ପ୍ରମୁଖ ଖବର
  • ଜମ୍ମୁ-କାଶ୍ମୀରକୁ ଖୁବ୍‌ଶୀଘ୍ର ମିଳିବ ପୂର୍ଣ୍ଣ ରାଜ୍ୟ ମାନ୍ୟତା, ଉଦ୍ଧମପୁରରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • କାଳିକାଦେବୀ ସାହିରେ ବୁଲେ ମାଟିମଣ୍ଡପ ସାହି ପଟୁଆର, ଆଜି ବାଲିସାହି-ହରଚଣ୍ଡି ସାହି ଶାନ୍ତି କମିଟି ବୈଠକ
  • ||
  • ପ୍ୟାରିସ ଅଲିମ୍ପିକ୍ସ: ୧୭ରେ ବିକ୍ରି ହେବ ୨୫୦,୦୦୦ ଟିକେଟି
  • ||
  • ଗ୍ରୀଷ୍ମ ଛୁଟିରେ ଅନ୍‌ଲାଇନ୍‌ କ୍ଲାସ୍‌, ଆଜି ପ୍ରଧାନଶିକ୍ଷକମାନଙ୍କ ବୈଠକରେ ହେବ ଆଲୋଚନା
  • ||
  • ତୃତୀୟ ପର୍ଯ୍ୟାୟ ନିର୍ବାଚନ: ଶୁକ୍ରବାର ପ୍ରକାଶ ପାଇବ ବିଜ୍ଞପ୍ତି, ଆରମ୍ଭ ହେବ ନାମାଙ୍କନ ପ୍ରକିୟା
  • ||
  • ଜାତୀୟ ପଥପ୍ରାନ୍ତ ନାଟକ ଦିବସ: ସରକାରୀ ସ୍ୱୀକୃତିକୁ ଅପେକ୍ଷା, ଅନେକ ଦାବି ପରେ ବି ଅବହେଳିତ
  • ||
  • ଦିଲ୍ଲୀ ମଦ ନୀତି ମାମଲା: ଆଜି କୋର୍ଟରେ ହାଜର ହେବେ ବିଆର୍‌ଏସ୍‌ ନେତ୍ରୀ କେ.କବିତା, ରିମାଣ୍ଡ ଆବେଦନ କରିବ CBI
  • ||
  • IPL 2024: ସୁପରଜାଏଣ୍ଟ୍‌ସ - କ୍ୟାପିଟାଲ ଲଢ଼େଇ, ଏକାନ୍ନାରେ ଚ୍ୟାଲେଞ୍ଜ ହେବ ସ୍ପିନ
  • ||
  • ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ, ୭୯ ବର୍ଷ ବୟସରେ କଲେ ଶେଷ ନିଶ୍ୱାସ ତ୍ୟାଗ
  • ||
  • ବଦଳିବ ପାଣି ପାଗ ମିଜାଜ୍: ୪ ଦିନରେ ୮ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ପୁଣି କଲବଲ କରିବ ତାତି
  • ||

ମୁକେଶ ଅମ୍ବାନିଙ୍କୁ ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ପୁରସ୍କାର, ରିଲାଏନ୍ସ ଜିଓକୁ ୬ ସମ୍ମାନ

ନୂଆଦିଲ୍ଲୀ ୨୪/୦୩: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଧିରୁଭାଇ ଅମ୍ବାନିଙ୍କୁ ଲାଇଫ୍‌ଟାଇମ ଆଚିଭ୍‌ମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଛି । ଟେଲିକମ କ୍ଷେତ୍ରରେ ଅତୁଳନୀୟ ଯୋଗଦାନ ଲାଗି ଭଏସ୍‌ ଆଣ୍ଡ୍‌ ଡାଟା ପକ୍ଷରୁ ଏଭଳି ସମ୍ମାନ ପ୍ରଦାନ କରାଯାଇଛି । 

ନୂଆଦିଲ୍ଲୀରେ ଏହି ପୁରସ୍କାର ସମାରୋହରେ ୨୦୨୩ ବର୍ଷ ପାଇଁ ରିଲାଏନ୍ସ ଜିଓ ଇନ୍‌ଫୋକମ ସଭାପତି ମାଥ୍ୟୁ ଓମେନଙ୍କୁ ପାଥ୍‌ ବ୍ରେକର ଅଫ୍‌ ଦି ଇୟର ପୁରସ୍କାର ପ୍ରଦାନ କରାଯାଇଛି । ଦେଶର ଟେକ୍ନୋଲୋଜି କ୍ଷେତ୍ର ବିକାଶରେ ୫ଜିର ଦ୍ରୁତ ପ୍ରଚଳନ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ଓମେନଙ୍କୁ ଏଭଳି ପୁରସ୍କାର ଦିଆଯାଇଛି ।

ମୁକେଶ ଅମ୍ବାନୀଙ୍କ ନେତୃତ୍ୱକୁ ପ୍ରଶଂସା କରି ମାଥ୍ୟୁ ଓମେନ କହିଛନ୍ତି, “ଭଏସ୍ ଆଣ୍ଡ ଡାଟା ଦ୍ୱାରା ମୁକେଶ ଧୀରବାଇ ଅମ୍ବାନୀଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଥିବାରୁ ଆମେ ଗୌରବାନ୍ୱିତ। ତାଙ୍କ ନେତୃତ୍ୱରେ କମ୍ପାନୀ ଟେଲିକମ୍, ମିଡିଆ ଏବଂ କ୍ରୀଡା କ୍ଷେତ୍ରରେ ଚମତ୍କାର ପ୍ରଦର୍ଶନ କରିଛି। ଆଜିର ଡିଜିଟାଲ ଦୁନିଆରେ ଭାରତର ଭୂମିକା ବୈପ୍ଳବିକ ହେବ। ଏକ ଶିଳ୍ପ ଏବଂ ରାଷ୍ଟ୍ର ଭାବରେ ଆମର ଅବଦାନ ଅତୁଳନୀୟ ହେବ ଏବଂ ଏହା ସମସ୍ତ ଭାରତୀୟଙ୍କ ପାଇଁ ଅଧିକ ସମାନ ଏବଂ ନିରନ୍ତର ଭବିଷ୍ୟତକୁ ଆଣିବ। ”

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.