ପ୍ରମୂଖ ଖବର
  • ଜଗତସିଂହପୁର : ବାଇକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, କନଷ୍ଟେବଲ ମୃତ
  • ||
  • ବାସୁଦେବପୁର : ରତାଙ୍ଗ ଗ୍ରାମରେ ନବ ବଧୁର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ମହାଷ୍ଟମୀରେ ମଣ୍ଡପ ବୁଲି ମହାମୟାଙ୍କ ଆଶିଷ ନେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ବରମୁଣ୍ଡା ବ୍ରିଜ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବିଦ୍ୟୁତ ସଂପ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ସନ୍ଦେହ
  • ||
  • ଭୁବନେଶ୍ଵର : ଦଶହରାରେ ମୁଖ୍ୟମନ୍ତ୍ରୀଙ୍କ ଦୁର୍ଗାପୂଜା ଭେଟି, ରାଜ୍ୟବ୍ୟାପୀ ପେଣ୍ଡାଲ ଭଡ଼ା ଛାଡ଼
  • ||
  • ଖୁଣ୍ଟୁଣି ରେଞ୍ଜରେ ଦନ୍ତା ଉତ୍ପାତ, ଛେଳି ଚରାଇବାକୁ ଯାଇ ମହିଳା ମୃତ
  • ||
  • ମହାଦେବ ବେଟିଙ୍ଗ ଆପ୍‌ ମାଲିକ ସୌରଭ ଚକ୍ରଧର ଦୁବାଇରେ ଅଟକ, ସପ୍ତାହେ ଭିତରେ ଅଣାଯିବ ଭାରତ !
  • ||
  • ବ୍ରହ୍ମପୁର : ୧୫୨ ଲିଟର ବିଦେଶୀ ମଦ ଜବତ, ୨ ଗିରଫ
  • ||
  • ଆରପାରିରେ ପୋଲସରାର ପୂର୍ବତନ ବିଧାୟକ, ଶୋକ ପ୍ରାକାଶ ପଲେ ନେତୃବୃନ୍ଦ
  • ||
  • ସୁନ୍ଦରଗଡ଼ : ଲେଫ୍ରିପଡା ଓ ଟାଙ୍ଗରପାଲି ଜଙ୍ଗଲରେ ଅବକାରୀ ବିଭାଗର ଚଢାଉ, ଶହେ ଲିଟର ଦେଶୀ ମଦ ଜବତ
  • ||
  • ମା'ଙ୍କ ଆଗମନରେ ଉତ୍ସବ ମୁଖର ଭୁବନେଶ୍ୱର, ମଣ୍ଡପରେ ମହାଷ୍ଟମୀ ଏବଂ ପୀଠରେ ଚାଲିଛି ମହାନବମୀ ପୂଜା
  • ||
  • ଜଗତପୁର : ଯୁବକଙ୍କୁ ଅପହରଣ କରିବା ବେଳେ ଧରାପଡ଼ିଲେ ଦୁର୍ବୃତ୍ତ, ୧୦ ଅଟକ
  • ||
  • କଳାହାଣ୍ଡିରେ ମା' ମାଣିକେଶ୍ବରୀଙ୍କ ଛତରଯାତ୍ରା, ଲକ୍ଷାଧିକ ଭକ୍ତଙ୍କ ସମାଗମ
  • ||

ଓଡିଶାର ଇଭି ପ୍ରକଳ୍ପରୁ ଓହରିବନି JSW

ଭୁବନେଶ୍ବର,୨୪।୯ : ଓଡିଶା ଛାଡିବନି  ଜେଏସଡବ୍ଲ୍ୟୁ। ଇଭି ପ୍ରକଳ୍ପରୁ ଓହରିବନି। ପ୍ରକଳ୍ପରେ ୪୦ ହଜାର କୋଟି ଟଙ୍କା ବିନିଯୋଗ କରିବ କମ୍ପାନୀ।  ଓଡିଶାରେ ତିଆରି ହେବ ଇଭି ଗାଡି।  ଏ ନେଇ ଜେଏସଡବ୍ଲ୍ୟୁ କମ୍ପାନୀ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଓଡ଼ିଶାରେ ପ୍ରସ୍ତାବିତ ଜେଏସଡବ୍ଲ୍ୟୁ  ପ୍ରକଳ୍ପ ମହାରାଷ୍ଟ୍ରକୁ ଚାଲିଯିବା ନେଇ ହୋଇଥିବା ଚର୍ଚ୍ଚାକୁ କମ୍ପାନୀ ପକ୍ଷରୁ ଖଣ୍ଡନ କରାଯାଇଛି। 

ସୂଚନାଯୋଗ୍ୟ ଯେ, ଓଡିଶାରେ ୪୦ ହଜାର କୋଟି ଟଙ୍କାର ଇଭି ପ୍ରକଳ୍ପ ଲାଗି ପୂର୍ବ ସରକାର ସମୟରେ ଗତ ଫେବୃଆରୀରେ ଜେଏସଡବ୍ଲ୍ୟୁ ସହ ଚୁକ୍ତି ହୋଇଥିଲା । କଟକ ନରାଜ଼ ପାଖରେ ୧୧ ଶହ ଏକର ଜାଗାରେ ହେବାକୁ ଥିବା ଏହି ପ୍ରୋଜେକ୍ଟ ପାଇଁ ଚୁକ୍ତି ହୋଇଥିଲା। କମ୍ପାନୀର ଚୁକ୍ତି ଅନୁସାରେ, ଜେଏସଡବ୍ଲ୍ୟୁ କଟକ ନରାଜ ଠାରେ ୨୫ ହଜାର କୋଟି ବିନିମୟରେ ଇଲେକ୍ଟ୍ରିକ ଯାନ ଓ ଏହାର ବ୍ୟାଟେରୀ ତିଆରି ପାଇଁ ପ୍ଲାଣ୍ଟ ବସାଇବାକୁ ଯୋଜନା କରିଥିଲା। ସେହିପରି ପାରାଦ୍ୱୀପରେ କମ୍ପାନୀ ୧୫ ହଜାର କୋଟି ଖର୍ଚ୍ଚରେ ଲିଥିୟମ ରିଫାଇନାରୀ ପ୍ଲାଣ୍ଟ ସହ ଇଲେକ୍ଟ୍ରିକ ପାୱାର ଷ୍ଟ୍ରେନ୍ ସମେତ ଅନ୍ୟାନ୍ୟ ଉପକରଣ ତିଆରି କରିବାକୁ ଯୋଜନା କରିଥିଲା। 

ଜେଏସଡବ୍ଲ୍ୟୁ  ମହାରାଷ୍ଟ ଚାଲିଯିବା ନେଇ ଚର୍ଚ୍ଚା ହେବା ପରେ ରାଜ୍ୟ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଜେଏସଡବ୍ଲ୍ୟୁ ସହ ଆଲୋଚନା ଚାଲିଛି । ସେମାନେ ଓଡିଶା ଛାଡ଼ିବା ସମ୍ପର୍କରେ ଫାଇନାଲ ହୋଇନାହିଁ। ନିବେଶକମାନେ ସେମାନଙ୍କ ମୁତାବକ ନିବେଶ କରିଥାନ୍ତି। ବିଭିନ୍ନ କାରଣ ପାଇଁ ପ୍ରକଳ୍ପ ବିଳମ୍ବ ହୁଏ । ଜେଏସଡବ୍ଲ୍ୟୁ ଇଭି ଆରମ୍ଭରେ ମଧ୍ୟ ବିଳମ୍ବ ହୋଇଛି। ପୂର୍ବ ସରକାରରେ କ'ଣ ହେଇଛି ସେନେଇ ଆମେ କଥା ବାର୍ତ୍ତା କରିବୁ। ସ୍ଥାନାନ୍ତର ହେବା ନେଇ କୌଣସି ଫାଇନାଲ ହୋଇନାହିଁ।ଏ ସମ୍ପର୍କରେ  ଆମକୁ କିଛି  ସୂଚନା ମିଳିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.