିପାରୁନାହାନ୍ତି । ପାଲେଷ୍ଟାଇନ ରାଷ୍ଟ୍ରପତି ମହମ୍ମୁଦ ଆବାସ ଇସ୍ରାଏଲର ଏଭଳି ଆକ୍ରମଣକୁ  ତୀବ୍ର ନିନ୍ଦା କରିବା ସହ ତୁରନ୍ତ ଜାତିସଂଘ ନିରାପତ୍ତା ପରିଷଦର ଜରୁରି ବୈଠକ ଡାକିବାକୁ ଦାବି କରିଛନ୍ତି । କହିଛନ୍ତି ତୁରନ୍ତ ଇସ୍ରାଏଲକୁ ଏଭଳି ରକ୍ତପାତରୁ ନିବୃତ୍ତ  କରାଯିବା ଉଚିତ । ଗତ ଗୁରୁବାର ନୁସେରତ ଅଞ୍ଚଳରେ  ଥିବା ଏକ ରିଲିଫ ଶିବିର ଉପରେ ଇସ୍ରାଏଲ ସେନା ଆକ୍ରମଣ  କରିବାରୁ ୪୦ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ । ଅନ୍ୟପକ୍ଷରେ ଏହି ଆକ୍ରମଣରେ ୧୭ ଜଣ ହମାସ ଆତଙ୍କୀ  ନିପାତ ହୋଇଥିବା ଇସ୍ରାଏଲ ଦାବି କରିଥିଲା। ହେଲେ ତାର ଏହି ଦାବିକୁ ପାଲେଷ୍ଟାଇନ ଖଣ୍ଡନ କରିଛି ।

  • PrameyaOdia
  • prameya
  • Israel Hamas war
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.