ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

କେନ୍ଦ୍ରୀୟ ପୋଲିସ କଲ୍ୟାଣ ଭଣ୍ଡାର ସହ ଚୁକ୍ତି କଲା KIA ଇଣ୍ଡିଆ

ନୂଆଦିଲ୍ଲୀ: ପୋଲିସ ଓ ଅର୍ଦ୍ଧସାମରିକ ବଳକୁ ସୁଲଭ ମୂଲ୍ୟରେ ମିଳିବ KIA କାର୍ ।  ଆର୍ମି କ୍ୟାଣ୍ଟିନ୍‌ରେ କାର ବିକିବାକୁ କେନ୍ଦ୍ରୀୟ ପୋଲିସ କଲ୍ୟାଣ ଭଣ୍ଡାର ସହ ଚୁକ୍ତି କରିଛି କିଆ ଇଣ୍ଡିଆ । ଏଣିକି ସୁଲଭ ମୂଲ୍ୟରେ କିଆ କାର୍ କିଣିପାରିବେ ପୋଲିସ ଓ ଅର୍ଦ୍ଧସାମରିକ ବଳର ଯବାନ । କାରଣ କିଆ ଇଣ୍ଡିଆ ଏହାର ଲୋକପ୍ରିୟ ଗାଡ଼ିର ବିକ୍ରି ବଢ଼ାଇବାକୁ ନୂଆ ପଦକ୍ଷେପ ଗ୍ରହଣ କରିଛି । କିଆ କାର୍ ଇଣ୍ଡିଆ, କେନ୍ଦ୍ରୀୟ ପୋଲିସ କଲ୍ୟାଣ ଭଣ୍ଡାର ସହ ବୁଝାମଣା କରିଛି । 

ଅର୍ଦ୍ଧସାମରିକ ବଳ ଏବଂ ପୋଲିସ କର୍ମୀଙ୍କୁ କ୍ୟାଣ୍ଟିନରୁ କିଆ କାର୍ କିଣିବା ଉପରେ ବିଶେଷ ରିହାତି ମିଳିପାରିବ । କେନ୍ଦ୍ରୀୟ ପୋଲିସ କଲ୍ୟାଣ ଭଣ୍ଡାର ଏବଂ ଅର୍ଦ୍ଧସାମରିକ ବଳର ୩୫ ଲକ୍ଷ ଲାଭାର୍ଥୀଙ୍କୁ ସେବା ପ୍ରଦାନ କରିବ । ଏହି ସୁବିଧା ୧୧୯ ମାଷ୍ଟର କ୍ୟାଣ୍ଟିନ୍ ଏବଂ ୧୯୦୦ରୁ ଅଧିକ ସହାୟକ କ୍ୟାଣ୍ଟିନରେ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି । 

ସୂଚନାଯୋଗ୍ୟ, ୨୦୦୬ରେ କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ଦ୍ବାରା କେନ୍ଦ୍ରୀୟ ପୋଲିସ କଲ୍ୟାଣ ଭଣ୍ଡାର ପ୍ରତିଷ୍ଠା ହୋଇଥିଲା । ଏହା କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳର ଆବଶ୍ୟକତାକୁ ପୂରଣ କରେ ।  ବିଏସଏଫ୍, ସିଆରପିଏଫ୍, ସିଆଇଏସଏଫ, ଏସଏସବି, ଆଇଟିବିପି ଏବଂ ଆସାମ ରାଇଫଲ୍ସର ଯବାନମାନେ ଏହି ପୋଲିସ କଲ୍ୟାଣ ଭଣ୍ଡାରରୁ ବିଶେଷ ଲାଭ ପାଇଥାନ୍ତି । ସେପଟେ କିଆ କାର୍ ଏହାର ଉତ୍ତମ ଡିଜାଇନ, ଶକ୍ତିଶାଳୀ ଇଞ୍ଜିନ ଏବଂ ଲୋକପ୍ରିୟ ଫିଚର୍ସ ପାଇଁ ଖୁବ୍ ପରିଚିତି । ଚୁକ୍ତି ଅନୁଯାୟୀ, କିଆ ଇଣ୍ଡିଆ ଏହାର ଲୋକପ୍ରିୟ କାର୍ ସେଲଟସ, କ୍ୟାରେନ୍, ସୋନେଟ୍‌ ବିକ୍ରି କରିବ ବୋଲି ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.