ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏସଟିଏଫ୍ ପଞ୍ଝାରେ ୨ ବାଘ ଛାଲ ବେପାରୀ, ଗୋଟିଏ ବାଘ ଛାଲ ଜବତ

ଭୁବନେଶ୍ଵର, ୦୫/୦୪ : ଏସଟିଏଫ୍ ପଞ୍ଝାରେ ବାଘ ଛାଲ ବେପାରୀ। ଗୋଟିଏ କଲରାପତରିଆ ବାଘ ଛାଲ ଜବତ। ଦୁଇ ବାଘ ଛାଲ ବେପାରୀ ଗିରଫ। 

ସୂଚନାନୁଯାୟୀ, ଗୁରୁବାର ସକାଳେ କଳାହାଣ୍ଡି ନର୍ଲା ରେଳ ଷ୍ଟେସନ ନିକଟରେ ବାଘ ଛାଲ ଡିଲ୍ ଚାଲିଥିବା ବେଳେ ଖବର ପାଇ କଳାହାଣ୍ଡି ପୋଲିସ ସହାୟତାରେ ଏସଟିଏଫ୍ ଚଢାଉ କରିଥିଲା। ଏହି ସମୟରେ ୨ ବାଘ ଛାଲ ବେପାରୀ ଧରା ପଡିଛନ୍ତି। ସେମାନଙ୍କ ନିକଟରୁ ଏକ କଲରାପତରିଆ ବାଘ ଛାଲ ଜବତ ହୋଇଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଚକରା ବେନାଲ ଏବଂ ପୂର୍ଣ୍ଣ ଚନ୍ଦ୍ର ବାଗ। ପୋଲିସ ସେମାନଙ୍କୁ କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଚଳାଇଛି।  





  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.