ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ତିନି ଫର୍ମାଟରେ ନମ୍ବର ଓ୍ବାନ ହେଲେ ବୁମରାହ ; ବିରାଟଙ୍କ ସମକକ୍ଷ ହେଲେ

ନୂଆଦିଲ୍ଲୀ,୭/୨ : ବିରାଟଙ୍କ ସମକକ୍ଷ ହେଲେ ଜସପ୍ରୀତ ବୁମରାହ । ବିରାଟ କୋହଲୀଙ୍କ ପରେ ଜସପ୍ରୀତ ବୁମରାହ ଦ୍ବିତୀୟ ଏଭଳି ଖେଳାଳୀ ହୋଇଯାଇଛନ୍ତି ଯିଏ ତିନି ଫର୍ମାଟରେ ନମ୍ବର ଓ୍ବାନ ପଜିଶନ ହାସଲ କରିବାରେ ସଫଳ ହୋଇଛନ୍ତି । ଜସପ୍ରୀତ ବୁମରାହ ବୁଧବାର ଆଇସିସିର ତାଜା ଟେଷ୍ଟ ରାଙ୍କିଂ ଜାରି ହେବା ପରେ ଏହି ସଫଳତା ହାସଲ କରିଛନ୍ତି । ବୁମରାହ ଏବେ ବିଶ୍ବର ନମ୍ବର ଓ୍ବାନ ଦ୍ରୁତ ବୋଲର ହୋଇଯାଇଛନ୍ତି । ଏହା ପୂର୍ବରୁ ଜସପ୍ରୀତ ବୁମରାହ ଆଇସିସିର ଟି୨୦ ଏବଂ ଦିନିକିଆ ରାଙ୍କିଂରେ ନମ୍ବର ଓ୍ବାନ ରାଙ୍କିଂ ହାସଲ କରି ସାରିଛନ୍ତି । ଏବେ ପର୍ଯ୍ୟନ୍ତ କେବଳ ଦୁଇ ଏସିଆନ କ୍ରିକେଟର୍ସ ତିନି ଫର୍ମାଟରେ ନମ୍ବର ଓ୍ବାନ ହୋଇଛନ୍ତି ଏବଂ ଏହି ଦୁଇ ଖେଳାଳୀ ଭାରତର ଅଟନ୍ତି ।

ବିରାଟ କୋହଲୀ ପ୍ରଥମେ ଏଭଳି ଏସିଆନ ବ୍ୟାଟର ହୋଇଯାଇଛନ୍ତି କି ଯିଏ ତିନି ଫର୍ମାଟରେ ନମ୍ବର ଓ୍ବାନ ପଜିଶନ ହାସଲ କରିଛନ୍ତି । ଏବେ ବୁମରାହ ତିନି ଫର୍ମାଟରେ ନମ୍ବର ଓ୍ବାନର ତାଜ୍ ପିନ୍ଧିଥିବା ଦ୍ବିତୀୟ ଏସିଆ କ୍ରିକେଟର ହୋଇଯାଇଛନ୍ତି । ମାତ୍ର ଜସପ୍ରୀତ ବୁମରାହ ପ୍ରଥମ ଏସିଆନ ବୋଲର ଅଟନ୍ତି ଯିଏ ତିନି ଫର୍ମାଟରେ ନମ୍ବର ଓ୍ବାନର ପଜିଶନ ହାସଲ କରିବାରେ ସଫଳ ହୋଇଛନ୍ତି । ଜସପ୍ରୀତ ବୁମରାହଙ୍କୁ ଏହି ସଫଳତା ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟରେ ୯ଓ୍ବିକେଟ ନେବା ପରେ ମିଳିଛି । ପ୍ରକାଶ ଯେ, ଜସପ୍ରୀତ ବୁମରାହ ଆଇସିସି ଟେଷ୍ଟ ରାଙ୍କିଂ‌ରେ ୮୮୧ପଏଣ୍ଟ୍ସ ସହ ନମ୍ବର ଓ୍ବାନ ହୋଇଯାଇଛନ୍ତି । ବୁମରାହ ଆର ଅଶ୍ବିନଙ୍କୁ ପଛ‌ରେ ପକାଇ ନମ୍ବର ଓ୍ବାନ ସ୍ଥାନ ହାସଲ କରିନେଇଛନ୍ତି ।

ସେହିଭଳି ବିରାଟ କୋହଲୀ ବର୍ତ୍ତମାନ କ୍ରିକେଟ ପଡ଼ିଆରୁ ଦୂରରେ ଅଛନ୍ତି । ବ୍ୟକ୍ତିଗତ କାରଣରୁ ବିରାଟ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ସିରିଜ ପୂର୍ବରୁ ଦୁଇ ମ୍ୟାଚ୍‌ରୁ ନାଁ ଫେରାଇ ନେଇଛନ୍ତି । ବିରାଟ କୋହଲୀ ତୃତୀୟ ଟେଷ୍ଟରେ ଫେରିବାର ସମ୍ଭାବନା ଥିଲା । କିନ୍ତୁ ଏବେ ପର୍ଯ୍ୟନ୍ତ ନିଶ୍ଚିତ ହୋଇପାରିନାହିଁ କି ବିରାଟ କୋହଲୀ ତୃତୀୟ ଟେଷ୍ଟ ଖେଳବେ କି ଖେଳିବେ ନାହିଁ । ଏହାପରେ ବି ବିରାଟ କୋହଲୀ ଏକାକୀ ଏଭଳି ଭାରତୀୟ ବ୍ୟାଟର ଅଟନ୍ତି ଯିଏ କି ଆଇସିସି ଟେଷ୍ଟ ରାଙ୍କିଂରେ ଟପ୍ ୧୦ରେ ରହିଛନ୍ତି । ବିରାଟ କୋହଲୀ ଏବେ ସପ୍ତମ ସ୍ଥାନରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.