ପୁରୀ,୦୫/୦୮: ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ । ଏହି ସ୍ୱତନ୍ତ୍ର ନୀତି ପାଇଁ ସର୍ବସାଧାରଣ ଦର୍ଶନରେ କଟକଣା ରହିଛି । ଅପରାହ୍ଣ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ମନା ରହିଥିବା ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଜିତେନ୍ଦ୍ର କୁମାର ମହାନ୍ତି ସୂଚନା ଦେଇଛନ୍ତି । ବଡ଼ଦେଉଳରେ ଦ୍ୱିତୀୟ ଭୋଗମଣ୍ଡପ ସରିବା ପରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ହେବ । ଦଇତାପତି ସେବକମାନେ ଶ୍ରୀବିଗ୍ରହଙ୍କ ଏହି ସେବା ସମ୍ପନ୍ନ କରିବେ । ପରେ ମହାସ୍ନାନ ପୂଜା ଶେଷ ହୋଇ ପୁନଃ ଦର୍ଶନ ଆରମ୍ଭ ହେବ । ଠାକୁରଙ୍କ ଏହା ଏକ ଗୁପ୍ତ ସେବା । ରଥଯାତ୍ରା ଅବସରରେ ଠାକୁରଙ୍କ ଶ୍ରୀଅଙ୍ଗଙ୍କୁ ବାଧା ପହଞ୍ଚିଥାଏ । ଖସାପଡ଼ା ନୀତି ଦ୍ୱାରା ଦାରୁ ବିଗ୍ରହଙ୍କ ଶ୍ରୀଅଙ୍ଗ ସୁରକ୍ଷା ହୁଏ ।
୫୦ ଦିନ ପରେ ବି ଘୋଷଣା ହୋଇପାରୁନି ପିସିସି: ଖାଁ ଖାଁ...