ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କେନ୍ଦୁଝର ବନଖଣ୍ଡରେ ବଢ଼ିଲେ କଲରାପତରିଆ, ଟ୍ରାପ୍‌ କ୍ୟାମେରାରେ ୫ରୁ ଅଧିକ ବାଘ ଫଟୋ କଏଦ

କେନ୍ଦୁଝର,୦୮/୦୨: ଦୀର୍ଘଦିନ ବ୍ୟବଧାନରେ କେନ୍ଦୁଝର ବନଖଣ୍ଡରେ କଲରାପତରିଆ ବାଘ ଧରାପଡ଼ିଛି । ବ୍ୟାଘ୍ର ଗଣନାରୁ ତେଲକୋଇ ବନାଞ୍ଚଳ, ଘଟଗାଁ, ସଦର ଓ ଚମ୍ପୁଆ ବନାଞ୍ଚଳରେ ୫ରୁ ଅଧିକ କଲରାପତରିଆ ବାଘ ରହିଥିବା ଟ୍ରାପ୍‌ କ୍ୟାମେରାରୁ ସ୍ପଷ୍ଟ ହୋଇଛି । ଏକାଧିକ ବୟସ୍କ କଲରାପତରିଆ ବାଘ ଅଟେଇ ସଂରକ୍ଷିତ, ବାରବାଙ୍କ, ଚମକପୁର,  ତେଲକୋଇ ପ୍ରଭୃତି ଅଞ୍ଚଳରୁ ଠାବ ହୋଇଛନ୍ତି । ନିୟମିତ କଲରାପତରିଆ ବାଘ ଜଙ୍ଗଲରେ ଚଳପ୍ରଚଳ କରୁଛନ୍ତି । ତେଣୁ ସମ୍ପୃକ୍ତ ଜଙ୍ଗଲ  ନିକଟବର୍ତ୍ତୀ ଲୋକଙ୍କୁ ସତର୍କ ରହିବା ସହ ଗୃହପାଳିତ  ପ୍ରାଣୀଙ୍କୁ ଜଙ୍ଗଲକୁ ନ ଛାଡ଼ିବାକୁ ବନ ବିଭାଗ ପକ୍ଷରୁ  ନିବେଦନ କରାଯାଇଛି । ଫେବ୍ରୁଆରୀରେ ମହାବଳ  ପରେ ଏବେ ଏକାଧିକ କଲରାପତରିଆ ବାଘ ଠାବ  ହେବା ଜୈବ ବିବିଧତା ପ୍ରତି ଶୁଭ ସଙ୍କେତ ବୋଲି  କୁହାଯାଉଛି । 

ଜିଲ୍ଲାର ବିଭିନ୍ନ ବନାଞ୍ଚଳରେ ବାଘଙ୍କ ନୀରବତାରୁ  ଭିନ୍ନ ଆଶଙ୍କା ସୃଷ୍ଟି ହେଉଥିଲା । ବନ ବିଭାଗ ପକ୍ଷରୁ  ସ୍ୱତନ୍ତ୍ର ଟିମ୍‌ ବାଘ ଗତିବିଧି ଉପରେ ନଜର ରଖିଥିଲା ।  ଇତିମଧ୍ୟରେ ୧ ନଭେମ୍ବରରୁ ଜାନୁଆରୀ ୩୧ ମଧ୍ୟରେ  ବ୍ୟାଘ୍ର ଗଣନା, ଡିଭିଜନସ୍ତରରେ ଗଣନା ସମ୍ପର୍କିତ ଏକତ୍ରୀକରଣ ଏବଂ ବିଶ୍ଳେଷଣ କରାଯାଇଛି । 

କଲରାପତରିଆ ସମ୍ପର୍କରେ ଡିଏଫ୍‌ଓ ଧନରାଜ  ଏଚ୍‌. ଡି. ସୂଚନା ଦେଇ କହିଛନ୍ତି, ବ୍ୟାଘ୍ର ଗଣନା  ପାଇଁ ଅଟେଇ ସଂରକ୍ଷିତ ଜଙ୍ଗଲରେ ୬୦ଟି କ୍ୟାମେରା  ଲଗାଯାଇଛି । ଏହାସହିତ ଚମ୍ପୁଆ ବନାଞ୍ଚଳରେ  ୧୫ଟି, ଜଙ୍ଘିରା ସଂରକ୍ଷିତ ଜଙ୍ଗଲରେ ୧୫ଟି,  ତେଲକୋଇ ବନାଞ୍ଚଳରେ ୧୫ଟି କ୍ୟାମେରା ଲାଗିଛି ।  କ୍ୟାମେରାରେ ଅନେକ ବିରଳ ବନ୍ୟପ୍ରାଣୀ ସହିତ  ୫ରୁ ଅଧିକ କଲରାପତରିଆ ବାଘ ଚିହ୍ନଟ ହୋଇଛି ।  ବ୍ୟାଘ୍ର ଗଣନାରେ ଏକାଧିକ ସ୍ଥାନରେ ଏବଂ ଭିନ୍ନ  ଭିନ୍ନ ପଦଚିହ୍ନ ମିଳିଥିବାରୁ କଲରାପତରିଆ ସଂଖ୍ୟା  ଆହୁରି ବଢ଼ିବା ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.