ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କୁଲ୍‌ଗାମ୍‌ରେ ୩ ଲସ୍କର ଆତଙ୍କୀ ନିହତ, ମୃତକଙ୍କ ଭିତରେ ଟପ୍ କମାଣ୍ଡର ବାସିତ୍ ଡାର

ନୂଆଦିଲ୍ଲୀ,୭।୫: ଜମ୍ମୁ କଶ୍ମୀରର କୁଲଗାମ୍‌ରେ ୩ ଲସ୍କର ଆତଙ୍କବାଦୀ ନିହତ। ଏହା ଭିତରେ ଲସ୍କରର ଟପ୍ କମାଣ୍ଡର ବାସିତ୍ ଡାର୍‌ ମଧ୍ୟ ରହିଛି। ଗତକାଲି ରାତିଠୁ ଚାଲିଥିବା ସର୍ଚ୍ଚ ଅପରେସନରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। କୁଲଗାମରେ ଲଶ୍କର ଆତଙ୍କୀ ଲୁଚିଥିବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ସୁରକ୍ଷାକର୍ମୀ ଓ ପୁଲିସ ମିଳିତ ଭାବେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଅପରେସନ ବେଳେ ଆତଙ୍କୀ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ।

ନିକଟରେ ପୁଞ୍ଛରେ ବାୟୁସେନାର ଏକ ଟିମ୍ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା, ଯେଉଁଥିରେ ଜଣେ ଯବାନ ଶହୀଦ ହୋଇଥିଲେ। ଉଲ୍ଲେଖନୀୟ ଯେ, କୁଲଗାମ୍‌ର ରେଦଓ୍ବାନୀ ପାୟିନ ଅଞ୍ଚଳରେ ସୁରକ୍ଷାକର୍ମୀମାନେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଏଠାରେ ବହୁ ଆତଙ୍କବାଦୀ ଲୁଚି ଥିବାର ସୂଚନା ଥିଲା। ଏହାପରେ ପୁରା ଅଞ୍ଚଳକୁ ଘେରାଉ କରି ଅପରେସନ୍ ଆରମ୍ଭ କରି ଦିଆଯାଇଥିଲା। 

ସାମନାକୁ ଆସିଥିବା ଭିଡିଓରେ ଦେଖିପାରିବେ ଯେ, ଲସ୍କର ଆଡ୍ଡା ବିଷୟରେ ସୂଚନା ମିଳିବା ପରେ ସୁରକ୍ଷାକର୍ମୀମାନେ ପୁରା ଅଞ୍ଚଳକୁ ଘେରାଉ କରିନେଇଥିଲେ। ଏହାପରେ ଆତଙ୍କବାଦୀମାନେ ଗୁଳିମାଡ ଆରମ୍ଭ କରିଥିଲେ। ଲସ୍କର ଆଡ୍ଡା ସମ୍ପର୍କରେ ଜାଣିବା ପରେ ସୁରକ୍ଷାକର୍ମୀମାନେ ପୁରା ଅଞ୍ଚଳକୁ ଘେରାଉ କରିନେଇଥିଲେ। ଏହାପରେ ଆତଙ୍କବାଦୀମାନେ ଗୁଳିମାଡ ଆରମ୍ଭ କରିଥିଲେ। ପୋଲିସ କହିଛି, ଗୁଇନ୍ଦା ଇନପୁଟ୍ ମିଳିବା ପରେ ପୁରା ଗାଁକୁ ସିଲ୍ କରି ଦିଆଯାଇଥିଲା। ସୋମବାର ଅନ୍ଧାର ହେବାପରେ ଅପରେସନ୍ ରୋକି ଦିଆଯାଇଥିଲା। ଆଜି ସକାଳେ ପୁଣିଥରେ ଅପରେସନ୍ ଆରମ୍ଭ ହୋଇଥିଲା। ଅପରେସନ୍ ବେଳେ ଧ୍ୟାନରେ ରଖାଯାଇଥିଲା ଯେ, କୌଣସି ନାଗରିକଙ୍କୁ ଯେପରି କୌଣସି କ୍ଷତି ନହେଉ। ଉଲ୍ଲେଖନୀୟ ଯେ, ନିକଟରେ ଜମ୍ମୁ କଶ୍ମୀରରେ ବାୟୁସେନା କନଭେୟ ଉପରେ ଆତଙ୍କୀ ହମଲା ହୋଇଥିଲା। ଏଥିରେ ଜଣେ ଯବାନ ଶହୀଦ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ସୂଚନା ପାଇବା ପରେ ସର୍ଚ୍ଚ ଅପରେସନ ଆରମ୍ଭ  ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.