ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୧୮ ଘଣ୍ଟା ଯାଏ ବୋରୱେଲରେ ଫସି ରହିଲା ୨ ବର୍ଷର କୋମଳ ଶିଶୁ , ଏମିତି ବଞ୍ଚିଲା ଜୀବନ

ବେଙ୍ଗାଲୁରୁ : କର୍ଣ୍ଣାଟକରେ ବୋରୱେଲ୍‌ରେ ଖସିବା ଘଟଣା ସାମନାକୁ ଆସିଛି। ବୋରୱେଲରେ ଖସି ପଡ଼ିଥିବା ଦୁଇ ବର୍ଷର ଏକ ଛୋଟ ଶିଶୁକୁ ୧୮ ଘଣ୍ଟାର ଦୀର୍ଘ ଅପରେସନ ପରେ ରକ୍ଷା କରାଯାଇଛି। ଲଚଯାନ ଗାଁରେ ୧୬ ଫୁଟ ଗଭୀର ବୋରୱେଲରେ ଶିଶୁଟି ଖସି ପଡ଼ିଥିଲା। ବୁଧବାର ସନ୍ଧ୍ୟା ସମୟ ପାଖାପାଖି ୬.୩୦ ଟାରେ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଥିଲା। ଶିଶୁକୁ ରେସ୍କ୍ୟୁ ଅପରେସନରେ ସାମିଲ କର୍ମୀମାନେ ଖୁବ୍ ପରିଶ୍ରମ କରି ବଞ୍ଚାଇ ପାରିଥିଲେ। ଉଦ୍ଧାର କରିବାର ପୂର୍ବବର୍ତ୍ତୀ ସମୟ ପରିବାର ଲୋକଙ୍କ ପାଇଁ ଥିଲା ଖୁବ୍‌ ଦୟନୀୟ।

ପୁଲିସ୍‌ ମୁତାବିକ, ଶିଶୁଟି ଖେଳିବାକୁ ଘରୁ ବାହାରକୁ ଆସୁଥିବା ବେଳେ ବୋରୱେଲରେ ଖସି ପଡ଼ିଥିଲା। ମାମଲା ସେତେବେଳେ ସାମନାକୁ ଆସିଲା, ଯେବେ କେହି ପିଲାଟିର କାନ୍ଦିବାର ଶବ୍ଦ ଶୁଣିଲେ ଓ ତୁରନ୍ତ ପରିବାରକୁ ଜଣାଇ ଥିଲେ। ଅଧିକାରୀମାନେ ପିଲାକୁ ବଞ୍ଚାଇବା ପାଇଁ ଖୋଦେଇ ଯନ୍ତ୍ରର ବ୍ୟବହାର କରି ବୋରୱେଲର ସମାନାନ୍ତର ପାଖାପାଖି ୨୧ ଫୁଟ ଗଭୀର ଗାତ ଖୋଳି ଥିଲେ।

ଏବେ ଏହା ଜଣାପଡ଼ି ନାହିଁ କି, ପିଲାଟି କେମିତି ଅଛି। ଏକ ମେଡିକାଲ ଟିମ୍‌ ଅକ୍ସିଜେନ ସହ ଘଟଣାସ୍ଥଳରେ ମୁତୟନ ଅଛନ୍ତି ଏବଂ ଇଜେକ୍ସନ ସହ ଜରୁରୀକାଳୀନ ପ୍ରାଥମିକ ଚିକିତ୍ସା ଔଷଧ ପ୍ରସ୍ତୁତ ରଖାଯାଇଛି। ପିଲାଟିକୁ ବଞ୍ଚା ଯିବାର ତୁରନ୍ତ ପରେ ଏକ ହସ୍ପିଟାଲରେ ସ୍ଥାନାନ୍ତରିତ କରିବାକୁ ଏକ ଆମ୍ୱୁଲାନ୍ସକୁ ମଧ୍ୟ ଷ୍ଟାଣ୍ଡ-ବାୟରେ ରଖାଯାଇଛି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.