ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିବାହ ବାର୍ଷିକୀରେ ହେମନ୍ତ ସୋରେନ୍‌ଙ୍କୁ ଭେଟିଲେ ପତ୍ନୀ କଳ୍ପନା, ଫଟୋ ସେୟାର କରି ଲେଖିଲେ - ବୀର ଝାଡଖଣ୍ଡୀ ବୀରର ଜୀବନ ସାଥୀ...

ରାଞ୍ଚି,୭।୨:  ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ଆଜି ୧୮ ତମ ବିବାହ ବାର୍ଷିକୀ। ଏହାର ଗୋଟେ ସପ୍ତାହ ପୂର୍ବରୁ ହେମନ୍ତ ସୋରେନ୍‌ଙ୍କୁ ଇଡି ଗିରଫ କରିଛି। ଜମି ଦୁର୍ନୀତି ମାମଲାରେ ଗିରଫ ହେବା ପରେ ଇଡି ରିମାଣ୍ଡରେ ଅଛନ୍ତି। ବୁଧବାର ତାଙ୍କ ରିମାଣ୍ଡର ଶେଷ ଦିନ। ତେବେ ଆଜି ବିବାହ ବାର୍ଷିକୀରେ କଳ୍ପନା ଇଡି ଅଫିସ ଯାଇ ସ୍ୱାମୀ ହେମନ୍ତ ସୋରେନଙ୍କୁ ଭେଟିଛନ୍ତି। ପ୍ରାୟ ୧୫-୨୦ ମିନିଟ୍ ପର୍ଯ୍ୟନ୍ତ  ସ୍ୱାମୀଙ୍କ ସହ ସମୟ ବିତାଇଥିଲେ। ଏହା ସହ କଳ୍ପନା ସୋରେନ୍‌ ଏକ ଫଟୋ ସେୟାର କରି ବିବାହ ବାର୍ଷିକୀରେ ତାଙ୍କ ସ୍ୱାମୀଙ୍କ ପାଇଁ ଇମୋସନାଲ ପୋଷ୍ଟ କରିଛନ୍ତି।

କଳ୍ପନା ସୋରେନ୍‌ ଲେଖିଛନ୍ତି, ଝାଡଖଣ୍ଡର ଅସ୍ତିତ୍ବ ଓ ଅସ୍ମିତାର ରକ୍ଷା ପାଇଁ ହେମନ୍ତଜୀ ମୁଣ୍ଡ ନୁଆଁଇବାକୁ ପସନ୍ଦ କରନ୍ତି ନାହିଁ। ସେ ଷଡଯନ୍ତ୍ର ସହିତ ଲଢିବା ଓ ତାକୁ ହରାଇବାକୁ ପାଇଁ ନିଜକୁ ନିଜେ ସମର୍ପଣ କରିବାକୁ ଭଲ ବୋଲି ଭାବିଥିଲେ। ଆଜି ଆମର ୧୮ ତମ ବିବାହ ବାର୍ଷିକୀ, ହେଲେ ହେମନ୍ତଜୀ ବର୍ତ୍ତମାନ ପରିବା ସହ ନାହାନ୍ତି। ପିଲାଙ୍କ ସାଙ୍ଗରେ ନାହାନ୍ତି। ବିଶ୍ବାସ ଅଛି ସେ ଏହି ଷଡଯନ୍ତ୍ରକୁ ହରାଇ ବିଜେତା ହୋଇ ଆମ ସମସ୍ତଙ୍କ ପାଖକୁ ଶୀଘ୍ର ଆସିବେ। ମୁଁ ଏକ ବୀର ଝାଡଖଣ୍ଡୀ ଯୋଦ୍ଧାର ଜୀବନ ବଞ୍ଚୁଛି। ଆଜିର ଦିନରେ ଇମୋସନାଲ ହେବିନି। ହେମନ୍ତଜୀଙ୍କ ଭଳି ବିଷମ ପରିସ୍ଥିତିରେ ମଧ୍ୟ ହସି ହସି ସାହାସ ଓ ସଂଘର୍ଷର ଶକ୍ତି ହେବି-କଳ୍ପନା ମୁର୍ମୁ ସୋରେନ।’

ସ୍ୱାମୀ ହେମନ୍ତ ସୋରେନଙ୍କୁ ଗିରଫ କରାଯିବା ପରେ କଳ୍ପନା ସୋରେନ ରାଜନୀତିରେ ସକ୍ରିୟ ହୋଇପାରିଛନ୍ତି। ନିକଟରେ ରାହୁଲ ଗାନ୍ଧୀ ମଧ୍ୟ ତାଙ୍କୁ ଭେଟିଥିଲେ। ହେମନ୍ତ ସୋରେନଙ୍କୁ ଇଡି ଜମି ଦୁର୍ନୀତି ମାମଲାରେ ଗିରଫ କରିଛି।   ଏହାପରେ ତାଙ୍କୁ  ରିମାଣ୍ଡରେ ନିଆଯାଇଥିଲା। ହେମନ୍ତ   ଜେଲରେ ରହିବା ପରେ ତାଙ୍କ ପତ୍ନୀ କଳ୍ପନା ସୋରେନଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ନେଇ ଚର୍ଚ୍ଚା  ହୋଇଥିଲା କିନ୍ତୁ ତାହା ହୋଇ ନଥିଲା। ଶେଷ ମୁହୂର୍ତ୍ତରେ ଚମ୍ପାଇ ସୋରେନଙ୍କୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ କରାଯାଇଥିଲା। ଫେବୃଆରୀ ୨ରେ  ଚମ୍ପାଇ ସୋରେନଙ୍କ ନୂତନ ସରକାର ବିଧାନସଭାରେ ଆସ୍ଥା ଭୋଟ ଜିତିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.