ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଏଣିକି ମାଲେରିଆ ସହ ଲଢ଼ିବା ହେବ ସହଜ, ଖାସ୍‌ ଭ୍ୟାକ୍ସିନ ବିକଶିତ କଲେ ଜେଏନୟୁ ବୈଜ୍ଞାନିକ

Published By : Tapas Panda | May 23, 2024 7:22 PM

ନୂଆଦିଲ୍ଲୀ: ପ୍ରବଳ ତାତି ଲୋକଙ୍କୁ ଚିନ୍ତାରେ ପକାଇଛି । ଝାଳରେ ଭିଜୁଛି ଶରୀର । କିନ୍ତୁ ଆଉ ୧୫-୨୦ ଦିନ ଭିତରେ ମୌସୁମୀ ଆସିବାକୁ ଯାଉଛି । ବର୍ଷା ସାଙ୍ଗକୁ ମଶାଙ୍କ ସଂଖ୍ୟା ମଧ୍ୟ ବଢ଼ିବ । ଏହା ସହ ଡେଙ୍ଗୁ ଏବଂ ମାଲେରିଆ ଭଳି ଭୟଙ୍କର ରୋଗ ବ୍ୟାପିବାର ବିପଦ ବୃଦ୍ଧି ପାଇବ  । ମାଲେରିଆ ସହ ଲଢ଼ିବା ଲାଗି ଜେଏନୟୁର ବୈଜ୍ଞନିକମାନେ ଏକ ଖାସ ଭ୍ୟାକ୍ସିନ୍‌ ବା ଟୀକା ବିକଶିତ କରିଛନ୍ତି । ଏହି ଗବେଷଣା ଆଇସାଇନ୍ସ ପତ୍ରିକାରେ ପ୍ରକାଶ ପାଇଛି । 

 ଜେଏନୟୁର ପ୍ରଫେସର ଶୈଳଜା ସିଂହ ଏବଂ ପ୍ରଫେସର ଆନନ୍ଦ ରଙ୍ଗନାଥନ ମାଲେରିଆ ଟୀକାକୁ ନେଇ ଗୁରୁତ୍ବପୂର୍ଣ୍ଣ ଗବେଷଣା କରିଛନ୍ତି । ପ୍ରୋହିବିଟିନ ପ୍ରୋଟିନ ସହାୟତାରେ ଏହି ଟୀକା ବିକଶିତ କରାଯାଇଛି । ମାଲେରିଆ ମାଈ ଏନୋଫିଲିସ ମଶା କାମୁଡ଼ିବା ଦ୍ବାରା ବ୍ୟାପିଥାଏ । ମାଲେରିଆ ଯୋଗୁ ଲକ୍ଷାଧିକ ଲୋକଙ୍କ ଜୀବନ ମଧ୍ୟ ଯାଉଛି । ମାଲେରିଆକୁ ରୋକିବା ଲାଗି ବ୍ୟାପକ ବ୍ୟବସ୍ଥା କରାଯାଉଥିଲେ ହେଁ ମୃତ୍ୟୁସଂଖ୍ୟା ଚିନ୍ତା ବଢ଼ାଇ ଦେଉଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ ୨୦୨୨ରେ ୨୪୯ ମିଲିୟନ୍‌ ମାଲେରିଆ ମାମଲା ମିଳିଥିଲା । ସେଥିମଧ୍ୟରୁ ୬୦, ୮୦୦ ଲୋକଙ୍କ ଜୀବନ ନେଇଥିଲା ମାଲେରିଆ । 

ଜେଏନୟୁର ସ୍ପେଶାଲ ସେଣ୍ଟର ଫର ମଲିକୁଲାର ମେଡିସିନର ପ୍ରଫେସର ଶୈଳଜା ସିଂହ ଏବଂ ପ୍ରଫେସର ଆନନ୍ଦ ରଙ୍ଗନାଥନଙ୍କ ନେତୃତ୍ବରେ ଗେବଷକଙ୍କ ଏକ ଟିମ୍‌ ନୂଆ ପରଜୀବୀ ଇଣ୍ଟରକନେକ୍ଟିଙ୍ଗ କମ୍ପ୍ଲେକ୍ସର ଆବିଷ୍କାର କରିଛନ୍ତି । ଏହା ଏକ ସଫଳ ଏବଂ ପ୍ରଭାବଶାଳୀ ଟୀକା ବିକଶିତ ଦିଗରେ ଗୁରୁତ୍ବପୂର୍ଣ୍ଣ ଆବିଷ୍କାର ବୋଲି କୁହାଯାଉଛି । ପ୍ରଫେସର ସିଂହ କହିଛନ୍ତି ଯେ,  ଆମେ ନୂଆ PHB2-Hsp70A1A ରିସେପ୍ଟର ଲିଗାଣ୍ଡର ଯୋଡ଼ିକୁ ଖୋଜି ବାହାର କରିଛୁ ।   ଯାହା ମଣିଷ ଶରୀରରେ ସଂକ୍ରମଣ ବୃଦ୍ଧି କରୁଛି । ଏହା ବିରୋଧରେ ପରଜୀବୀ ପ୍ରୋଟିନ PHB2 ଏକ ପ୍ରଭାବଶାଳୀ ଟୀକା । 

 ଗବେଷଣା କରୁଥିବା ବୈଜ୍ଞାନିକ ଜାଣିବାକୁ ପାଇଛନ୍ତି ଯେ, ମେରୋଜାଇଟ୍‌ ସର୍ଫେସ ଉପରେ ମିଳୁଥିବା PfPHB2 ପ୍ରୋଟିନ ଲୋହିତ ରକ୍ତ କଣିକା (ଆରବିସି)ରେ ଥିବା ହିଟ୍‌ ଶକ୍‌ ପ୍ରୋଟିନ୍‌ Hsp70A1A ସହ ମିଶି ପ୍ରତିକ୍ରିୟା କରିଥାଏ । ଆଣ୍ଟିବଡି ଚିକିତ୍ସା ଏହି ପ୍ରତିକ୍ରିୟାକୁ ରୋକିଥାଏ । ଫଳରେ ମାଲେରିଆ  ପାରାସାଇଟ ଜୀବାଣୁ ନଷ୍ଟ ହୋଇଥାଏ  । 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.