ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚନ୍ଦୁ ହତ୍ୟା ମାମଲା : ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଭୁବନେଶ୍ବର,୭।୧୨ କ୍ୟାପିଟାଲ ଥାନା ଅନ୍ତର୍ଗତ ଚନ୍ଦୁ ହତ୍ୟା ମାମଲାରେ  ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ କାହ୍ନା ନାୟକଙ୍କୁ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଛି।ଭୁବନେଶ୍ବର ଏଡିଜେ-୨ କୋର୍ଟର ଜଜ୍‌ ବନ୍ଦନା କର  ଏହି ମାମଲାର ବିଚାର କରି ଏହି ରାୟ ଦେଇଛନ୍ତି।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି  ୨୦୨୨ ସେପ୍ଟେମ୍ବର ୯ ତାରିଖରେ ଚନ୍ଦୁକୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ କାହ୍ନାଙ୍କୁ ପୋଲିସ ଗିରଫ କରିଥିଲା। ଭୁବନେଶ୍ବର ଏଡିଜେ-୨ କୋର୍ଟର ଜଜ୍‌ ବନ୍ଦନା କର ୧୫ ଜଣ ସାକ୍ଷୀଙ୍କ ବୟାନ ଏବଂ ପ୍ରମାଣ ଆଧାରରେ ଉପରୋକ୍ତ  ଦଣ୍ଡାଦେଶ ଶୁଣାଇଛନ୍ତି। 

ଆହୁରି ପଢନ୍ତୁ : ଖେଳ ଦେଖି ଫେରୁଥିବା ବେଳେ ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣ : ଚିକିତ୍ସାଧୀନ ଅବସ୍ଥାରେ ଯବାନ ମୃତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.