ବାଲେଶ୍ଵର,୧୬/୦୯: ସିଟି କ୍ଲିନିକ୍ ଛକ ନିକଟରେ ରାସ୍ତା ଉପରେ ଆଣ୍ଠୁଏ ଉପରକୁ ପାଣି ପ୍ରବାହିତ। ଡ୍ରେନେଜ୍ ସମସ୍ୟା ଯୋଗୁଁ ହୋଇ ପାରୁନାହିଁ ଜଳ ନିଷ୍କାସନ । ଏହି କାରଣରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ବାଲେଶ୍ଵର ସହର ସିଟି କ୍ଲିନିକ୍ ଛକ ନିକଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।
ସୂଚନା ମୁତାବକ, ବିଗତ ଦିନରେ ବାଲେଶ୍ୱର ଜିଲ୍ଲାରେ ଲାଗି ରହିଛି ବର୍ଷା । ଏହି କାରଣରୁ ବାଲେଶ୍ଵର ସହରର ସିଟି କ୍ଲିନିକ୍ ଛକ ନିକଟରେ ରାସ୍ତା ଉପରେ ଆଣ୍ଠୁଏ ଉପରକୁ ପାଣି ପ୍ରବାହିତ ହେଉଛି । ଏହି ଅଞ୍ଚଳରେ ଡ୍ରେନେଜ୍ ସମସ୍ୟା ଥିବା ହେତୁ ଜଳ ନିଷ୍କାସନ ହୋଇ ପାରୁନାହିଁ । ରାସ୍ତାର ଉଭୟ ପାର୍ଶ୍ଵରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା କାରଣରୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି ।