ପ୍ରମୁଖ ଖବର
  • ଚିଲିକାରେ ଭାସୁଛି ଅଜଣା ମୃତଦେହ, ପରିଚୟ ଖୋଜୁଛି ପୋଲିସ
  • ||
  • ପ୍ରଚଣ୍ଡ ଗ୍ରୀଷ ତାତିକୁ ନେଇ ଟ୍ୱିନ ସିଟିରେ ରେଡ୍ ଓ୍ୱାର୍ଣ୍ଣିଂ, ତାପମାତ୍ରା ୪୬ଂ ଛୁଇଁବା ସମ୍ଭାବନା
  • ||
  • ପୁରୀ ଷ୍ଟେସନରେ ଭୁଶୁଡିଲା ନିର୍ମାଧୀନ ଛାତ, ୨ ଶ୍ରମିକ ଗୁରୁତର, ଏକାଧିକ ଫଶିଧିବା ସନ୍ଦେହ
  • ||
  • ଓଡ଼ିଆ ସିନେମା@89: ସାହାଯ୍ୟ ବଦଳରେ ଶୋଷୁଛନ୍ତି ସରକାର, କନ୍ଦାଉଛି ପ୍ରେକ୍ଷାଳୟ, ମୁହଁ ମୋଡ଼ୁଛନ୍ତି ପ୍ରଯୋଜକ
  • ||
  • ସୁପର ସନଡେରେ ଡବଲ ଶୋ,ଟାଇଟନ୍ସ-ରୟାଲ୍‌, ସୁପରକିଙ୍ଗ୍‌ସ-ସନରାଇଜର୍ସ ଲଢ଼େଇ
  • ||
  • ଗଞ୍ଜମ: ତପ୍ତପାଣି ଘାଟି ଓଲଟିଲା ନଳକୂପ ଖନନ ଗାଡ଼ି, ୧୨ ଆହତ
  • ||
  • ରବିବାର ହାଇ-ଭୋଲଟେଜ୍ ପ୍ରଚାର: ସାଲେପୁରରୁ ରାହୁଲ ଗାନ୍ଧି, ବ୍ରହ୍ମପୁରରେ ଜେ.ପି. ନଡ୍ଡା କରିବେ ପ୍ରଚାର
  • ||
  • ଜୀବନ ରହିବ ତ ? ଆହୁରି ୪ ଦିନ ବିପଜ୍ଜନକ ନିଦାଘ, ଆଜି ରାଜଧାନୀ ତାତି ୪୬ଂ ଛୁଇଁବା ଆଶଙ୍କା
  • ||

ଏମିତି କାନ ସଫା କରୁଥିଲେ ସାବଧାନ ! ଏହି ଉପାୟରେ ଆପେ ଆପେ ମଇଳା ବାହାରି ଯିବ

ନୂଆଦିଲ୍ଲୀ – କାନରେ ମଇଳା ଥିଲେ ଅସହଜ ଲାଗେ , କିନ୍ତୁ କାନର ସୁରକ୍ଷା ପାଇଁ ଏହା ରହିବା ଜରୁରି ମଧ୍ୟ। ଯେବେ କାନର ଆବଶ୍ୟକତା ଠାରୁ ଅଧିକ ମଇଳା ଭରି ଯାଏ ବା ଏହି କାରଣରୁ ଯନ୍ତ୍ରଣା ହେବାକୁ ଲାଗେ ତ ଏହି ୪ଟି ଘରୋଇ ଉପାୟର ସାହାଯ୍ୟ ନିଆ ଯାଇପାରେ। 

କାନରୁ ମଇଳା ବାହାର କରିବାର ଉପାୟ –

କାନର ମଇଳା ଅନେକ ସମୟରେ ହାଲକା ଧରଣର ସମସ୍ୟାର କାରଣ ସାଜିଥାଏ। ଏହି କାରଣରୁ କାନ ଭିତର ଓଜନିଆ ଓଜନିଆ ଲାଗିବା, କାନରେ ଯନ୍ତ୍ରଣା ହେବା ବା ଶୁଣାଇ ଦେବାରେ ସମସ୍ୟା ହୋଇଥାଏ। ଯଦି ଆପଣ କାନର ମଇଳା ବାହାର କରିବାକୁ ଚାହାନ୍ତି ତ କିଛି ଘରୋଇ ଉପାୟର ସାହାଯ୍ୟ ନେଇ ପାରିବେ। 

କାନର ମଇଳା ସୁରକ୍ଷା ଦେଇଥାଏ – 

ଯାହାକୁ କାନର ମଇଳା ବୋଲି ଭାବୁଛେ , ବାସ୍ତବରେ ତାହା କାନକୁ ସୁରକ୍ଷା କରିଥାଏ। ଏହା ସାଧାରଣ ଅଟେ ଏବଂ ସଂପୂର୍ଣ୍ଣ ରୂପେ ସୁସ୍ଥ ଥାଏ। ଏହା ବାହାରର ହାନିକାରକ ସୂକ୍ଷ୍ମ ଜୀବଙ୍କୁ କାନ ଭିତରକୁ ପ୍ରବେଶ କରିବାରେ ରୋକି ଥାଏ। 

ଏହି ଜିନିଷର ବ୍ୟବହାର କରନ୍ତୁ ନାହିଁ – କାନ ସଫା କରିବା ପାଇଁ ଲୋକେ ଦିଆସିଲିର କାଠି , କଟନ ସ୍ୱେବ୍‌ ବା ଇୟର କ୍ୟାଣ୍ଡଲର ବ୍ୟବହାର କରିଥାନ୍ତି। ଏହି ଜିନିଷ ଆପଣଙ୍କ କାନକୁ ଡ୍ୟାମେଜ୍‌ କରିପାରେ। ଏଥିପାଇଁ ଏହା ଠାରୁ ଦୂରେଇ ରୁହନ୍ତୁ। 

ଉଷୁମ ପାଣି – ଏହାକୁ ୱାଟର ଫ୍ଲଶିଂ ମଧ୍ୟ କୁହନ୍ତି। ମୁଣ୍ଡକୁ ଗୋଟେପଟକୁ ଢଳାଇ ରଖନ୍ତୁ। କାନ ଭିତରକୁ ସହ୍ୟ ହେବା ଭଳି ଉଷୁମ ପାଣି ଧିରେ ଧିରେ ପୂରାନ୍ତୁ । ଇୟରୱାକ୍ସ କୋମଳ ହୋଇ ଧିରେ ଧିରେ ବାହାରକୁ ଆସିଯିବ। 

କାନ ସଫା କରୁ ଥିବା ତେଲ – ନଡିଆ ତେଲ , ଅଲିଭ ତେଲ ଆଦିକୁ ହାଲକା ଉଷୁମ କରିଦିଅ। ଏହାକୁ ଏକ ଡ୍ରପରରେ ଆଣି , ମୁଣ୍ଡକୁ ଗୋଟେପଟରୁ ଢଳାଇ ରଖି ତେଲ ପକାନ୍ତୁ। ୫ମିନିଟ୍‌ ଯାଏ ମୁଣ୍ଡକୁ ଏହି ସ୍ଥିତିରେ ରଖନ୍ତୁ। ପୁଣି ମୁଣ୍ଡକୁ ଉଠାଇ ଅନ୍ୟ ପଟ କାନରେ ବି ଏମିତି କରନ୍ତୁ। 

ବେକିଂ ସୋଡା – ଅଧ ଚାମଚ ବେକିଂ ସୋଡାକୁ ୬୦ମିଲି ଉଷୁମ ପାଣିରେ ମିଶାଇ ଦିଅନ୍ତୁ। ଏହି ମିଶ୍ରଣକୁ ଡ୍ରପରରେ ପୂରାନ୍ତୁ। ମୁଣ୍ଡକୁ ଗୋଟେ ପଟକୁ ଢଳାଇ କାନ ଉପରୁ ୫-୬ ବୁନ୍ଦା ପକାନ୍ତୁ। ଏହି ମିଶ୍ରଣକୁ କାନରେ ୧ଘଣ୍ଟା ଯାଏ ରହିବାକୁ ଦିଅନ୍ତୁ ଏବଂ ପୁଣି ପାଣିରେ ଧୋଇ ନିଅନ୍ତୁ । ଦିନରେ ଥରେ ଏମିତି କରିବାରେ କିଛି ଦିନରେ କାମର ମଇଳା ବାହାରି ଆସିବ। କିନ୍ତୁ ଏହାକୁ ଲଗାତାର ୨ ସପ୍ତାହରୁ ଅଧିକ ନକରନ୍ତୁ। 

ହାଇଡ୍ରୋଜେନ ପେରୋକ୍ସାଇଡ – ମୁଣ୍ଡକୁ ଗୋଟେ ପଟକୁ ଢଳାଇ କାନରେ ହାଇଡ୍ରୋଜେନ ପେରୋକ୍ସାଇଡ୍‌ର ୫ରୁ ୧୦ ବୁନ୍ଦା ପକାନ୍ତୁ। କାନକୁ ଏହି ସ୍ଥିତିରେ ୫ ମିନିଟ୍‌ ରହିବାକୁ ଦିଅନ୍ତୁ। ଏମିତି ୩ରୁ ୧୪ ଦିନ ଯାଏ କରନ୍ତୁ । ଧ୍ୟାନ ରଖନ୍ତୁ ହାଇଡ୍ରୋଜେନର ବ୍ୟବହାର ଡାକ୍ତରଙ୍କ ପରାମର୍ଶ ଅନୁସାରେ କରନ୍ତୁ। ଏଥିରେ ବ୍ୟାକ୍ଟେରିଆଲ ବୃଦ୍ଧି ମଧ୍ୟ ହୋଇପାରେ।   

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.