କରଞ୍ଜିଆ, ୧୭/୧୧ : ବ୍ୟାଙ୍କ୍ କର୍ମଚାରୀଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ। ୧୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ସୁନା ଗହଣା ଲୁଟ୍। ଝରକା କବାଟ ଭାଙ୍ଗି ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ। ଯଶୀପୁର ବ୍ୟାଙ୍କ୍ ଅଫ ଇଣ୍ଡିଆ କର୍ମଚାରୀଙ୍କ ଭଣ୍ଡାରିପୋଷି ସ୍ଥିତ ଭଡ଼ା ଘରୁ ଲୁଟ୍ ହୋଇଛି।
ଏନେଇ ବ୍ୟାଙ୍କ୍ କର୍ମଚାରୀ ଥାନାରେ ଅଭିଯୋଗ କରିଛନ୍ତି। ଘଟଣା ସ୍ଥଳରେ ଯଶୀପୁର ପୋଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନଭିନ୍ କରୁଛି। ଦୁର୍ବୃତ୍ତମାନେ କେଉଁଆଡ଼େ ଫେରାର୍ ହୋଇଯାଇଛନ୍ତି। ସେମାନଙ୍କୁ ଧରିବାକୁ ପୋଲିସ ଚେଷ୍ଟା ଚଳାଇଛି। ତେବେ ଏହି ଲୁଟ୍ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।