ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

କାଳବୈଶାଖୀର ତାଣ୍ଡବ: ଗଛ ଉପୁଡି ରାସ୍ତା ଅଵରୋଧ,ପଵନରେ ଉଡିଗଲା ଘର ଛପର

ମାଲକାନଗିରି,୫/୬ : ମାଲକାନଗିରି ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ ରଚି ଅନେକ ଘର ଦ୍ୱାରା ଭାଙ୍ଗିଦେବା ସହିତ ବଡ଼ ବଡ଼ ଗଛ ଭାଙ୍ଗି ପଡି ରାସ୍ତା ଅବରୋଧ ହୋଇଛି। ସେହିପରି ବିଦ୍ୟୁତ ଖୁଣ୍ଟ ଉପୁଡି ରାସ୍ତା ଅବରୋଧ ହୋଇଛି। 

ମାଲକାନଗିରି  ଜିଲ୍ଲା ସଦର ମହାକୁମାସ୍ଥ ନୂଆଗୁଡା ଗ୍ରାମର  ୱାର୍ଡ ନଂ ୧୮ରେ ରୁହନ୍ତି ଗରିବ ବିଧବା ମହିଳା ହିରାମଣି କଚିମ୍ ଓ ତାଙ୍କର ୨୪ବର୍ଷର ଝିଅ ସବିତା କଚିମ।   କାଳବୈଶାଖୀ ରେ ହିରାମଣୀଙ୍କ ଘର ର ଶୋଇବା ଘରର ୨ଟି ଟିଣ ଉଡ଼ିଯାଇଛି lଘରର ସମସ୍ତ ଆସବାସପତ୍ର ବର୍ଷା ପାଣି ରେ ଭିଜି ଜାଇଥିବାସହ ଘରର ଅନ୍ୟ ବଖରାକୁ ପାଣି ପଶିଯାଇଥିଲା ।

ୱାର୍ଡ ମେମ୍ବର ରୁବିନା ଅନ୍ତିଆ ପହଁଚି  ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେଵା ନିମନ୍ତେ ଜିଲ୍ଲା ପ୍ରଶାନ ନିଜଟରେ ଦାବିକରିଛନ୍ତି। ଠିକ ସେହିପରି ଝଡ଼ ତୋଫାନ ରେ ସତୀଗୁଡା ଡ୍ୟାମ ସାଇଟ ରେ ପଦ୍ମଲାଭ ପାଙ୍ଗି, ସୁଭଦ୍ରା ମାଝୀ ଙ୍କ ଘର ସହିତ ଅନ୍ୟ ତିନିଜଣ ଙ୍କ ଘରର ଟିଣ ଛପର ଉଡାଇ ନେବା ସହିତ ଘର କାନ୍ଥ ଭାଙ୍ଗି ଯାଇଥିବାର ଜଣାପଡିଛି।   ଡ୍ୟାମ ସାଇଟ, ଆଶୀର୍ବାଦ କଲୋନୀ,ଭାମ୍ବେ କଲୋନୀ ସହିତ ଅନ୍ୟାନ ସ୍ଥାନ ରେ ପଵନ ରେ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତାରେ ପଡି ରାସ୍ତା ଅବରୋଧ ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.