ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

୪ ଜୁନ୍‌ରେ ଖୁବ୍ ପାଣି ପିଅନ୍ତୁ ଓ ସାଙ୍ଗରେ ରଖନ୍ତୁ, ନିଜ ସମାଲୋଚକଙ୍କୁ ପିକେଙ୍କ କଟାକ୍ଷ

ନୂଆଦିଲ୍ଲୀ,୨୩।୫:   ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ନିକଟରେ କିଛି ଦିନ ତଳେ ଦେଇଥିବା ଇଣ୍ଟରଭ୍ୟୁରେ ବିଜେପି ୨୦୧୯ ଭଳି ଜିତିବାର ଦାବି କରିଥିଲେ। ସେ କହିଥିଲେ, ବିଜେପି ୨୦୧୯ ଲୋକସଭା ନିର୍ବାଚନରେ ଯେତିକି ସିଟ୍‌ରେ ଜିତିଥିଲା, ଏତେ ତା’ର ଆଖପାଖ ଏହି ନିର୍ବାଚନରେ ମଧ୍ୟ ସିଟ୍ ଜିତିବ। ଏହାଛଡା ସେ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରାଧାନ୍ୟକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ତାଙ୍କର ଏହି ବୟାନ ପରେ ବିରୋଧି ତାଙ୍କୁ ସମାଲୋଚନା କରିଛି। 

ପିକେ ଗୁରୁବାର ଏକ ଟ୍ବିଟ୍‌ କରି ନିଜର ସମାଲୋଚକଙ୍କୁ କଟାକ୍ଷ କରିଛନ୍ତି। ସେ  ୪ ଜୁନ୍‌ରେ ଭରପୁର ପାଣି ପିଇବାକୁ ପରାମର୍ଶ ଦେଇଛନ୍ତି। କାରଣ ସେ ଦିନ ନିର୍ବାଚନ ଫଳାଫଳ ଘୋଷଣା କରାଯିବ। ପଶାନ୍ତ କିଶୋର ଲେଖିଛନ୍ତି, ପାଣି ପିଇବା ଭଲ, କାରଣ ଏହା  ଦେହ ଓ ମୁଣ୍ଡ ଉଭୟକୁ ହାଇଡ୍ରେଟ୍ କରି ରଖିଥାଏ। ଯେଉଁ ଲୋକ ନିର୍ବାଚନ ଫଳାଫଳ ବିଷୟରେ ମୋ ଆକଳନରେ ଚକିତ, ତାଙ୍କୁ ୪ ଜୁନ୍‌ରେ ଭରପୁର ପାଣି ପିଇବା ଦରକାର। ୨ ମଇ ୨୦୨୧ ଓ ପଶ୍ଚିମବଙ୍ଗକୁ ମନେ ପକାନ୍ତୁ।’

ସେ ୨୦୨୧ ରେ ସରିଥିବା ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନର ଫଳାଫଳ ଓ ତା ପୂର୍ବରୁ ତାଙ୍କ ଦ୍ବାରା କରାଯାଇଥିବା ଭବିଷ୍ୟବାଣୀକୁ ମଧ୍ୟ ମନେ ରଖିବାକୁ କହିଛନ୍ତି। ଉଲ୍ଲେଖନୀୟ ଯେ, ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଫଳାଫଳ ଆସିବା ପରେ ପିକେ କହିଥିଲେ, ବିଜେପି ପଶ୍ଚିମବଙ୍ଗରେ ଟ୍ରିପଲ ଡିଜିଟ୍‌ରେ ପହଁଞ୍ଚି ପାରିବନି। ବହୁ ଚ୍ୟାନେଲ ବିଜେପିର ବିଜୟର ଅନୁମାନ କରୁଛନ୍ତି। ତେବେ ପରିଣାମ ପିକେଙ୍କ ଦାବି ଅନୁସାରେ ସାମନାକୁ ଆସିଛି।

 

  • prameyanews
  • prameya
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.