ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

’ନେହରୁଙ୍କ ଭୁଲ କାରଣରୁ ତିଆରି ହୋଇଛି ପିଓକେ’, ଲୋକସଭାରେ ବିରୋଧିଙ୍କ ଉପରେ ବର୍ଷିଲେ ଶାହ

ନୂଆଦିଲ୍ଲୀ,୬।୧୨: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ କଂଗ୍ରେସ ଉପରେ କରିଛନ୍ତି ବଡ ହମଲା। ସେ କହିଛନ୍ତି, ନେହରୁଙ୍କ ଭୁଲ କାରଣରୁ ପିଓକେ ତିଆରି ହୋଇଛି।  ଦୁଇଟି ବଡ଼ ଭୁଲ ପଣ୍ଡିତ ନେହୁରୁ ପ୍ରଧାନମନ୍ତ୍ରୀ ଥିବା ବେଳେ ହୋଇଥିଲା। ତାଙ୍କ କାରଣରୁ ବହୁ ବର୍ଷ ପର୍ଯ୍ୟନ୍ତ କାଶ୍ମୀରକୁ ଭୋଗିବାକୁ ପଡିଲା। ଯେତେବେଳେ ଆମ ସେନା ଜିତୁ ଥିଲା, ସେତେବେଳେ ପଞ୍ଜାବ ଅଞ୍ଚଳ ଆସିବା ମାତ୍ରେ ଅସ୍ତ୍ରବିରତି କରିଦେଇଥିଲା ଓ ପାକିସ୍ତାନ ଅଧିକୃତ କାଶ୍ମୀରର ଜନ୍ମ ହୋଇଥିଲା।’

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜମ୍ମୁ ଓ କଶ୍ମୀର ସଂରକ୍ଷଣ (ସଂଶୋଧନ)ବିଲ୍‌ ୨୦୨୩ ଓ ଜମ୍ମୁ ଓ କଶ୍ମୀର ପୁନଃଗଠନ ବିଲ୍ ୨୦୨୩ ଉପରେ ଚର୍ଚ୍ଚା ବେଳେ କହିଛନ୍ତି, ଯଦି ଅସ୍ତ୍ରବିରତି ତିନି ଦିନ ବିଳମ୍ବରେ ହୋଇଥାନ୍ତା, ତେବେ ପାକ୍ ଅଧିକୃତ କାଶ୍ମୀର ଭାରତର ଆଜି ଅଂଶ ହୋଇଥାନ୍ତା। ଜାତିସଂଘରେ ଆମ ପ୍ରସଙ୍ଗକୁ ନିଆଯାଇଥିଲା, ଯାହାକି ବଡ ଭୁଲ।’ ଅମିତ ଶାହଙ୍କ ଏହି ବୟାନ ଉପରେ କଂଗ୍ରେସ ସାଂସଦ କଡା ଆପତ୍ତି ପ୍ରକାଶ କରିଛନ୍ତି ଓ ଗୃହରେ ଜୋରଦାର ହଙ୍ଗାମା ହୋଇଛି।

ଏନେଇ ଶାହ କହିଛନ୍ତି, ଯଦି ରାଗିବାର ଅଛି ତେବେ ମୋ ଉପରେ ନୁହେଁ, ନେହରୁଙ୍କ ଉପରେ ରାଗନ୍ତୁ। ଏହାପରେ କଂଗ୍ରେସ ସାଂସଦ ଲୋକସଭାରେ ଓ୍ବାକଆଉଟ୍‌ କରିଥିଲେ। ଶାହ କହିଛନ୍ତି, ପ୍ରଥମେ ଜମ୍ମୁରେ ୩୭ଟି ଆସନ ଥିଲା, ଏବେ ୪୩ ରହିଛି। କାଶ୍ମୀରରେ ପୂର୍ବରୁ ୪୬ ଥିଲା, ଏବେ ୪୭ ରହିଛି ଓ ପିଓକେରେ ୨୪ ଆସନ ସଂରକ୍ଷିତ ରଖିଛନ୍ତି, କାରଣ ପିଓକେ ଆମର।’

ଏହାପରେ ଗୃହମନ୍ତ୍ରୀ ଅମିତ ଶାହ ନିଜ ସରକାରର ବହୁ ସଫଳତାକୁ ଗଣାଇଥିଲେ। ସେ କହିଛନ୍ତି, ମୋଦିଙ୍କ ନେତୃତ୍ବଧୀନ ସରକାର କ୍ଷମତାରେ ଆସିବା ପରେ ଜମ୍ମୁ-କଶ୍ମୀରରେ ଅଭୂତପୂର୍ବ ପରିବର୍ତ୍ତନ ଦେଖିବାକୁ ମିଳିଛି। କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରେ ସବୁ ବ୍ୟକ୍ତିଙ୍କ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ଉଠାଇଥାନ୍ତି। ଏବେ ଘାଟିରେ ୧୦୦ରୁ ଅଧିକ ଫିଲ୍ମର ସୁଟିଂ ହେଉଛି ଓ ୧୦୦ ରୁ ଅଧିକ ମୁଭି ଥିଏଟର ପାଇଁ ବ୍ୟାଙ୍କ ଋଣ ପ୍ରଦାନ ପକ୍ରିୟାରେ ରହିଛି। ମୋତେ ବିଶ୍ବାସ ରହିଛି ୨୦୨୪ ରେ ମୋଦି ସରକାର ପୁଣିଥରେ ଶାସନକୁ ଫେରିବେ। ମୋତେ ପୁରା ବିଶ୍ବାସ ରହିଛି ୨୦୨୬ ପର୍ଯ୍ୟନ୍ତ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଘଟଣା ସମ୍ପୂର୍ଣ୍ଣ ଭାବରେ ଶେଷ ହୋଇଯିବ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.