ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜଗତସିଂହପୁରରେ କଂଗ୍ରେସର ପ୍ରାର୍ଥୀ ସଂକଟ, ନିର୍ବାଚନ ଲଢ଼ିବାକୁ ନେଇ ଦୋଛକିରେ ନେତା

ଜଗତସିଂହପୁର,୧୫/୦୪: ଜଗତସିଂହପୁର ନିର୍ବାଚନମଣ୍ଡଳୀ କ୍ଷେତ୍ରରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ଚୂଡ଼ାନ୍ତ ହେବାରେ ବିଳମ୍ବ ଘଟୁଛି ।  ଏମିତିକି ବିଧାୟକ ପ୍ରାର୍ଥୀ ହେବାକୁ ସେମିତି କେହି ଆଗ୍ରହୀ ନାହାନ୍ତି । ନିକଟରେ କିନ୍ତୁ ଏହି ଆସନରୁ ଅନେକ ଆଶାୟୀ ରହିଥିଲେ । ଟିକଟ୍‌  ପାଇଁ ଆବେଦନ କରିଥିଲେ । ହେଲେ ନିର୍ବାଚନ ରଣଦୁନ୍ଦୁଭି ବାଜି ଉଠି ସାରିଥିଲେ ସୁଦ୍ଧା କେହି ଜଣେ ଆଶାୟୀ ପ୍ରାର୍ଥୀ ଆଗତୁରା ସଂଗଠନ  ସଜାଡ଼ିବା ଦିଗରେ କାର୍ଯ୍ୟ କରୁଥିବା ମନେ ହେଉନାହିଁ । ଦଳ ଟିକଟ୍‌ରୁ ବିଧାୟକ ନିର୍ବାଚନ ଲଢ଼ିବାକୁ ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହଙ୍କ ଉପରେ  ଅଧିକ ଚାପ ପଡ଼ିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ ।

 ଦୁଇ ଦିନ  ତଳେ ପୌରାଧ୍ୟକ୍ଷାଙ୍କ ଉପସ୍ଥିତିରେ କିଛି କଂଗ୍ରେସ ପାରିଷଦ ସ୍ଥାନୀୟ ଲାଲାସାହିରେ ଏକାଠି ହୋଇଥିଲେ । ଅପରପକ୍ଷେ ପ୍ରାର୍ଥୀ ହେବା ନେଇ ଅଦ୍ୟାବଧି କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ପୌରାଧ୍ୟକ୍ଷାଙ୍କ  ପ୍ରତିନିଧି ତଥା ପୂର୍ବତନ ପାରିଷଦ ଦିଲୀପ ସିଂହ ‘ପ୍ରମେୟ’କୁ  କହିଛନ୍ତି । ଏବେ ଜଗତସିଂହପୁର ନିର୍ବାଚନମଣ୍ଡଳୀ କଂଗ୍ରେସ ଦୋଛକିରେ ଅଟକି ରହିଛି । ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଦଳବଳ ଧରି କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେବା ପରଠୁ ଏଭଳି ସଂକଟ ସୃଷ୍ଟି ହୋଇଛି । ଏପଟେ  ଚିରଞ୍ଜୀବଙ୍କୁ ବିଜେଡି ପକ୍ଷରୁ ବିଧାୟକ ଟିକଟ୍‌ ନମିଳିବା ଦେଖି ଦଳ ଛାଡ଼ିଥିବା ବହୁ କଂଗ୍ରେସ କର୍ମୀ ପୁଣି ଅଲଗା  ରାସ୍ତା ଦିଗକୁ ମୁହାଁଇଲେଣି । ତାଙ୍କର ହାତଗଢ଼ା କଂଗ୍ରେସ ସଂଗଠନ ଏଠି ଛାର୍‌ଖାର୍‌ । ସଂଗଠନ ଭୁଶୁଡ଼ି  ଥିବାରୁ କଂଗ୍ରେସ ପ୍ରାର୍ଥୀ ହେବାକୁ ଆଉ କେହି ମନ  ବଳାଉ ନାହାନ୍ତି । ବହୁ କଂଗ୍ରେସ କର୍ମୀ ବିଜେଡି ଓ  ବିଜେପି ପଟକୁ ଢଳୁଥିବା ଲକ୍ଷ୍ୟ କରାଗଲାଣି ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.