ପ୍ରମୁଖ ଖବର
  • ଡିସେମ୍ବର ୯ରେ ଡବ୍ଲ୍ୟୁପିଏଲ୍‌-୨ ଅକ୍ସନ୍: ନିଲାମ ତାଲିକାରେ ୧୬୫ ଖେଳାଳି, ଡଟିନ, ୱାଟ୍‌ ଓ ଆଟାପଟୁଙ୍କ ଉପରେ ନଜର
  • ||
  • ଭୁବନେଶ୍ୱର: ସୋମବାରଠାରୁ ସଂସଦର ଶୀତ ଅଧିବେଶନ: ବିଜେଡି ଉଠାଇବ ବିଧାନ ପରିଷଦ, ପିଏମ୍‌ଏୱାଇ ପ୍ରସଙ୍ଗ
  • ||
  • ନିଶ୍ଚିନ୍ତକୋଇଲି: ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର, ଅଭିଯୁକ୍ତ ନାଁରେ ରହିଛି ୫୩ଟି ମାମଲା
  • ||
  • ମଧ୍ୟପ୍ରଦେଶ ଟ୍ରେଣ୍ଡିଂରେ ବିଜେପିକୁ ବହୁମତ, ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଭେଟିବାକୁ ପହଞ୍ଚିଲେ ସିନ୍ଧିଆ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉତ୍ପାତିଆ ଦନ୍ତା ହାତୀ ହେବେ ସାବାଡ୍‌, ଖୁବ୍‌ଶୀଘ୍ର ହାତୀଙ୍କ ‘ପାଠଶାଳା’ରେ ହେବ କୁମ୍‌କୀ ପ୍ରଶିକ୍ଷଣ ଟ୍ରେନିଂ
  • ||
  • ଭୁବନେଶ୍ୱର: ବାତ୍ୟା ‘ମିଗଜାଉମ୍’ର ରୂପ ନେଲା ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା
  • ||
  • ଭୁବନେଶ୍ୱର: OAS ସ୍ତରରେ ଛୋଟ ଧରଣର ଅଦଳବଦଳ: ୧୧ ଓଏଏସ୍ ଅଧିକାରୀଙ୍କ ବଦଳି
  • ||
  • ଫୁଲବାଣୀ: ସାଙ୍ଗମାନଙ୍କ ସହ ଭଉଣୀକୁ ଗଣଦୁଷ୍କର୍ମ ମାମଲା: ହତ୍ୟା ଅଭିଯୋଗରେ ଭାଇ ସମେତ ୪ ଗିରଫ
  • ||
  • ଆଜି ପଞ୍ଚମ ଟି-ଟ୍ୱେଣ୍ଟି: ଚିନ୍ନାସ୍ୱାମୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା, ବଳକାଙ୍କୁ ମିଳିବ ସୁଯୋଗ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ
  • ||

ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ନଷ୍ଟ କରିବା ପାଇଁ ବିସିସିଆଇ ସଚିବ ଜୟ ଶାହ ଦାୟୀ, ପୂର୍ବତନ କ୍ୟାପଟେନ୍ ଅର୍ଜୁନ ରଣତୁଙ୍ଗାଙ୍କ ସଙ୍ଗୀନ ଅଭିଯୋଗ

ନୂଆଦିଲ୍ଲୀ,୧୩।୧୧: ଭାରତୀୟ କ୍ରିକେଟ କନଟ୍ରୋଲ ବୋର୍ଡ ଅର୍ଥାତ ବିସିସିଆଇ ସଚିବ ଜୟ ଶାହଙ୍କ ବିରୋଧରେ ବଡ ଅଭିଯୋଗ। ଏଭଳି ଅଭିଯୋଗ ଆଣିଛନ୍ତି ଶ୍ରୀଲଙ୍କା କ୍ରିକେଟ ଟିମ୍‌ର ପୂର୍ବତନ କ୍ୟାପଟେନ୍ ଅର୍ଜୁନ ରଣତୁଙ୍ଗା। ସେ କହିଛନ୍ତି, ଶାହ ଶ୍ରୀଲଙ୍କା କ୍ରିକେଟକୁ ଚଳାଉଛନ୍ତି ଓ ଏହି ବୋର୍ଡ ତାଙ୍କୁ ବରବାଦ୍ କରିଦେଇଛି। ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ଆଇସିସି ସସପେଣ୍ଡ କରିଦେଇଛି। ଏହାପଛରେ ଆଇସିସି ଯୁକ୍ତି ଦର୍ଶାଇଥିଲା ଯେ, ବୋର୍ଡରେ ରାଜନୈତିକ ହସ୍ତକ୍ଷେପ ରହିଛି ଓ ଏହି କାରଣଣୁ ତୁରନ୍ତ ବୋର୍ଡର ସଦସ୍ୟତା ରଦ୍ଦ କରି ଦିଆଯାଇଛି। 

ଆଇସିସିର ଏହି ନିଷ୍ପତ୍ତିର କିଛି ଘଣ୍ଟା ପୂର୍ବରୁ ବୋର୍ଡର ଅନ୍ତରୀଣ ଚେୟାରମ୍ୟାନ୍‌ ଥିବା ଅର୍ଜୁନ ରଣତୁଙ୍ଗା ଡେଲି ମିରରକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ କହିଥିଲେ, ଏସଏଲସି(ଶ୍ରୀଲଙ୍କା କ୍ରିକେଟ) ଅଧିକାରୀ ଓ ଜୟ ଶାହଙ୍କ ଭିତରେ ସମ୍ପର୍କ କାରଣରୁ ସେ(ବିସିସିଆଇ)ଏହି ଧାରଣ ଅନୁସାରେ, ଏସ୍ଏଲ୍‌ସିକୁ ଦବାଇବାକୁ ଚାହାନ୍ତି ଓ ନିୟନ୍ତ୍ରିତ କରିପାରନ୍ତି। ଜୟ ଶାହ ଶ୍ରୀଲଙ୍କା କ୍ରିକେଟ ଚଳାଉଛନ୍ତି। ଶାହଙ୍କ ପ୍ରଭାବ କାରଣରୁ ଏସଏଲସି ନଷ୍ଟ ହେଉଛି। ଭାରତର ଜଣେ ଲୋକ ଶ୍ରୀଲଙ୍କା କ୍ରିକେଟକୁ ନଷ୍ଟ କରୁଛି।’

ରଣତୁଙ୍ଗା ଆହୁରି କହିଛନ୍ତି ଯେ, ସେ କେବଳ ନିଜ ବାପାଙ୍କ କାରଣରୁ ଶକ୍ତିଶାଳୀ, ଯିଏକି ଭାରତର ଗୃହମନ୍ତ୍ରୀ(ଅମିତ ଶାହ)।’ ଏସ୍‌ଏଲସି ପ୍ରଶାସନରେ ରାଜନୈତିକ ହସ୍ତକ୍ଷେପର କଥା କହି ଅନ୍ତର୍ଜାତୀୟ ପରିଷଦ(ଆଇସିସି) ଶୁକ୍ରବାର୧୦ ନଭେମ୍ବରରେ ଏସ୍‌ଏଲ୍‌ସିକୁ ନିଲମ୍ବିତ କରିଥିଲା। ଶ୍ରୀଲଙ୍କା କ୍ରୀଡା ମନ୍ତ୍ରୀ ରୋଶନ ରଣସିଙ୍ଘେ ଓ୍ବାର୍ଲ୍ଡକପ୍ ୨୦୨୩ ଟିମ୍‌ର ଖରାପ ପ୍ରଦର୍ଶନ ପରେ ବୋର୍ଡର ସବ ସଦସ୍ୟଙ୍କୁ ହଟାଇ ଦେଇଥିଲେ ଓ ଏକ ନୂଆ କମଟି ଗଠନ କରାଯାଇଥିଲା, ଯାହାକୁ କିଛି ଘଣ୍ଟା ପରେ ଆଇସିସି ନଷ୍ଟ କରିଦେଇଛି, କାରଣ ଆଇସିସି ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଉପରେ ତୁରନ୍ତ ପ୍ରଭାବ ଦେଖାଇ ସଦସ୍ୟତା ଛଡାଇ ନେଇଛି। ଆସନ୍ତା ନିଷ୍ପତ୍ତି ପର୍ଯ୍ୟନ୍ତ ଶ୍ରୀଲଙ୍କା ଟିମ୍ ଇଣ୍ଟର ନ୍ୟାସନାଲ କ୍ରିକେଟ ଖେଳି ପାରିବନି। ଏଭଳି ସ୍ଥିତିରେ ୧୯୯୬ ବିଶ୍ବକପ୍ ବିଜେତ ଟିମ୍ ପାଇଁ ଏହା ହେଉଛି ବଡ ଝଟକା। 

  • prameyanews
  • PrameyaOdia
  • prameya
  • ODI World Cup 2023
  • Copyright © 2022 - Summa Real Media Private Limited. All Rights Reserved.