ନୂଆଦିଲ୍ଲୀ ୦୩/୧୦: ବଲିଉଡ୍ କ୍ୱିନ୍ କଙ୍ଗନା ରଣାୱତ୍ ଆଜିକାଲି ଚର୍ଚ୍ଚାରେ। ନିକଟରେ ତାଙ୍କ ଫିଲ୍ମ ତେଜସ୍ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମଟି ବକ୍ସ ଅଫିସରେ କିଛି କମାଲ ଦେଖାଇପାରିଲାନି। ତେଜସ୍ ପାଇଁ ଏହାର ବଜେଟ୍ ପୂରଣ କରିବା ମଧ୍ୟ କଷ୍ଟସାଧ୍ୟ ହୋଇପଡ଼ିଛି। ଅନେକ ପ୍ରେକ୍ଷାଳୟରୁ ତେଜସ୍ ଅପସାରିତ ହୋଇସାରିଛି। ଫିଲ୍ମର ଫ୍ଲପ୍ ପରେ କଙ୍ଗନା ଭଗବାନ ଶ୍ରୀକୃଷ୍ଣଙ୍କ ଦର୍ଶନ ପାଇଁ ଦ୍ୱାରିକାଧିଶ ମନ୍ଦିରକୁ ଯାଇ ଯାଇଥିଲେ। ଯେଉଁଠାରୁ ସେ ଅନେକ ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି। ଏହା ଦେଖି ତାଙ୍କୁ ସୋସିଆଲ ମିଡିଆରେ ଖୁବ୍ ଟ୍ରୋଲ କରାଯାଉଛି।
କଙ୍ଗନା ତାଙ୍କର ଗୋଟିଏ ରିଲ୍ ସେୟାର୍ କରିଛନ୍ତି। ଯେଉଁଥିରେ ସେ ଏକ ଡଙ୍ଗାରେ ବସିଥିବାର ନଜର ଆସିଛନ୍ତି। ଫଟୋ ସେୟାର କରି ସେ ଲେଖିଛନ୍ତି, “କିଛି ଦିନରୁ ମୋ ହୃଦୟ ବ୍ୟାକୁଳ ଥିଲା, ଦ୍ୱାରିକାଧିଶଙ୍କୁ ଦର୍ଶନ କରିବାକୁ ମନ ହେଲା, ଶ୍ରୀକୃଷ୍ଣଙ୍କ ଏହି ଦିବ୍ୟ ନଗରୀ ଦ୍ୱାରିକାକୁ ଆସିବା ମାତ୍ରେ ଏଠାରେ ଧୂଳି ଦେଖି ଅନୁଭବ କଲି, ମୋର ସମସ୍ତ ଚିନ୍ତା ଦୂର ହୋଇଗଲା। ଚିନ୍ତା ଭାଙ୍ଗି ମୋ ପାଦତଳେ ପଡ଼ିଗଲ। ମୋ ମନ ସ୍ଥିର ହୋଇଗଲା ଏବଂ ମୁଁ ଅସୀମ ଆନନ୍ଦ ଅନୁଭବ କଲି । ପ୍ରଭୁ ଦ୍ୱାରିକାଧିଶ, ତୁମର ଆଶୀର୍ବାଦ ଏହିପରି ରଖ । ହରେ କୃଷ୍ଣ।”
ତେବେ କଙ୍ଗନା ତାଙ୍କ ପୋଷ୍ଟ ପାଇଁ ଟ୍ରୋଲ ହେଉଛନ୍ତି। ଜଣେ ୟୁଜର୍ ଲେଖିଛନ୍ତି - ଏବେ କେବଳ ରିଲ୍ ତିଆରି କର। ଚଳଚ୍ଚିତ୍ର ନିର୍ମାଣ କରିବା ତୁମ ଦ୍ୱାରା ସମ୍ଭବ ନୁହେଁ। ଅନ୍ୟ ଜଣେ ଲେଖିଛନ୍ତି - ତାଙ୍କୁ ଏହିପରି ଦେଖି ମୋତେ ଖରାପ ଲାଗୁଛି। ସେ ଡିପ୍ରେସନକୁ ଯାଉଛନ୍ତି, ଏହା ସ୍ପଷ୍ଟ ଦେଖାଯାଉଛି । ଜଣେ ଲେଖିଛନ୍ତି - ଫିଲ୍ମ ଫ୍ଲପ୍ ହେଲେ ମନ ଅସ୍ଥିର ହୁଏ।