ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପେଡି ଖୋଲିଲାନି ବିଜେଡି, ପୁଣି ଝୁଲିଲା ଖଣ୍ଡପଡ଼ା ଟିକେଟ ଘୋଷଣା

ଭାପୁର,୨୩/୦୪: ହଟିଲାନି ସସ୍‌ପେନ୍ସ । ଖୋଲିଲାନି ପେଡ଼ି । ବିଜେଡିର ସପ୍ତମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକାରେ ବି ଝୁଲିରହିଲା ଖଣ୍ଡପଡ଼ା ଭାଗ୍ୟ । ଏଠାରୁ ଆଶାୟୀଙ୍କ ଅଭାବ ନାହିଁ । ତଥାପି ପ୍ରାର୍ଥୀ ଘୋଷଣାରେ ଏଭଳି ବିଳମ୍ବ  ଦଳୀୟ ନେତା, ସମର୍ଥକଙ୍କ ମଧ୍ୟରେ ଭ୍ରୁକୁଞ୍ଚନ ସୃଷ୍ଟି କରିଛି ।  

ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା  ନିର୍ବାଚନମଣ୍ଡଳୀରେ ବିଜେପିରୁ ଇଂ.  ଦୁଷ୍ମନ୍ତ କୁମାର ସ୍ୱାଇଁ ଓ କଂଗ୍ରେସରୁ  ଖଣ୍ଡପଡ଼ା ବ୍ଲକ ପୂର୍ବତନ ଅଧ୍ୟକ୍ଷ ମନୋଜ  କୁମାର ପ୍ରଧାନ ପ୍ରାର୍ଥୀ ହୋଇଛନ୍ତି ।  ହେଲେ ନିଜ ଗଡ଼ରେ ବିଜେଡିର ପ୍ରାର୍ଥୀ  ଘୋଷଣା ବିଳମ୍ବିତ ହେବାରେ ଲାଗିଛି ।  ଗତ ନିର୍ବାଚନରେ ଖଣ୍ଡପଡ଼ାରେ ବୃହତ୍‌  ବିଜୟ ହାସଲ କରିଥିଲା ବିଜେଡି ।  ସୌମ୍ୟ ରଞ୍ଜନ ପଟ୍ଟନାୟକ ବିଧାୟକ  ଭାବେ ଜିତିଥିଲେ । ହେଲେ ୨୦୨୪ରେ  ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ  ବିଜେଡି ସଭାପତି ନବୀନ ପଟ୍ଟନାୟକ  ତାଙ୍କୁ ଦଳରୁ ବହିଷ୍କାର କରିଥିଲେ । ଏବେ ଟିକଟ୍‌ ରେସ୍‌ରେ ପୂର୍ବତନ ବିଧାୟକ  ଅନୁଭବ ପଟ୍ଟନାୟକ, ଭାପୁର ବ୍ଲକ  ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ଖଣ୍ଡପଡ଼ା  ବ୍ଲକ ଉପାଧ୍ୟକ୍ଷ ଶିଶିର କୁମାର ସାହୁ  ପ୍ରମୁଖ ଅଛନ୍ତି । ପଦ୍ମ ଛାଡ଼ି ଶଙ୍ଖ ଧରିଥିବା  ଇରାନୀ ରାୟ, ଭାପୁର ବ୍ଲକ ଅଧ୍ୟକ୍ଷା  ସାବିତ୍ରୀ ପ୍ରଧାନ, ବ୍ଲକ ବିଜେଡି ସଭାନେତ୍ରୀ ମିନତି ସାହୁ ମଧ୍ୟ ଟିକଟ୍‌ ଲବିରେ ଅଛନ୍ତି ।  ସୌମ୍ୟରଞ୍ଜନଙ୍କୁ ଘରବାହୁଡ଼ା ସମ୍ଭାବନାକୁ  ଏଡ଼ାଇ ଦିଆଯାଇପାରୁନାହିଁ । ଏପରି କି  ତାଙ୍କ ଝିଅ ତନୟା ପଟ୍ଟନାୟକଙ୍କୁ ନେଇ  ବିଜେଡି ପରୀକ୍ଷା ନିରୀକ୍ଷା ମଧ୍ୟ କରିପାରେ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • BJD
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.