ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ପରେ ​କେଜ୍ରିଓ୍ବାଲଙ୍କ ସାମ୍ବାଦିକ ସମ୍ମିଳନୀ, କହିଲେ- ଲୋକତନ୍ତ୍ରର ସୁରକ୍ଷା ପାଇଁ ସମର୍ଥନ ଚାହେଁ

ନୂଆଦିଲ୍ଲୀ,୧୧।୫: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଅନ୍ତରୀଣ ଜାମିନ୍ ମିଳିଛି। ଜାମିନ୍ ମିଳିବା ପରେ ଶନିବାର କେଜ୍ରିଓ୍ବାଲଙ୍କୁ କନ୍ନଟ ପ୍ଲେସ୍ ସ୍ଥିତ ହନୁମାନ ମନ୍ଦିର ପହଁଞ୍ଚିଛନ୍ତି। ଏହି ସମୟରେ ସେ ପୂଜାର୍ଚ୍ଚନା କରିଥିଲେ ଓ ହନୁମାନଜୀଙ୍କ ଆଗରେ ପ୍ରାର୍ଥନା କରିଥିଲେ। ଏହରେ କେଜ୍ରିଓ୍ବାଲ ମଧ୍ୟାହ୍ନ ୧ଟା ସମୟରେ ଆପ୍ ଅଫିସ ଆଗରେ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ସେ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି।  ଏହା ସହ ଗଣତନ୍ତ୍ରର ସୁରକ୍ଷା ପାଇଁ ଦେଶବାସୀଙ୍କ ସମର୍ଥନ ଚାହିଁଛନ୍ତି।

କେଜ୍ରିଓ୍ବାଲ ଆସିବା ଫଳରେ ଆପ୍ କାର୍ଯ୍ୟାଳୟରେ ଖୁସି ଭରି ଯାଇଛି। ଭିତରେ ଓ ବାହାରେ ଏଲଇଡି ସ୍କ୍ରିନ୍ ଲଗାଇ ଦେଇଛନ୍ତି। ଆମ୍ ଆଦମୀ ପାର୍ଟି ଅଫିସରେ ସମର୍ଥକ ଏକାଠି ହେବା ଆରମ୍ଭ କରି ଦେଇଛନ୍ତି। କେଜ୍ରିଓ୍ବାଲଙ୍କ ସ୍ବାଗତ ପାଇଁ ମଞ୍ଚ ପ୍ରସ୍ତୁତ କରାଯାଇଛି। ଆପ୍‌ ନେତାଙ୍କ ସହିତ ବୈଠକ ପାଇଁ ମଞ୍ଚ ଉପରେ ଚୌକି ଲଗାଯାଇଥିଲା।  କେଜ୍ରିଓ୍ବାଲ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ମନ୍ଦିରରେ କେଜ୍ରିଓ୍ବାଲଙ୍କ ସହିତ ଭଗଓ୍ବନ୍ତ ମାନ୍ ମଧ୍ୟ ଦେଖିବାକୁ ମିଳିଥିଲେ। 

ସାମ୍ବାଦିକ ସମ୍ମିଳନୀ ରେ କେଜ୍ରିୱାଲ କହିଛନ୍ତି ଯେ ମୁଁ ୧୪୦ କୋଟି ଲୋକଙ୍କ ସମର୍ଥନ ଚାହୁଁଛି। ଏହି ଦେଶକୁ ବଞ୍ଚାଇବାକୁ ପଡିବ। ମୁଁ ଗଣତନ୍ତ୍ରକୁ ବଞ୍ଚାଇବାକୁ ଚାହୁଁଛି । ମୁଁ ମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ହେବାକୁ ଆସି ନାହିଁ, ମୁଁ ଚାକିରି ଛାଡି ଏଠାକୁ ଆସିଛି। ମୁଁ ମୋ ଦେଶ ପାଇଁ ସବୁକିଛି ବଳିଦାନ ଦେଇଛି। ମୁଁ ବିଜେପିକୁ ପଚାରିବାକୁ ଚାହୁଁଛି ତୁମର ପ୍ରଧାନମନ୍ତ୍ରୀ କିଏ? ସେପ୍ଟେମ୍ବର ୧୭ ରେ ପ୍ରଧାନମନ୍ତ୍ରୀ ମୋଦୀ ଦଳରୁ ଅବସର ନେବେ। ଅମିତ ଶାହାଙ୍କୁ ପ୍ରଧାନମନ୍ତ୍ରୀ କରିବେ।  ଅମିତ ଶାହାଙ୍କ ପାଇଁ ମୋଦୀ ଭୋଟ୍ ଚାହୁଁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.