ପ୍ରମୂଖ ଖବର
  • ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ, ଗୁଣ୍ଡିଚା ଯାତ୍ରା ସାରି ବାହୁଡ଼ିଲେ ଶ୍ରୀଜିଉ
  • ||
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ଆସନ୍ତାକାଲି ଠାରୁ ଆରମ୍ଭ ହେବ ଲୋକସଭା ଅଧିବେଶନ

ନୂଆଦିଲ୍ଲୀ,୨୩/୬: ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ୧୮ତମ ଲୋକସଭାର ପ୍ରାରମ୍ଭିକ ସଂସଦ ଅଧିବେଶନ। ଏହି ଅଧିବେଶନରେ ପ୍ରୋଟେମ୍ ବାଚସ୍ପତି ୨୪ ଓ ୨୫ ଜୁନ୍‌ରେ ଲୋକସଭାର ସମସ୍ତ ନିର୍ବାଚିତ ସାଂସଦଙ୍କୁ ଶପଥ ପାଠ କରାଇବେ। ଏହା ସହିତ ସଂସଦର ଦୁଇ ଗୃହରେ ଶାସକ ଏବଂ ବି‌ରୋଧୀଙ୍କ ମଧ୍ୟରେ କଡ଼ା ମୁକାବିଲା ହେବାର ସମ୍ଭାବନା ରହିଛି।  ଏହି ଅଧିବେଶନରେ ଗୋଟିଏ ପଟେ ସରକାରଙ୍କ ପ୍ରାଥମିକତା ହେଉଛି ନୂତନ ଲୋକସଭା ବାଚସ୍ପତି ନିର୍ବାଚନ, ସଦସ୍ୟଙ୍କ ଶପଥ ଗ୍ରହଣ, ରାଷ୍ଟ୍ରପତିଙ୍କ ଉଭୟ ସଂସଦକୁ ମିଳିତ ସମ୍ବୋଧନ ଏବଂ ଏହା ଉପରେ ଧନ୍ୟବାଦ ଆଲୋଚନା।

ସେପଟେ ଲୋକସଭା ବାଚସ୍ପତିଙ୍କ ନିର୍ବାଚନ ୨୬ ଜୁନ୍‌ରେ ଅନୁଷ୍ଠିତ ହେବ। ଏଥର ଲୋକସଭାକୁ ବାଚସ୍ପତିଙ୍କ ସହ ଉପବାଚସ୍ପତି ମଧ୍ୟ ମିଳିବ। ୧୭ ତମ ଲୋକସଭାରେ କୌଣସି ଉପବାଚସ୍ପତି ନଥିଲେ। ଆଲୋଚନା ହେଉଛି ଯେ ଏଥର ବିରୋଧୀ ଏହି ପଦ ପାଇପାରନ୍ତି। ଅନ୍ୟପକ୍ଷରେ, ବିରୋଧୀ ନିଜର କଡ଼ା ଆଭିମୁଖ୍ୟ ନେଇ ଲକ୍ଷ୍ୟ ସ୍ପଷ୍ଟ କରିବା ଆରମ୍ଭ କରିଛନ୍ତି। ଜନସାଧାରଣଙ୍କ ସ୍ୱାର୍ଥ ସହ ଜଡିତ ପ୍ରସଙ୍ଗରେ ସରକାରଙ୍କ ସହ କୌଣସି ସାଲିସ୍ କରାଯିବ ନାହିଁ ବୋଲି ବିରୋଧୀ ପକ୍ଷରୁ କୁହାଯାଇଛି। ଏଥର ନିମ୍ନ ଗୃହ ଲୋସଭାରେ ସଂଖ୍ୟା ଦୃଷ୍ଟିରୁ ବିରୋଧୀ ମଧ୍ୟ ସଶକ୍ତ ହୋଇଛନ୍ତି। ଗୃହରେ ଶାସକ ଏନଡିଏର ଶକ୍ତି ୨୯୩ ଥିବାବେଳେ ବିରୋଧୀ ଶିବିରର ଶକ୍ତି ୨୩୨ ରହିଛି। ଏଭଳି ପରିସ୍ଥିତିରେ, ସାଂଖ୍ୟିକ ଶକ୍ତି ଦୃଷ୍ଟିରୁ ବିରୋଧୀ ଏଥର ସରକାରଙ୍କୁ ସମସ୍ୟାରେ ପକାଇ ପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ଜୁନ୍ ୨୭ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମିଳିତ ଭାବେ ଉଭୟ ଗୃହକୁ ସମ୍ବୋଧିତ କରିବେ ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ୧୦ ବର୍ଷର ସଫଳତା ବିଷୟରେ ଉଲ୍ଲେଖ କରିବା ସହିତ ଆସନ୍ତା ପାଞ୍ଚ ବର୍ଷ ପାଇଁ ସରକାରଙ୍କ ପ୍ରାଥମିକତା ବିଷୟରେ ସୂଚନା ପ୍ରଦାନ କରିବେ। ଏହା ପରେ ସଂସଦର ଉଭୟ ଗୃହ ରାଷ୍ଟ୍ରପତିଙ୍କ ଭାଷଣ ଉପରେ ଧନ୍ୟବାଦ ଅର୍ପଣ ଉପରେ ଆଲୋଚନା କରିବେ। ଶେଷରେ ପ୍ରଧାନମନ୍ତ୍ରୀ ମୋଦୀ ଉଭୟ ଗୃହରେ ଉତ୍ତର ଦେବେ

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.