ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ନିର୍ବାଚନୀ ଫଳାଫଳ ପରେ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପ୍ରେସମିଟ୍, କହିଲେ ‘ଏହା ମୋଦୀଙ୍କ ବ୍ୟକ୍ତିଗତ- ନୈତିକ ପରାଜୟ ଅଟେ ’

ନୂଆଦିଲ୍ଲୀ,୪/୬ :  ଲୋକସଭା ନିର୍ବାଚନର ଫଳାଫଳ ଆସିବା ପରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନଙ୍କ ପ୍ରେସମିଟ୍ । ସେ ପ୍ରେସମିଟରେ ଜନାଦେଶକୁ ସ୍ବାଗତ କରିଛନ୍ତି ଏବଂ ବିଜେପି ଉପରେ ବର୍ଷିଛନ୍ତି । ଖଡ଼ଗେ କହିଛନ୍ତି କି ଆଜି ଦେଶରେ ନିର୍ବାଚନର ଫଳାଫଳ ଆସିଛି ଏବଂ ଜନତାଙ୍କ ରେଜଲ୍ଟ ଅଟେ ଜନତା ଏବଂ ଲୋକତନ୍ତ୍ରର ବିଜୟ ଅଟେ । ଆମେ କହିଥିଲୁ କି ଆମ ଲଢେଇ ଜନତା ବନାମ ନରେନ୍ଦ୍ର ମୋଦୀ ଅଟେ । ଆମେ ଜନତାଙ୍କ ଦ୍ବାରା ଦିଆଯାଇଥିବା ଜନାଦେଶକୁ ସ୍ବୀକାର କରୁଛୁ । ଏଥର ଜନତା କୌଣସି ଗୋଟିଏ ପାର୍ଟିକୁ ଭୋଟ ଦେଇନାହାନ୍ତି । ଏଥର ଜନତା ମୋଦୀଙ୍କୁ ଆଇନା ଦେଖାଇଛନ୍ତି । ଏହା ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ପରାଜୟ ଅଟେ । ଏହା ତାଙ୍କର ରାଜନୈତିକ ଏବଂ ନୈତିକ ପରାଜୟ ଅଟେ । ବିଜେପି ବାରମ୍ବାର ଗୋଟିଏ ଚେହେରା ଉପରେ ଭୋଟ ମାଗିଲେ, ଯାହାକୁ ଜନତା ପ୍ରତ୍ୟାଖାନ କରିଛନ୍ତି ।

କଂଗ୍ରେସ ପାର୍ଟି ଏବଂ ଇଣ୍ଡିଆ ଗଠବନ୍ଧନ ପ୍ରତିକୂଳ ପରିସ୍ଥିତିରେ ନିର୍ବାଚନ ଲଢିଛନ୍ତି । ବିଜେପି ସରକାରୀ କଳ ପ୍ରତି ସ୍ତରରେ ପ୍ରୟୋଗ କରି ଆମ ନେତାଙ୍କ ବ୍ୟାଙ୍କ ଖାତାକୁ ସିଜ କରିଛନ୍ତି । ମାତ୍ର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆମେ ସକରାତ୍ମକ ଭାବେ ନିର୍ବାଚନ ଲଢିଲୁ । ଆମର ଲକ୍ଷ୍ୟ ଏବଂ ମୁଦ୍ଦା ବିାଜପିରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.