ପ୍ରମୂଖ ଖବର
  • T-20 ବିଶ୍ୱକପ୍ ସୁପର ୮ ରାଉଣ୍ଡ, ୨୧ ରନ୍‌ରେ କଙ୍ଗାରୁ ବାହିନୀ ଚିତ୍ ପଟାଙ୍ଗ, ଆଫଗାନିସ୍ତାନ ପ୍ରଥମ ବିଜୟ
  • ||
  • ଯୌନ ନିର୍ଯାତନା ମାମଲା, ପ୍ରଜ୍ବଳଙ୍କ ଭାଇ ସୂରଜ ରେଭାନ୍ନାକୁ ବାନ୍ଧିଲା ପୋଲିସ
  • ||
  • ମାଲକାନଗିରି ସହରର ଡିଏନ୍‌କେ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମହିଳା ମୃତ
  • ||
  • ସାଲେପୁର: ବାଇକ୍‌ ସହ ପୋଲରୁ ଖସି ପଡ଼ିଲେ ୨ ଆରେହୀ, ଜଣେ ମୃତ ,ଜଣେ ଗୁରୁତର
  • ||
  • ରବିବାରଠୁ ୨ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କୁ ଦର୍ଶନ ପରେ ଜନସମାବେଶରେ ହେବେ ସାମିଲ
  • ||
  • ଶ୍ରୀମନ୍ଦିରରେ ପଟିଦିଅଁ ବିଜେ, ଜ୍ୱରରୁ ମୁକ୍ତି ପାଇଁ ମହାପ୍ରଭୁଙ୍କ ଗୁପ୍ତ ଅନବସର ସେବା ଆରମ୍ଭ
  • ||
  • ଆସନ୍ତା ଦୁଇ ଦିନ ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା, ୨୫ରୁ ରାଜ୍ୟରେ ପ୍ରବଳ ଛେଚିବ
  • ||

ବୈଷ୍ଣୋଦେବୀରେ ତମାଖୁ ବିକ୍ରି ଉପରେ ଲାଗିଲା ବ୍ୟାନ, ନିର୍ଦ୍ଦେଶ ଜାରି

ଶ୍ରୀନଗର,୨/୬: ଏଣିକି ଆଉ ବିକ୍ରି ହେବନି  ସିଗାରେଟ୍‌ ଓ ତମାଖୁ। ଏ ସବୁ ବିକ୍ରି ଉପରେ ଲାଗିଲା ବ୍ୟାନ୍‌। ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଜମ୍ମୁ ଆସନ୍ତି। ଏଭଳି ପରିସ୍ଥିତିରେ ସମଗ୍ର ମାର୍ଗରେ ମଦ୍ୟପାନ, ମାଂସ ଏବଂ ତମାଖୁ ଉତ୍ପାଦ ଉପରେ ନିଷେଧାଦେଶ ଜାରି ରହିଛି। ଏହା ସତ୍ତ୍ୱେ ବି ଲୋକମାନେ ଏହାକୁ ମାନୁ ନାହାନ୍ତି। ଖୋଲାଖୋଲି ଭାବେ ସିଗାରେଟ୍ ଏବଂ ତମାଖୁ ସେବନ କରୁଛନ୍ତି। ଏହା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସରକାର। ଯାତ୍ରା ମାର୍ଗରେ ଏହି ନିଶା ପଦାର୍ଥ ବ୍ୟବହାର ଉପରେ ବ୍ୟାନ୍‌ ଲଗାଇଛନ୍ତି।

ଏନେଇ ଜିଲ୍ଲାପାଳ କହିଛନ୍ତି ଯେ, "ଲୋକେ ଶ୍ରଦ୍ଧାର ସହ  ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଆସିଥାନ୍ତି । ଏଥିପାଇଁ  ସମଗ୍ର ମାର୍ଗରେ ମଦ୍ୟପାନ, ମାଂସ ଏବଂ ତମାଖୁ ସେବନ ପାଇଁ ନିଷେଧ ରହିଛି। ହେଲେ ନିଷେଧାଦେଶ ସତ୍ତ୍ବେ ଲୋକେ ଏହି ସବୁ ସେବନ କରୁଥିବା ଦେଖିବାକୁ ମିଳିଛି । ଏନେଇ ଆମେ କଟରାର ନୋମାଇ ଚେକପୋଷ୍ଟ, ପଥାଲ ଚେକପୋଷ୍ଟ, ତାରାକୋର୍ଟ ମାର୍ଗର ବିନ୍ଦୁରୁ ମାତା ବୈଷ୍ଣୋଦେବୀ ଭବନ ପର୍ଯ୍ୟନ୍ତ କୌଣସି ପ୍ରକାର ତମାଖୁ ବିକ୍ରିକୁ ବ୍ୟାନ କରାଯାଇଛି। "ନିକଟରେ ଏକ ଖବର ଆସିଥିଲା ଯେ ମାତାଙ୍କ ଦରବାରରେ ଉପସ୍ଥିତ ଭକ୍ତମାନଙ୍କୁ ପ୍ରସାଦ ଭାବରେ ବୃକ୍ଷ  ଦିଆଯିବ। ଏଥିପାଇଁ ଶ୍ରୀ ମାତା ବୈଷ୍ଣୋ ଦେବୀ ଜୀ ଶ୍ରୀମନ୍ଦିର ବୋର୍ଡ ପ୍ରଶାସନ ଉତ୍ତର ଭାରତରେ ହାଇଟେକ ନର୍ସରୀ ପ୍ରସ୍ତୁତ କରିଛି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.