ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଶ୍ବକପ୍‌ ଖେଳିବାର ସ୍ବପ୍ନ ଧୂଳିସାତ୍‌, ଟି-୨୦ ଟିମ୍‌ରୁ ବାଦ୍‌ ପଡ଼ିଲେ କେଏଲ ରାହୁଲ

ନୂଆଦିଲ୍ଲୀ: ଟି-୨୦ ବିଶ୍ବକପ ଲାଗି ଭାରତୀୟ ଦଳ ଘୋଷଣା ହୋଇଛି ।ରୋହିତ ଶର୍ମାଙ୍କ ନେତୃତ୍ବରେ ୧୫ ଜଣିଆ ଟିମ୍‌ ଘୋଷଣା କରିଛି ବିସିସିଆଇ । ଜୁନ୍‌ ୨ରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ବକପ୍‌‌ରେ ଭାରତୀୟ ଦଳ ପକ୍ଷରୁ ରୋହିତ ଶର୍ମା ଏବଂ ଯଶସ୍ବୀ ଜୟସ୍ବାଲଙ୍କୁ ଓପନିଂ କରୁଥିବା ଦେଖିବାକୁ ମିଳିବ । ୨୦୨ ଟି-୨୦ ବିଶ୍ବକପ୍‌ରେ ଉପଅଧିନାୟକ ଦାୟିତ୍ବ ତୁଲାଇଥିବା କେଏଲ ରାହୁଲଙ୍କୁ ଏଥର ଦେଖିବାକୁ ମିଳିବ ନାହିଁ । ସେ ଭାରତୀୟ ଟିମ୍‌ରେ ସ୍ଥାନ ପାଇନାହାନ୍ତି । ଏହାକୁ ନେଇ କ୍ରିକେଟ ପ୍ରେମୀ ଏବଂ ଖେଳ ସମୀକ୍ଷମ ଆଶ୍ଚର୍ଯ୍ୟ ହୋଇଛନ୍ତି । କେଏଲ ରାହୁଲଙ୍କ ଭଳି ଯୁବ ବ୍ୟାଟର ରିଙ୍କୁ ସିଂହଙ୍କୁ ଟିମ୍‌ରେ ସାମିଲ କରାଯାଇ ନଥିବା ବେଳେ ତାଙ୍କୁ  ରିଜର୍ଭ ତାଲିକାରେ ରଖାଯାଇଛି । ରିଙ୍କୁ ସିଂହଙ୍କ ବ୍ୟତୀତ  ଶୁଭମନ ଗିଲ୍‌, ଆଭେଶ ଖାନ ଏବଂ ଖଲିଲ୍‌ ଅହମ୍ମଦ ରିଜର୍ଭ ତାଲିକାରେ ସାମିଲ ଅଛନ୍ତି ।

 ସେପଟେ ଆଇପିଏଲରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌ ଅଧିନାୟକ ଲଗାତାର ଭଲ ପ୍ରଦର୍ଶନ କରୁଥିଲେ ସୁଦ୍ଧା ତାଙ୍କୁ ଦଳରେ ସାମିଲ କରାଯାଇ ନାହିଁ । କେଏଲ ରାହୁଲ ଆଇପିଏଲରେ ଜଣେ ଓପନର ବ୍ୟାଟର ଭାବରେ ୪୦୦୦ ରନ୍‌ ପୂରଣ କରିଛନ୍ତି । ଆଇପିଏଲ ଇତିହାସରେ ଓପନର ଭାବରେ ୪୦୦୦ ରନ୍‌ ପୂରଣ କରିବା ମାମଲରେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି କେଏଲ ରାହୁଲ । ଏପ୍ରିଲ ୨୭ (ଶନିବାର)  ରାଜସ୍ଥାନ ରୟାଲ୍ସ ବିପକ୍ଷରେ ସେ ଏହି ମାଇଲ ଖୁଣ୍ଟ ଅତିକ୍ରମ କରିଛନ୍ତି । ଏଭଳି ସ୍ଥିତିରେ କେଏଲ ରାହୁଲଙ୍କ ଟି-୨୦ ସ୍କ୍ବାଡ୍‌ରେ ସାମିଲ କରାନଯିବାକୁ ନେଇ କ୍ରିକେଟ ପ୍ରେମୀଙ୍କ ମହଲରେ କ୍ଷୋଭ ପ୍ରକାଶ ପାଇଛି ।

ଲଗାତାର ଟିମ୍‌ ଇଣ୍ଡିଆ ସହ ରହିଥିବା ରାହୁଲଙ୍କୁ ହଠାତ ଦଳରୁ ଆଉଟ୍‌ କରାଯିବାକୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି । ସୋସିଆଲ ମିଡିଆରେ କେଏଲ ରାହୁଲଙ୍କ ସମର୍ଥନରେ ଟ୍ବିଟ୍‌ କରୁଛନ୍ତି ଖେଳପ୍ରେମୀ । ଓପନିଂ କରିବା ବ୍ୟତୀତ ମିଡିଲ ଅର୍ଡରରେ ମଧ୍ୟ ରାହୁଲ ସଂକଟ ମୋଚକ ସାବ୍ୟସ୍ତ ହୋଇଛନ୍ତି ।କିନ୍ତୁ ଚୟନକର୍ତ୍ତା କାହିଁକି ତାଙ୍କୁ ଦଳରେ ସାମିଲ କଲେ ନାହିଁ ତାହା ମଧ୍ୟ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । କେଏଲ ରାହୁଲ ଦଳରୁ ଆଉଟ ହୋଇଥିବା ବେଳେ ରିଷଭ ପନ୍ତ ଏବଂ ସଞ୍ଜୁ ସାମସନ ଇନ୍‌ କରିଛନ୍ତି ।

ଅନ୍ୟପକ୍ଷ‌ରେ ଏବେ କ୍ରିକେଟ ପ୍ରେମୀ ପନ୍ତ ଏବଂ ରାହୁଲଙ୍କ ଟି-୨୦ କ୍ୟାରିୟରକୁ ନେଇ ଚର୍ଚ୍ଚା କରୁଛନ୍ତି । ଉଭୟଙ୍କ ଟି-୨୦ କ୍ୟାରିୟର ଉପରେ ନଜର ପକାଇଲେ, ରିଷଭ ପନ୍ତଙ୍କ ଠାରୁ ବହୁ ଆଗରେ ଅଛନ୍ତି  କେଏଲ ରାହୁଲ । କେଏଲ ରାହୁଲ ୭୨ଟି ଅନ୍ତର୍ଜତୀୟ ଟି-୨୦ ମ୍ୟାଚ୍‌ରେ ସାମିଲ ହୋଇଥିବା ବେଳେ ୬୮ଟି ଇନିଂସ୍‌ ଖେଳିଛନ୍ତି। ୬୮ଟି ଇନିଂସ୍‌ରୁ କେଏଲ ରାହୁଲ ୩୭.୭୫ ଆଭରେଜ୍‌ ଏବଂ ୧୩୯.୧୨ ଷ୍ଟ୍ରାଇକ୍‌ ରେଟ୍‌ ସହ ୨୨୬୫ ରନ୍‌ କରିଛନ୍ତି । 

ସେଥିମଧ୍ୟରୁ ୨ଟି ଶତକ ଏବଂ ୨୨ଟି ଅର୍ଦ୍ଧଶତକ ହାସଲ କରିଛନ୍ତି କେଏଲ ରାହୁଲ । ସେହିଭଳି ରିଷଭ ପନ୍ତ ୬୬ଟି ମ୍ୟାଚ୍‌ରେ ୫୬ଟି ଇନିଂସ୍‌ ଖେଳି ୨୨.୪୩ ଆଭରେଜ୍‌ ସହ ୯୮୭ ରନ୍‌ କରିଛନ୍ତି ।ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍‌ ରେଟ୍‌ ୧୨୬.୩୭ ରହିଛି । ସେ କେବଳ ୩ଟି ଅର୍ଦ୍ଧଶତକ କରିବାରେ ସଫଳ ହୋଇଛନ୍ତି । ସେପଟେ ୨୦୨୨ରେ ଦୁର୍ଘଟଣାର ଶିକାର ହେବା ପରେ ଦଳରେ ସାମିଲ ହୋଇପାରି ନଥିଲେ ରିଷଭ ପନ୍ତ  । ଚଳିତ ଆଇପିଏଲ ସିଜନରେ ଦିଲ୍ଲୀ ଟିମକୁ ଫେରିବା ସହ ସେ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି । ଆଉ ଏଥିପାଇଁ ତାଙ୍କୁ ଟି-୨୦ ବିଶ୍ବକପ୍‌ ଦଳରେ ସାମିଲ କରାଯାଇଥିବା କୁହାଯାଉଛି ।  

ସୂଚନାଯୋଗ୍ୟ, ଗତ ଦୁଇଟି ଟି-୨୦ ବିଶ୍ବକପରେ ରାହୁଲଙ୍କ ପ୍ରଦର୍ଶନ ସତେଟା ଭଲ ନଥିଲା । ୨୦୨୨ରେ ରାହୁଲ ୬ ଇନିଂସରେ କେବଳ ୧୨୮ ରନ କରିଥିଲେ ଏବଂ ଷ୍ଟ୍ରାଇକରେଟ୍ ୧୨୦ ଥିଲା । ୨୦୨୧ରେ ସେ ୫ଟି ଇନିଂସରେ ୧୫୨ ଷ୍ଟ୍ରାଇକରେଟରେ ୧୯୪ ରନ୍ କରିଥିଲେ । କିନ୍ତୁ ଏହି ସବୁ ରନ ସ୍କଟଲାଣ୍ଡ, ନାମିବ୍ୟା ଏବଂ ଆଫଗାନିସ୍ତାନ ପରି ଟିମଙ୍କ ବିପକ୍ଷରେ କରିଥିଲେ । ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ଫେଲ୍ ମାରିଥିଲେ କେଏଲ ରାହୁଲ ।

 

  • Indian cricket team
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.