ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବୁଲଡୋଜର ନେଇ ଲାଲୁଙ୍କ ଶଳା ଘରେ ପହଁଞ୍ଚିଲା ପୋଲିସ, ସମ୍ପତ୍ତି ଜବତ ହେବା ପୂର୍ବରୁ କଲେ ଆତ୍ମସମର୍ପଣ

ପାଟନା,୧୩।୨:  ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଶଳା ତଥା ପୂର୍ବତନ ରାଜ୍ୟସଭା ସାଂସଦ ସୁଭାଷ ଯାଦବ ଏବେ ଅଡୁଆରେ। ପଟନାର ଏମ୍‌ଏପି-ଏମ୍‌ଏଲଏ ସ୍ପେଶାଲ କୋର୍ଟରେ ମଙ୍ଗଳବାର ସେ ଆତ୍ମସପର୍ମଣ କରିଛନ୍ତି। ପୋଲିସ ଟିମ୍ ଏହା ପୂର୍ବରୁ ସୁଭାଷ ଯାଦବଙ୍କ ଘରେ ବୁଲଡୋଜର ନେଇକି ପହଁଞ୍ଚି ଯାଇଥିଲା। ସମ୍ପତ୍ତି ଜବତ ଭୟରେ ସେ ସରେଣ୍ଡର କରିଦେଇଛନ୍ତି। ସୁଭାଷଙ୍କ ଉପରେ ଜମି ଜବରଦଖଲ, ଠକେଇ, ଅର୍ଥ ଆଦାୟ କରିବା ସହିତ ବହୁ ଅପରାଧିକ ମାମଲା ରୁଜୁ କରାଯାଇଛି। କୋର୍ଟ ସୁଭାଷକୁ ପଳାତକ ଘୋଷିତ କରିଥିଲେ। ଏହା ସହିତ ସମ୍ପତ୍ତିକୁ ଜବତ କରିବାର ନିର୍ଦେଶ ଜାରି କରାଯାଇଥିଲା।

ସୁଭାଷ ଯାଦବ ପୂର୍ବ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କ ସାନ ଭାଇ। ତାଙ୍କ ବିରୋଧରେ ପାଟନା ଗ୍ରାମୀଣର ନେଉରା ପିଓ ଅଞ୍ଚଳର ବେଲା ଗାଁରେ ରହୁଥିବା ଭୀମ ବର୍ମା ଏଫ୍‌ଆଇଆର ଦାଖଲ କରିଥିଲେ। ଏଫ୍‌ଆଇଆରରେ ସୁଭାଷଙ୍କ ପତ୍ନୀ ରେଣୁ ଦେବୀ ଓ ପୁଅ ରଣଧୀର କୁମାର, ପଙ୍କଜ ଯାଦବ, ଅର୍ଜୁନ ରାୟ, ଅରୁଣ କୁମାର ଓରଫ୍ ମୁଖିଆ ଓ ଅରୁଣ ସିଂହଙ୍କ ମଧ୍ୟ ନାଁ ରହିଛି। ଏଫ୍‌ଆଇଆର ଅନୁସାରେ ସୁଭାଷ ପୀଡିତ ଭୀମ ବର୍ମାଙ୍କ ମା’ଙ୍କୁ ୯୬ ଲକ୍ଷ ଟଙ୍କା ନିଜ ପତ୍ନୀଙ୍କ ନାମରେ ଜମି କିଣିଥିଲେ। ଭୀମ ଅଭିଯୋଗ କରିଛନ୍ତି, ୨୭ ଫେବୃଆରୀ ୨୦୨୧ ରେ ତାଙ୍କ ଉପରେ ୬୦ ଲକ୍ଷ ଟଙ୍କା ଫେରାଇବାକୁ ନେଇ ଚାପ ପକାଯାଉଛି। ଅଭିଯୋଗ ଅନୁସାରେ, ତାଙ୍କ ମା’ ଓ ଭାଈଙ୍କୁ ପୂର୍ବତନ ସାଂସଦ ନିଜର ଘରେ ବନ୍ଧକ ବନାଇ ରଖିଥିଲେ ଓ ଟଙ୍କା ନଫେରାଇବା ପର୍ଯ୍ୟନ୍ତ ମାରିବାର ଧମକ ଦେଇଥିଲେ।

୬ଜୁନ୍‌ ୨୦୨୨ ରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜନତା ଦରବାରରେ ଏହି ମାମଲା ପହଁଞ୍ଚାଇତିଲେ। ସିଏମଙ୍କ କହିବା ଅନୁସାରେ, ସୁଭାଷ ଯାଦବ ଓ ଅନ୍ୟମାନଙ୍କ ବିରୋଧରେ ଏଫ୍ଆଇଆର ରୁଜୁ କରାଯାଇଥିଲା। ଏହା ସହିତ ପାଟନାର ଡିଏମ୍‌ଙ୍କୁ ଏହି ଘଟରାର ଯାଞ୍ଚ ନିର୍ଦେଶ ଦିଆଯାଇଥିଲା। ପୋଲିସ ଗତ ୩୦ ଜାନୁଆରୀରେ ଏୟାରପୋର୍ଟ ପୋଲିସ ଥାନା ଅଞ୍ଚଳର କୌଟିଲ୍ୟ ନଗର ସ୍ଥିତ ବିଧାୟକ କଲୋନୀରେ ସୁଭାଷ ଯାଦବଙ୍କ ଘରକୁ ସମ୍ପତ୍ତି ଜବତ କରିବାକୁ ନେଇ ବୁଲଡୋଜର ନେଇକି ପହଁଞ୍ଚିଥିଲା। ପୋଲିସ ନିଜର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ପୂର୍ବରୁ ହିଁ ଅଭିଯୁକ୍ତକୁ କୋର୍ଟରେ ସରେଣ୍ଡର କରିଛି। 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.