ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କ୍ଳାସେନ୍‌ଙ୍କ ଅର୍ଦ୍ଧଶତକ ବୃଥା; ଅନ୍ତିମ ଓଭରରେ ହର୍ଷିତଙ୍କ କମାଲ, ୪ ରନ୍‌ରେ ବିଜୟୀ କେକେଆର୍‌

Image source: Cricbuzz

କୋଲକାତା,୨୩/୦୩: ବିଜୟ ସହିତ କୋଲକାତା ନାଇଟ୍ ରାଇଡର୍ସ ଏହାର ଆଇପିଏଲ୍ ୨୦୨୪ ଅଭିଯାନ ଆରମ୍ଭ କରିଛି। ନିଜ ଘରୋଇ ମଇଦାନ ଇଡେନ୍ ଗାର୍ଡେନ୍ ଷ୍ଟାଡିୟମରେ ଏକ ରୋମାଞ୍ଚକର ମ୍ୟାଚରେ କୋଲକାତା ସନରାଇଜର୍ସ ହାଇଦ୍ରାବାଦକୁ ୪ ରନ୍‌ରେ ପରାସ୍ତ କରିଛି। ଏହି ଉଚ୍ଚ ସ୍କୋରର ମ୍ୟାଚରେ ଉଭୟ ଦଳର ବ୍ୟାଟରମାନେ ବାଉଣ୍ଡ୍ରି ପାର୍‌ ପ୍ରଦର୍ଶନ କରିଥିଲେ ବି ଚର୍ଚ୍ଚାରେ ରହିଛନ୍ତି ୱେଷ୍ଟଇଣ୍ଡିଜ୍‌ର ଅଲରାଉଣ୍ଡର ଆଣ୍ଡ୍ରେ ରସେଲ ଏବଂ ହାଇଦ୍ରାବାଦର ଯୁବ ଭାରତୀୟ ଦ୍ରୁତ ବୋଲର ହର୍ଷିତ ରାଣା। ରସେଲ ପ୍ରଥମ ଇନିଂସରେ ୭ ଛକା ସହାୟତାରେ ୬୪ ରନ୍ ସଂଗ୍ରହ କରିଥିବା ବେଳେ ପରେ ୨ଟି ୱିକେଟ୍‌ ବି ନେଇଥିଲେ। ପୁଣି ଶେଷ ଓଭରରେ ୧୩ ରନ୍ ବଞ୍ଚାଇ ହର୍ଷିତ ରାଣା ଦଳକୁ ବିଜୟ ଭେଟିଥିଲେ। 

ଏହି ସିଜିନ୍‌ରେ ଯେତେବେଳେ ପ୍ରଥମ ଏବଂ ଦ୍ୱିତୀୟ ମ୍ୟାଚରେ ଦଳ ୨୦୦ ରୁ ଅଧିକ ସ୍କୋର ଅତିକ୍ରମ କରିପାରିନଥିଲେ, ସେତେବେଳେ ଏହି ମ୍ୟାଚରେ ଉଭୟ ଦଳ ୨୦୦ ରନ୍‌ ଅତିକ୍ରମ କରି ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ଏହି ମ୍ୟାଚରେ ଉଭୟ ଦଳ ମୋଟ ୨୯ ଛକା (୧୪ଟି କୋଲକାତା ଓ ୧୫ଟି ହାଇଦ୍ରାବାଦ) ହାସଲ କରିଥିଲେ। ସେଥିମଧ୍ୟରୁ ୭ ଟି ଆଣ୍ଡ୍ରେ ରସେଲ ଏବଂ ୮ ଟି ସନରାଇଜର୍ସ ବ୍ୟାଟର ହେନ୍ରିଚ୍ କ୍ଲାସେନ୍‌ଙ୍କ ନାଁରେ ରହିଛି। ଶେଷରେ, ଗୋଟିଏ ଛକା କମ୍ ମାରିବା ମଧ୍ୟ ୪ ରନ୍ ବ୍ୟବଧାନରେ ମ୍ୟାଚ୍ ଜିତିଥିଲା। 


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.