ପ୍ରମୁଖ ଖବର
  • ଭୁବନେଶ୍ୱର : ଜାତୀୟ ସ୍ତରୀୟ ଗବେଷଣା ସୁଯୋଗ, ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍‌ ପାଇଁ ୩୦୦ ଶିକ୍ଷାର୍ଥୀ ଚୟନ
  • ||
  • ଭୁବନେଶ୍ୱର : ମହିଳାଙ୍କ ସୁରକ୍ଷା ପାଇଁ ନିଯୁକ୍ତ ହୋଇଥିଲେ; ତାଲିମ ନେଇଥିଲେ ୨୪୮ ଜଣ, ଏବେ ବନ୍ଦ ହୋଇଗଲା ଏସ୍‌ଓପି ବ୍ୟବସ୍ଥା
  • ||
  • ପଶ୍ଚିମବଙ୍ଗରେ ଥମୁନି ନିର୍ବାଚନୀ ହିଂସା, ଜଣେ ଟିଏମସି କର୍ମୀଙ୍କୁ ହତ୍ୟା, ପୁଣି ବିଜେପି ବିରୋଧରେ ଦଳ ଆଣିଲା ଅଭିଯୋଗ
  • ||
  • ବାଂଲାଦେଶ ମୁହାଁ ବାତ୍ୟା, ପ୍ରଭାବରେ ୪ଜିଲ୍ଲାରେ ବର୍ଷା ଓ ପବନ ସମ୍ଭାବନା, ୪ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଆଲର୍ଟ
  • ||
  • ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ, ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟିଂ, ୪୪୭ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା
  • ||
  • ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ, ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଛି ଭୋଟ୍, ୫୮ ସଂସଦୀୟ କ୍ଷେତ୍ରରେ ମତଦାନ ଆରମ୍ଭ
  • ||
  • ସୃଷ୍ଟି ହେଲା ଅବପାତ: ୨୫ ରାତିରୁ ଉପକୂଳରେ ବର୍ଷା, ୨୬ରେ ଭୀଷଣ ବାତ୍ୟା ରୂପ ନେବ
  • ||

କଂଗେସ ନେତା ମଣିଶଙ୍କର ଆୟରଙ୍କ ବିବାଦୀୟ ବୟାନକୁ ନେଇ ବର୍ଷିଲେ ଅମିତ ଶାହ; କନ୍ଧମାଳରେ କଡ଼ା ଜବାବ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

Image source: NDTV

ନୂଆଦିଲ୍ଲୀ,୧୧/୦୫: ଶୁକ୍ରବାର ଝାଡ଼ଖଣ୍ଡର ଖୁଣ୍ଟିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ କଡ଼ା ଟାର୍ଗେଟ କରିବା ପରେ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର କଂଗ୍ରେସ ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦକ୍ଷିଣ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାରାଥନ ପ୍ରଚାର । ଶୁକ୍ରବାର ସଂଧ୍ୟାରେ ଭୁବନେଶ୍ବରରେ ରୋଡ୍ ଶୋ’ ପରେ ଶନିବାର ଫୁଲବାଣୀ, ବଲାଙ୍ଗୀର ଓ ବରଗଡ଼ରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି ମୋଦି । କନ୍ଧମାଳର ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରିବା ସମୟରେ ପିଏମ୍ ମୋଦି ଏଠାରୁ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି। 

ପୋଖରାଣ ପରମାଣୁ ପରୀକ୍ଷଣର କଥା ମନେ ପକାଇ ପିଏମ୍ ମୋଦି କହିଛନ୍ତି ଯେ,  ୨୬ ବର୍ଷ ପୂର୍ବେ ଆଜିର ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ଦେଶରୁ ପରମାଣୁ ଶକ୍ତି ସମ୍ପନ୍ନ କରିଥିଲେ। କେବଳ ଏତିକି ନୁହେଁ କନ୍ଧମାଳ ଜନସଭାରେ ପିଏମ୍‌ ମୋଦୀ  ମଣିଶଙ୍କର ଆୟରଙ୍କ ନାଁ ନେଇ କଂଗ୍ରେସକୁ ଟାର୍ଗେଟି କରିଛନ୍ତି। ପିଏମ୍ କହିଛନ୍ତି, ‘ଏକ ସମୟ ଥିଲା, ଭାରତ ବିଶ୍ବରେ ନିଜ ସାମର୍ଥ୍ୟ ଦେଖାଇଥିଲା । ପରମାଣୁ କ୍ଷେତ୍ରରେ ପରିଚୟ ଦେଖାଇଥିଲା । ମାତ୍ର ଅନ୍ୟପଟେ କଂଗ୍ରେସ ନେତା ବାରମ୍ବାର ଦେଶବାସୀଙ୍କୁ ଡରାଇବାକୁ ଚେଷ୍ଟା କରୁଛନ୍ତି । ସେମାନେ କହୁଛନ୍ତି ପାକିସ୍ତାନ ପାଖରେ ଆଟମ୍ ବମ୍ ଅଛି, ତେଣୁ ଆମେ ସମ୍ଭାଳିକି ରହିବା ଆବଶ୍ୟକ।

ସେପଟେ ଶୁକ୍ରବାର ଝାଡ଼ଖଣ୍ଡର ଖୁଣ୍ଟରେ ଅମିତ ଶାହ କହିଛନ୍ତି ଯେ, 'ଆଜି ମଣି ଶଙ୍କର ଆୟର ଆମକୁ ଧମକ ଦେଉଛନ୍ତି, ପାକିସ୍ତାନ ପାଖରେ ପରମାଣୁ ବୋମା ଥିବାରୁ ପାକିସ୍ତାନକୁ ସମ୍ମାନ କରିବାକୁ ପଡ଼ିବ। ଅମିତ ଶାହା କହିଛନ୍ତି ଯେ କିଛି ଦିନ ପୂର୍ବରୁ ଫାରୁକ୍ ଅବଦୁଲ୍ଲା ଆମକୁ ପୋକ୍ ବିଷୟରେ କଥାବାର୍ତ୍ତା ନକରିବାକୁ କହିଥିଲେ କାରଣ ପାକିସ୍ତାନରେ ଆଣବିକ ବୋମା ଅଛି।' ତେବେ ବର୍ତ୍ତମାନ କଂଗ୍ରେସ ନେତା ମଣିଶଙ୍କର ଆୟରଙ୍କ ବିବାଦୀୟ ବୟାନକୁ ନେଇ ଲଗାତର ଆକ୍ରମଣ କରିଚାଲିଛନ୍ତି ବିଜେପିର ବରିଷ୍ଠ ନେତୃତ୍ବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.