ନୂଆଦିଲ୍ଲୀ – କୋଲକାତାର ଦୁଷ୍କର୍ମ-ହତ୍ୟା ମାମଲାର ଅଭିଯୁକ୍ତ ସଞ୍ଜୟ ରାୟର ହେବ ପଲିଗ୍ରାଫି ଟେଷ୍ଟ । ଏଥିନେଇ ସିବିଆଇକୁ ଅନୁମତି ମିଳି ଯାଇଛି। ଯାଞ୍ଚ ଏଜେନ୍ସି କୋର୍ଟରେ ପିଟିସନ ଦାଏର କରିଥିଲା। ଏହା ପୂର୍ବରୁ ଅଭିଯୁକ୍ତର ସାଇକୋଲୋଜିକାଲ ଟେଷ୍ଟ କରା ଯାଇ ସାରିଛି। ଏବେ ପଲିଗ୍ରାଫି ଟେଷ୍ଟରେ ଜଣାପଡ଼ିବ କି, ଅଭିଯୁକ୍ତ କେତେ ମିଛ ଓ କେତେ ସତ କହୁଛି। ସିବିଆଇ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କର ମଧ୍ୟ ପଲିଗ୍ରାଫି ଟେଷ୍ଟ କରାଇବାକୁ ଚାହାନ୍ତି।
ସଞ୍ଜୟ ରାୟ, ଏହି କେସ୍ରେ ମୁଖ୍ୟ ଅଭିଯୁକ୍ତ , ଯାହାକୁ ପୁଲିସ ଘଟଣାର ତୁରନ୍ତ ପରେ ଗିରଫ କରିଥିଲା। ଏହାପରେ ଉକ୍ତ ମାମଲାର ଯାଞ୍ଚ ଦାୟିତ୍ୱ ସିବିଆଇକୁ ପ୍ରଦାନ କରାଯାଇ ଥିଲା। ଯିଏକି ମାମଲାରେ ଅନେକ ସ୍ତରୀୟ ଯାଞ୍ଚରେ ଲାଗି ପଡ଼ିଛି। ଏହା ପୂର୍ବରୁ ଅଭିଯୁକ୍ତର ସାଇକ୍ଲୋଲୋଜିକାଲ ଟେଷ୍ଟ କରାଯାଇଛି, ଯେଉଁଥିର ଏହା ଜାଣିବାକୁ ଚେଷ୍ଟା କରାଯାଉଛି କି ଅଭିଯୁକ୍ତ ମାନସିକ ଭାବେ ସୁସ୍ଥ ଅଛି ନା ନାହିଁ । ଏବେ ଯଦି ପଲିଗ୍ରାଫି ଟେଷ୍ଟ କରାଯାଏ ତ ଏଥିରୁ ଏହା ଜାଣି ହେବ କି ଅଭିଯୁକ୍ତ ଏହି ଘଟଣାରେ ଏକା ସଂପୃକ୍ତ ନା ଆଉ କିଏ ଅଛନ୍ତି ?
ସିବିଆଇ ସୂତ୍ର କହୁଛି କି , ସନ୍ଦୀପ ଘୋଷଙ୍କ ବୟାନରେ ଅନେକ ଗଡ଼ବଡ଼ ଥିବା ଜଣାପଡ଼ୁଛି। ପୀଡ଼ିତାଙ୍କ ପରିବାର ଦ୍ୱାରା ଦିଆଯାଇ ଥିବା ବୟାନ ଓ ଆରଜି କର୍ ହସ୍ପିଟାଲର ପ୍ରିନ୍ସିପାଲ ରହିଥିବା ସନ୍ଦୀପ ଘୋଷଙ୍କ ବୟାନ ଅଲଗା ରହିଛି। ସିବିଆଇ ସନ୍ଦୀପ ଘୋଷଙ୍କୁ ଆଉ ଥରେ ପଚରାପଚରି କରିବା ପରେ ତାଙ୍କର ଅନେକ ବୟାନ ରେକର୍ଡ କରିଛି।
ଏଜେନ୍ସି ସୂତ୍ରାନୁସାରେ , ସବୁ ବୟାନକୁ ରେକର୍ଡ କରିବା ପାଇଁ ସିବିଆଇର ଟିମ୍ ସୋଦପୁରରେ ପୀଡ଼ିତାଙ୍କ ଘରକୁ ଯାଇଥିଲା। ପୂରା ପଚରାପଚରି ପ୍ରକ୍ରିୟାର ଭିଡ଼ିଓଗ୍ରାଫି କରାଯାଇଛି। ଅଲଗା ମାମଲାରେ ସନ୍ଦୀପ ଘୋଷଙ୍କ ବୟାନ ରେକର୍ଡ କରାଯିବ ଏବଂ ପୀଡ଼ିତାଙ୍କ ପରିବାରର ବୟାନ ଆଧାରରେ କ୍ରସ୍ ପରୀକ୍ଷା କରାଯିବ । ଏହାସହ , ଯାହା ବି ତଥ୍ୟ ଏବେସୁଦ୍ଧା ସଂଗ୍ରହ କରାଯାଇ ପାରିନାହିଁ ବା ଏଥିରେ କିଛି ଗଡ଼ବଡ଼ର ଆଶଙ୍କା ରହିଛି, ଏହାର ପୁନଃ ଯାଞ୍ଚ କରାଯିବ।
ପଲିଗ୍ରାଫି ଟେଷ୍ଟକୁ ସାଧାରଣତଃ ଲାଇ ଡିଟେକ୍ଟର ମଧ୍ୟ କୁହନ୍ତି । ଏହି ଯାଞ୍ଚରେ ଅଭିଯୁକ୍ତର ହାର୍ଟରେଟ୍ , ବ୍ଲଡ ପ୍ରେସର , ଶ୍ୱାସକ୍ରିୟା , ସ୍କିନ କଣ୍ଡକ୍ଟିଭିଟିକୁ ପରୀକ୍ଷା କରାଯାଏ ଏବଂ ଏବା ଜଣାପଡ଼େ କି ଅଭିଯୁକ୍ତ କେଉଁ ମାମଲାରେ କେତେ ସତ ଓ କେତେ ମିଛ କହୁଛି।
ଉଲ୍ଲେଖନୀୟ ଯେ, ଏହି ଦୁଃଖଦ ଘଟଣା ୯ ଅଗଷ୍ଟରେ ଘଟିଛି। କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଗ୍ରାଜୁଏଟ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରିଦିଆଯାଇ ଥିଲା। ପୀଡ଼ିତାଙ୍କର ମୃତଦେହ ହସ୍ପିଟାଲର ସେମିନାର ହଲ୍ରୁ ସକାଳେ ଦେଖିବାକୁ ମିଳିଥିଲା। ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି ଯେ, ପୀଡ଼ିତାଙ୍କ ଶରୀରରେ ୧୪ଟି ଗୁରୁତର କ୍ଷତ ଚିହ୍ନ ଥିଲା। ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ରିପୋର୍ଟ ସାମନାକୁ ଆସିଛି କି ତାଙ୍କୁ ଶ୍ୱାସରୁଦ୍ଧ କରାଯାଇଛି।